Saturday, October 10, 2026
23.6 C
Odisha

    ୧୭ରୁ ଗଡ଼ିବ ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  : ଚଳିତମାସ ୧୭ରୁ ଦେଶରେ ପ୍ରଥମ ଥର ବନ୍ଦେ ଭାରତ ସ୍ଲିପର ଟ୍ରେନ୍‌ର ଚଳାଚଳ ଆରମ୍ଭ ହେବାକୁ ଯାଉଛି। କଲକାତା (ହାୱଡା)ରୁ ଗୁଆହାଟୀ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଟ୍ରେନ୍‌କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ତେବେ ଏହି ଟ୍ରେନ୍‌ର ବିଶେଷତ୍ବ ହେଉଛି ପ୍ରଥମ ଥର ଉକ୍ତ ଟ୍ରେନ୍‌ ପାଇଁ କୌଣସି ଭିଆଇପି କିମ୍ବା ଏମର୍ଜେନ୍ସି କୋଟାର ବ୍ୟବସ୍ଥା କରାଯାଇନାହିଁ। ଫଳରେ ସାଧାରଣ ଯାତ୍ରୀ ଏହି ଟ୍ରେନସେବାର ଭରପୂର ସୁବିଧା ପାଇପାରିବେ। ଏପରିକି ରେଳ ବିଭାଗର ଉଚ୍ଚପଦସ୍ଥ ଅଧିକାରୀମାନେ ମଧ୍ୟ ପାସ୍‌ ବ୍ୟବହାର କରି ଏହି ଟ୍ରେନରେ ଯାତାୟାତ କରିପାରିବେ ନାହିଁ। ପୁନଶ୍ଚ ଯାତ୍ରୀଙ୍କୁ କେବଳ କନଫର୍ମଡ୍‌ ଟିକଟ ଇସ୍ୟୁ କରାଯିବ। ବନ୍ଦେ ଭାରତ ସ୍ଲିପର ଟ୍ରେନ୍‌ରେ ଆରଏସି କିମ୍ବା ୱେଟ୍‌ଲିଷ୍ଟ ବ୍ୟବସ୍ଥାକୁ ମଧ୍ୟ ଉଚ୍ଛେଦ କରାଯାଇଛି।

    ଯାତ୍ରୀଙ୍କୁ ଉତ୍ତମ ମାନର ବିଛଣା ଚଦର ଓ କମ୍ବଳ ପ୍ରଦାନ କରାଯିବ। ଯାତ୍ରୀଙ୍କୁ ସୁସ୍ବାଦୁ ଆଞ୍ଚଳିକ ଖାଦ୍ୟ ପରଷା ଯିବ ବୋଲି ଜଣାପଡିଛି। ବନ୍ଦେ ଭାରତ ସ୍ଲିପର ଟ୍ରେନରେ ମୋଟ ୧୬ଟି ବଗି ଥିବାବେଳେ ୧୧ଟି ଥାର୍ଡ ଏସି, ୪ଟି ସେକେଣ୍ଡ ଏସି ଏବଂ ଗୋଟିଏ ୱାନ୍‌ ଏସି ବଗି ସାମିଲ କରାଯାଇଛି। ଥାର୍ଡ ଏସିରେ ମୋଟ ୬୧୧ଟି ବର୍ଥ ଥିବାବେଳେ ସେକେଣ୍ଡ ଏସିରେ ୧୮୮ ଏବଂ ୱାନ ଏସିରେ ୨୪ଟି ବର୍ଥର ବ୍ୟବସ୍ଥା କରାଯାଇଛି। କଲକାତାରୁ ଗୁଆହାଟୀ ପର୍ଯ୍ୟନ୍ତ ଥାର୍ଡ ଏସି ଭଡା ୨୩୦୦ ଟଙ୍କା ଧାର୍ଯ୍ୟ କରାଯାଇଥିବାବେଳେ ସେକେଣ୍ଡ ଏସି ପାଇଁ ୩୦୦୦ ଏବଂ ୱାନ ଏସି ପାଇଁ ୩୬୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଚଳିତବର୍ଷ ଶେଷ ସୁଦ୍ଧା ଆଉ ୧୧ଟି ବନ୍ଦେ ଭାରତ ସ୍ଲିପର ଟ୍ରେନ ଚଳାଚଳ କରିବ ବୋଲି ରେଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    79 %
    1.5kmh
    1 %
    Sat
    23 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ