Thursday, August 27, 2026
25.9 C
Odisha

    ଭୁଲ ଇଞ୍ଜେକ୍ସନ୍ ଯୋଗୁଁ ମହିଳାଙ୍କ ମୃତ୍ୟୁ ଅଭିଯୋଗ

    ଆଗକୁ ପଢନ୍ତୁ

    ରାୟଗଡ଼ା  : ଜଣେ ମହିଳାଙ୍କୁ ଭୁଲ ଇଞ୍ଜେକ୍ସନ ଦେବା ଫଳରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛିI ମୃତକ ହେଲେ ଚାନ୍ଦିଲି  ଥାନା ଅନ୍ତର୍ଗତ ଗେଟିପଡ଼ା ଅଞ୍ଚଳର ବିଦିଆ କୁମାର (୫୪) I ସୂଚନାରୁ ଜଣାପଡିଛି ମୃତ ବିଦିଆ କୁମାରଙ୍କୁ କିଛି ଦିନ ହେଲା ଥଣ୍ଡା ଜ୍ୱର ହୋଇଥିଲା I ଔଷଧ ଖାଇ ଭଲ ନ ହେବାରୁ ଗତକାଲି ଚାନ୍ଦିଲି ଅଞ୍ଚଳର ଗୋଟିଏ ମେଡ଼ିସିନ ଷ୍ଟୋରକୁ ଯାଇଥିଲେI ସେଠାରେ ଜଣେ କାର୍ଯ୍ୟରତ କର୍ମଚାରୀ ଏ କେ ଭତ୍ରା ତାଙ୍କୁ ଇଞ୍ଜେକ୍ସନ୍ ଦେଇଥିଲେ I ଇଞ୍ଜେକ୍ସନ ଦେବାର କିଛି ସମୟ ପରେ ମହିଳାଙ୍କର ପାର୍ଶ୍ୱ ପ୍ରତିକ୍ରିୟା ହୋଇଥିଲା ଏବଂ ସେ ଗୁରୁତର ହୋଇ ପଡ଼ିଥିଲେ। ମହିଳାଙ୍କୁ ରାୟଗଡ଼ା ଜିଲ୍ଲା ଜେକେ ପୁର ସ୍ଥିତ ଇଏସଆଇ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରିବା ସମୟରେ ମହିଳାଙ୍କ ମୃତ୍ୟୁ ହୋଇଯାଇଥିଲା I ଏନେଇ ପରିବାରବର୍ଗ ଚାନ୍ଦିଲି ଥାନାରେ ଅଭିଯୋଗ କରିଥିଲେ I ଅଭିଯୋଗ ପରେ ଚାନ୍ଦିଲି ପୁଲିସ ମେଡ଼ିସିନ ଷ୍ଟୋରରେ ଇଞ୍ଜେକ୍ସନ୍ ଦେଇଥିବା ଏ କେ ଭତ୍ରାଙ୍କୁ ଅଟକ ରଖିଥିବା ଜଣାପଡିଛି I ପୁଲିସ ଅଟକ ରଖି ଘଟଣାର ତଦନ୍ତ କରୁଛି I

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    25.9 ° C
    25.9 °
    25.9 °
    92 %
    1.8kmh
    100 %
    Thu
    26 °
    Fri
    30 °
    Sat
    29 °
    Sun
    24 °
    Mon
    23 °

    ସମ୍ବନ୍ଧିତ