Tuesday, April 7, 2026
22.5 C
Odisha

    ୧୧ ବର୍ଷୀୟା ମୁକ-ବଧିର ନାବାଳିକାଙ୍କୁ ନିର୍ମମ ଭାବରେ ଦୁଷ୍କର୍ମ ଅଭିଯୋଗ

    ଆଗକୁ ପଢନ୍ତୁ

    ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ରାମପୁରରେ ଘଟିଛି ଏକ ଅଭାବନୀୟ ଘଟଣା। ଜିଲ୍ଲାର ଜଣେ ୧୧ ବର୍ଷୀୟା ମୁକ-ବଧିର ନାବାଳିକାଙ୍କୁ ନିର୍ମମ ଭାବରେ ଦୁଷ୍କର୍ମ ଅଭିଯୋଗ ହୋଇଛି। ନାବାଳିକା ଜଣକ ଚେତାଶୂନ୍ୟ ଏବଂ ଗୁରୁତର ଆହତ ଅବସ୍ଥାରେ ମିଳିବା ପରେ ଘଟଣା ଲୋକଲୋଚନକୁ ଆସିଛି। ପୁଲିସ ଏକ ଏନକାଉଣ୍ଟର ପରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି; ଯାହାର ଗୋଡରେ ଏକ ଗୁଳି ବାଜିଛି। ଗତମଙ୍ଗଳବାର ସନ୍ଧ୍ୟାରୁ ଝିଅଟି ନିଖୋଜ ଥିଲା ଏବଂ ତାଙ୍କ ପରିବାର ସଦସ୍ୟମାନେ ତାଙ୍କୁ ଖୋଜୁଥିଲେ। ଗତକାଲି ସକାଳେ,ପରିବାର ଲୋକେ ଏକ କ୍ଷେତରେ ଉଲଗ୍ନ ଏବଂ ଆହତ ଅବସ୍ଥାରେ ପାଇଥିଲେ। ତାଙ୍କୁ ନିକଟସ୍ଥ ଏକ ହସ୍ପିଟାଲକୁ ପଠାଯାଇଥିଲା, ଯେଉଁଠାରେ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ମେରଠକୁ ପଠାଯାଇଥିଲା।ପୁଲିସ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ଏବଂ କଠୋର ଯୌନ ଅପରାଧରୁ ଶିଶୁ ସୁରକ୍ଷା (ପୋକ୍ସୋ) ଆଇନର ପ୍ରାସଙ୍ଗିକ ଧାରା ଅନୁଯାୟୀ ଏକ ଏଫ୍‌ଆଇଆର୍‌ ପଞ୍ଜିକୃତ କରିଛି।

    ସେହି ଅଞ୍ଚଳର ସିସି ଟିଭି କ୍ୟାମେରାର ଫୁଟେଜ୍ ସ୍କାନ୍ କରି ସେହି ଗ୍ରାମର ବାସିନ୍ଦା ଦାନ ସିଂହ (୨୪)ଙ୍କୁ ଜଣେ ସନ୍ଦିଗ୍ଧ ବ୍ୟକ୍ତି ଭାବରେ ଚିହ୍ନଟ କରାଯାଇଛି। ଅଭିଯୁକ୍ତକୁ ହେପାଜତକୁ ନେବାକୁ ଚେଷ୍ଟା କରିବା ସମୟରେ ସେ ଗୁଳି ଚଳାଇଥିବା ସୂଚନା ରହିଛି। ଝିଅଟିର ଡାକ୍ତରୀ ପରୀକ୍ଷା କରିଥିବା ଡାକ୍ତର ଅଞ୍ଜୁ ସିଂହ ଟାଇମ୍ସ ଅଫ୍ ଇଣ୍ଡିଆକୁ କହିଛନ୍ତି, “ଏହା ଜଣେ କିମ୍ବା ଏକାଧିକ ବ୍ୟକ୍ତିଙ୍କ ଦ୍ୱାରା ‌‌ଯୌନ ନିର୍ଯାତନାର ଏକ ସ୍ପଷ୍ଟ ମାମଲା। କାରଣ ନାବାଳିକାର ଗୁପ୍ତାଙ୍ଗରେ ଅନେକ ଆଘାତ ଲାଗିଥିଲା।’’

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.5 ° C
    22.5 °
    22.5 °
    77 %
    0.8kmh
    0 %
    Tue
    35 °
    Wed
    38 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ