Thursday, October 8, 2026
22.2 C
Odisha

    ୧୨,୫୭୨ ଭୋଟର ଅଯୋଗ୍ୟ ଘୋଷିତ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ରାଜ୍ୟରେ ଭୋଟର୍‌ ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ(ଏସ୍‌ଆଇଆର୍‌) ପ୍ରକ୍ରିୟା ଚାଲିଛି। ତ୍ରୁଟି ପାଇଁ ମୋଟ ୫୮ଲକ୍ଷ ୩୬ହଜାର ୪୩୦ଜଣ ଭୋଟରଙ୍କ ନାମରେ ନୋଟିସ୍‌ ଜାରି ହୋଇଛି। ସେଥିମଧ୍ୟରୁ ୫୭ଲକ୍ଷ ୭୭ହଜାର ୫୬୫ଜଣ ଭୋଟରଙ୍କୁ ସଫଳତାର ସହ ନୋଟିସ୍‌ ପ୍ରଦାନ କରାଯାଇସାରିଛି। ଅନ୍ୟପଟେ, ଆଜି ସୁଦ୍ଧା ନୋଟିସ୍‌ ପାଇଥିବା ଭୋଟର୍‌ଙ୍କ ମଧ୍ୟରୁ ୩୦ଲକ୍ଷ ୧୧ ହଜାର ୫୮୭ ଜଣଙ୍କର ଶୁଣାଣି କାର୍ଯ୍ୟ ଶେଷ ହୋଇଛି। ଏବେ ସୁଦ୍ଧା ନୋଟିସ୍‌ ପ୍ରଦାନ କରାଯାଇଥିବା ଭୋଟର୍‌ମାନଙ୍କ ଆବଶ୍ୟକ ତଥ୍ୟ ଅଭାବରୁ ୧୨ ହଜାର ୫୭୨ ଜଣ ଭୋଟର୍‌ଙ୍କୁ ଚୂଡ଼ାନ୍ତ ତାଲିକାରେ ସାମିଲ ପାଇଁ ଅଯୋଗ୍ୟ ଘୋଷଣା କରାଯାଇଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ନୂତନ ନାମ ପଞ୍ଜୀକରଣ ପାଇଁ ଫର୍ମ-୬ ଜରିଆରେ ୧,୮୧,୭୭୦ଜଣ ଆବେଦନ କରିଛନ୍ତି। ଭୋଟର୍‌ ତାଲିକାରୁ ଗୋଟିଏ ସ୍ଥାନରେ ନାମ ରଖି ଅନ୍ୟ
    ସ୍ଥାନରେ ନାମ ହଟାଇବା ପାଇଁ ଫର୍ମ-୭ରେ ୩୭,୨୬୫ଟି ଆବେଦନ ଦାଖଲ ହୋଇଛି। ଭୋଟର୍‌ଙ୍କ ନାମ, ଠିକଣା କିମ୍ବା ଅନ୍ୟାନ୍ୟ ସଂଶୋଧନ ଓ ପରିବାରର ସଦସ୍ୟଙ୍କ ନାମ ଏକତ୍ର ଗୋଟିଏ ସ୍ଥାନରେ ରଖିବା ପାଇଁ ଫର୍ମ-୮ରେ ୧,୬୩,୪୨୪ଜଣ ଭୋଟର ଆବେଦନ କରିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା ନିର୍ବାଚନମଣ୍ଡଳୀ ଓ ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ନିର୍ବାଚନମଣ୍ଡଳୀ ଶତପ୍ରତିଶତ ନୋଟିସ୍‌ ପ୍ରଦାନ କରି ତାହାର ଶତପ୍ରତିଶତ ଶୁଣାଣି ଶେଷ କରି ସର୍ବାଗ୍ରେ ରହିଛନ୍ତି। ସୂଚନାଯୋଗ୍ୟ, ସମସ୍ତ ଯୋଗ୍ୟ ନାଗରିକମାନଙ୍କୁ ଅଗଷ୍ଟ ୧୯ ମଧ୍ୟରେ ନିଜର ଦାବି କିମ୍ବା ଆପତ୍ତି ଆବେଦନ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ଆର.ଏସ୍‌ ଗୋପାଳନ ନିବେଦନ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.2 ° C
    22.2 °
    22.2 °
    88 %
    1.5kmh
    1 %
    Wed
    22 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ