Saturday, April 4, 2026
38.1 C
Odisha

    ୧୪ରେ ସରିବ +୨ ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମର ପରୀକ୍ଷା ଖାତା ମୂଲ୍ୟାୟନ ପ୍ରକ୍ରିୟା ଚାଲିଛି। ୨ରୁ ଆରମ୍ଭ ହୋଇଥିବା ମୂଲ୍ୟାୟନ ପ୍ରକ୍ରିୟା ଆସନ୍ତା ୧୪ରେ ସରିବ। ୧୫ରୁ ପୁନର୍ବାର ଦ୍ବିତୀୟ ପର୍ଯ୍ୟାୟ ମୂଲ୍ୟାୟନ ଆରମ୍ଭ ହେବ। ସୂଚନା ଅନୁଯାୟୀ, ଚଳିତ ବର୍ଷ ମୋଟ ୩ ଲକ୍ଷ ୯୬ ହଜାର ୫୯୨ଜଣ ପରୀକ୍ଷା ଦେଇଛନ୍ତି।

    ପ୍ରଥମ ପର୍ଯ୍ୟାୟ ଖାତା ଦେଖା ୧୪ରେ ଶେଷ ହେବ। ୧୫୧ ପରୀକ୍ଷା କେନ୍ଦ୍ରରେ ଖାତା ଦେଖାଯାଉଛି। ପ୍ରଥମ ପର୍ଯ୍ୟାୟରେ ୭୫ଟି ଇ-ମୂଲ୍ୟାୟନ କେନ୍ଦ୍ର ଓ ୭୬ ଅଫ୍‌ଲାଇନ୍‌ କେନ୍ଦ୍ରରେ ପାରମ୍ପରିକ ପଦ୍ଧତିରେ ଅଫଲାଇନ୍‌ ଖାତା ଦେଖା ଚାଲିଛି। ମୋଟ ୧୫୧ କେନ୍ଦ୍ରରେ ୮୨୫୮ ଅଧ୍ୟାପକ ଅଧ୍ୟାପିକା ଖାତା ଦେଖୁଛନ୍ତି। ଦ୍ବିତୀୟ ପର୍ଯ୍ୟାୟରେ ଚଳିତ ମାସ ୧୫ରୁ ୨୬ ପର୍ଯ୍ୟନ୍ତ ଖାତା ଦେଖାଯିବ। ୨ ଟି ପର୍ଯ୍ୟାୟରେ ମୋଟ ୧୬ ହଜାର ୪୯୪ ଅଧ୍ୟାପକ ଅଧ୍ୟାପିକା ଖାତା ଦେଖିବେ। ମୋଟ ୨୫ ଲକ୍ଷ ଖାତା ଦେଖାଯିବ। କେତେକ କେନ୍ଦ୍ରରେ ଦୁଇଟି ପର୍ଯ୍ୟାୟରେ ମୂଲ୍ୟାୟନ ହେଉଛି। ସକାଳ ୭ଟାରୁ ୧୨ଟା ଏବଂ ଅପରାହ୍ଣ ୧ଟାରୁ ୬ଟା ପର୍ଯ୍ୟନ୍ତ ମୂଲ୍ୟାୟନ ହେଉଛି। ମାତ୍ର କିଛି କେନ୍ଦ୍ରରେ ସକାଳ ୯ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଗୋଟିଏ ପର୍ଯ୍ୟାୟରେ ମୂଲ୍ୟାୟନ କରାଯାଉଛି। ମେ’ ତୃତୀୟ କିମ୍ବା ଚତୁର୍ଥ ସପ୍ତାହ‌େ‌ର ପରୀକ୍ଷା ଫଳ ପ୍ରକାଶ ପାଇବ। ମୂଲ୍ୟାୟନ ନେଇ ପରିଷଦ ପକ୍ଷରୁ ସ୍ବତନ୍ତ୍ର ନିୟମାବଳୀ ଜାରି କରାଯାଇଛି। ଗ୍ରୀଷ୍ମ ପ୍ରବାହ ଯୋଗୁଁ ଚଳିତ ବର୍ଷ ମୂଲ୍ୟାୟନ କେନ୍ଦ୍ରରେ ପାନୀୟ ଜଳ, ଓଆରଏସ୍‌ ମହଜୁଦ ରଖିବାକୁ ପରିଷଦ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଚଳିତ ବର୍ଷ ଆସନ୍ତା ମେ’ରେ ଏକକାଳୀନ ଭାବେ +୨ କଳା, ବାଣିଜ୍ୟ, ବିଜ୍ଞାନ ଏବଂ ଧନ୍ଦାମୂଳକ ପାଠ୍ୟକ୍ରମର ଫଳ ପ୍ରକାଶ କରିବା ପାଇଁ ଯୋଜନା କରିଛି ପରିଷଦ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    38.1 ° C
    38.1 °
    38.1 °
    22 %
    2.5kmh
    100 %
    Sat
    36 °
    Sun
    35 °
    Mon
    37 °
    Tue
    37 °
    Wed
    39 °

    ସମ୍ବନ୍ଧିତ