Sunday, January 12, 2025
28 C
Odisha

    ୧୮ରୁ ୭୦ ବର୍ଷ ବୟସର ମହିଳାଙ୍କ ପାଇଁ ବଡ଼ ସୁଯୋଗ, ଟ୍ରେନିଂ ସାଙ୍ଗକୁ ମିଳିବ ଦରମା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦେଶର ନାଗରୀକଙ୍କ ପାଇଁ ବହୁ ନୂଆ ଯୋଜନା ସବୁ ଆଣୁଛନ୍ତି । ସରକାରଙ୍କ ଫୋକସରେ ଏବେ ମହିଳା । ମହିଳାଙ୍କୁ ସଶକ୍ତ କରିବା ସାଙ୍ଗକୁ ସେମାନଙ୍କୁ ଦେଶ ବିକାଶରେ ଭାଗିଦାରି କରିବା ଲକ୍ଷ୍ୟ ରେ ସରକାର ନୂଆ ନୂଆ ଯୋଜନା ମାନ ଆଣିବାରେ ଲାଗିଛନ୍ତି । ମହିଳାମାନଙ୍କ ପାଇଁ ଆଉ ଏକ ଯୋଜନା ଭେଟି ଦେବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ । ଆଜି ପ୍ରଧାନମନ୍ତ୍ରୀ ହରିୟାଣା ଗସ୍ତ ବେଳେ ଏ ଯୋଜନାର ଘୋଷଣା କରିବେ । ପାନିପଥରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୀମା ସଖୀ ଯୋଜନା ଲଞ୍ଚ କରିବାର କାର୍ଯ୍ୟକ୍ରମ ରହିଛି । ଏହା ଜରିଆରେ ୧୦ମ ପାସ୍ କରିଥିବା ୧୮ରୁ ୭୦ ବର୍ଷ ବୟସର ଯୁବତୀ ଓ ମହିଳା ଉପକୃତ ହୋଇପାରିବେ । ସମାଜରେ ବୀମା ଜାଗରଣ ଏବଂ ମହିଳାଙ୍କ କ୍ଷେତ୍ରରେ ଅର୍ଥାଭାବକୁ ଦୂର କରିବା ଏ ଯୋଜନାର ମୂଳ ଉଦ୍ଦେଶ୍ୟ । ଏଥିରେ ଆଗ୍ରହୀ ମହିଳାଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଦିଆଯିବ ଟ୍ରେନିଂ । ଯେଉଁଥିରେ ସେମାଙ୍କୁ ମାସିକ ଦରମା ମଧ୍ୟ ମିଳିବ । ପ୍ରଶିକ୍ଷଣ ପରେ ମହିଳା ଏଲଆଇସି ଏଜେଣ୍ଟ ଭାବରେ କାମ କରିବେ । ସେହିପରି ଗ୍ରାଜୁଏଟ୍ ବୀମା ସଖୀଙ୍କୁ ଟ୍ରେନିଂ ପରେ ଏଲଆଇସି ଅଫିସରେ ଡେଭଲପମେଣ୍ଟ ଅଫିସର ଚାକିରି ପ୍ରଦାନ କରାଯିବ । ଏ ନେଇ ପ୍ରଧାନମନ୍ତ୍ରୀ ମହିଳାଙ୍କୁ ନିଯୁକ୍ତି ବୀମା ପ୍ରମାଣପତ୍ର ମଧ୍ୟ ବିତରଣ କରିବେ । ଟ୍ରେନିଂ ଆରମ୍ଭର ପ୍ରଥମ ବର୍ଷ ମହିଳାଙ୍କୁ ୭୦୦୦ ଟଙ୍କା, ତା’ ପରବର୍ଷରେ ୬୦୦୦ ଏବଂ ତୃତୀୟ ବର୍ଷରେ ୫ ହଜାର ଟଙ୍କା ପ୍ରଦାନ କରାଯିବ । ଯୋଜନାର ପ୍ରଥମ ସୋପାନରେ ୩୫ ହଜାର ମହିଳାଙ୍କୁ ବୀମା ଏଜେଣ୍ଟ ଭାବେ ନିଯୁକ୍ତ କରାଯିବ । ଏହାପରେ ୫୦ ହଜାର ମହିଳାଙ୍କୁ ସୁବିଧା ଯୋଗାଇ ଦିଆଯିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    28 ° C
    28 °
    28 °
    26 %
    2.2kmh
    15 %
    Sun
    28 °
    Mon
    29 °
    Tue
    29 °
    Wed
    29 °
    Thu
    30 °

    ସମ୍ବନ୍ଧିତ