Saturday, October 10, 2026
23.6 C
Odisha

    ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଆଖଣ୍ଡଳମଣି ବସଷ୍ଟାଣ୍ଡ ଉଦଘାଟିତ

    ଆଗକୁ ପଢନ୍ତୁ

    ଆରଡି  :  ରାଜ୍ୟର ବହୁ ପୁରାତନ ଶୈବପୀଠ ଭାବେ ପରିଚିତ ଭଦ୍ରକ ଜିଲ୍ଲାର ବାବା ଆଖଣ୍ଡଳମଣିଙ୍କ ପୀଠ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଦ୍ଵାରା ଆଭାସି ମାଧ୍ୟମରେ ବସଷ୍ଟାଣ୍ଡ ଉଦଘାଟନ ହୋଇଯାଇଛି। ଏହି ଉଦଘାଟନ ଉତ୍ସବରେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ଚାନ୍ଦବାଲି ବିଧାୟକ ଡ. ବ୍ୟୋମକେଶ ରାୟ, ଜିଲ୍ଲାପାଳ ଦିଲିପ ରାଉତରାୟ, ଚାନ୍ଦବାଲି ତହସିଲିଦାର ଭବତୋଷ ମଲିକ,ଭିଡିଓ ସଞ୍ଜିବ ମହାପାତ୍ରଙ୍କ ସହ ରାଜ୍ୟ ପରିବହନ ବିଭାଗରେ ଅଧିକାରୀଙ୍କ ସହ ସ୍ଥାନୀୟ ବୁଦ୍ଧିଜୀବୀ ଜନସାଧାରଣ ଉପସ୍ଥିତ ଥିଲେ।

    ବିଶେଷକରି ପୂର୍ବରୁ ଥିବା ଆରଡି ବସଷ୍ଟାଣ୍ଡ ନାମ ପରିବର୍ତ୍ତନ କରି ଅଟଳ ବସଷ୍ଟାଣ୍ଡ ନାମ ଫଳକ ଲାଗିବାକୁ ନେଇ ସ୍ଥାନୀୟ ଜନସାଧାରଣଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ଓ ରାଜ୍ୟର କୋଣ ଅନୁକୋଣରୁ  ପ୍ରତିବାଦର ସ୍ୱର ଉଠିବା ସହ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏପଟେ ସେବାୟତ ଓ ସ୍ଥାନୀୟ ଲୋକଙ୍କ ପକ୍ଷରୁ ବିରୋଧ କରାଯିବା ସହିତ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବସଷ୍ଟାଣ୍ଡ  ନାମକରଣକୁ ନେଇ ବାବାଙ୍କ ପାଖରେ ଜଳାଭିଷେକ ଓ ଦୀପଦାନ କରିଥିଲେ। ପରେ ଆରଡି ନାଗରିକ  ମଞ୍ଚ ପକ୍ଷରୁ ଏକ ଦାଵିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦେଇଥିଲେ।

    ପୀଠର ଥିବା ବସଷ୍ଟାଣ୍ଡ  ଆବହମାନ କାଳରୁ  ଆରଡି ବସଷ୍ଟାଣ୍ଡ ଭାବେ ପରିଚିତ ଥିଲା। ଏହି ବସଷ୍ଟାଣ୍ଡକୁ ନୂଆ ରୂପରେଖ ଦେବା ପାଇଁ ପୂର୍ବ ସରକାରଙ୍କ ପକ୍ଷରୁ ୧୨କୋଟି ଟଙ୍କା ଖର୍ଚ୍ଚ କରାଯାଇ ନିର୍ମାଣ କରାଯାଇଛି। ଏହି ବସଷ୍ଟାଣ୍ଡ ୧୦ଏକର ଜାଗାରେ ନିର୍ମାଣ କରାଯାଇଥିବା ବେଳେ ଆଗନ୍ତୁକ ଯାତ୍ରୀ,ବସଷ୍ଟାଫ ଦିବାରାତ୍ର ରହଣି ନିମନ୍ତେ ଉନ୍ନତମାନର କୋଠରୀ ରହିଛି। ସେହିପରି ଛୋଟବଡ ବସ ଆଦି ରହିବା ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    79 %
    1.5kmh
    1 %
    Sat
    23 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ