Sunday, June 1, 2025
27.3 C
Odisha

    ୨୦୨୫ରେ ହେବ ୨ଟି ଚନ୍ଦ୍ରଗ୍ରହଣ, କିନ୍ତୁ ଭାରତରେ ଦେଖାଯିବ ଗୋଟିଏ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଜ୍ୟୋତିର୍ବିଜ୍ଞାନରେ ରୁଚି ରଖୁଥିବା ଲୋକଙ୍କ ପାଇଁ ଚନ୍ଦ୍ରଗ୍ରହଣ ଏକ ଚମତ୍କାର ମହାକାଶୀୟ ଘଟଣା । ଯାହାକୁ ଲୋକେ ଉତ୍ସୁକତାର ସହ ଅପେକ୍ଷା କରିଥାନ୍ତି । ୨୦୨୫ ରେ ୨ଟି ଚନ୍ଦ୍ରଗ୍ରହଣ ହେବ ଓ ୨ଟି ସୂର୍ଯ୍ୟପରାଗ ହେବ । କିନ୍ତୁ ସେଥିମଧ୍ୟରୁ କେବଳ ଗୋଟିଏ ଚନ୍ଦ୍ରଗ୍ରହଣ ଭାରତରେ ଦୃଶ୍ୟମାନ ହେବ। ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଏକ ‘ପୂର୍ଣ୍ଣ ଚନ୍ଦ୍ରଗ୍ରହଣ’ ହେବ। ଏହି ଜ୍ୟୋତିର୍ବିଜ୍ଞାନିକ ଘଟଣା ଭାରତୀୟ ସମୟ ଅନୁସାରେ ମାର୍ଚ୍ଚ ୧୪ ତାରିଖରେ ଘଟିବ । କିନ୍ତୁ ଭାରତରେ ଏହି ଚନ୍ଦ୍ରଗ୍ରହଣ ଦେଖିବାକୁ ମିଳିବ ନାହିଁ। ଏହି ଚନ୍ଦ୍ରଗ୍ରହଣ ଆମେରିକା, ପଶ୍ଚିମ ୟୁରୋପ, ପଶ୍ଚିମ ଆଫ୍ରିକା ଏବଂ ଉତ୍ତର ଓ ଦକ୍ଷିଣ ଆଟଲାଣ୍ଟିକ ମହାସାଗର ଭଳି ଅଞ୍ଚଳରେ ଦୃଶ୍ୟମାନ ହେବ। ସେହିପରି ୨୯ ମାର୍ଚ୍ଚରେ ଏକ ଆଂଶିକ ସୂର୍ଯ୍ୟପରାଗ ହେବ । ତାହା ମଧ୍ୟ ଭାରତରେ ଦୃଶ୍ୟମାନ ହେବନାହିଁ । ବର୍ଷର ୨ୟ ଚନ୍ଦ୍ରଗ୍ରହଣ ସେପ୍ଟେମ୍ବର ୭ରେ ହେବ । ଏହା ଏକ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ହେବ ଓ ଏହା ଭାରତରେ ଦୃଶ୍ୟମାନ ହେବ । ଏହା ଆଣ୍ଟାର୍କଟିକା, ପଶ୍ଚିମ ପ୍ରଶାନ୍ତ ମହାସାଗରୀୟ ଅଂଚଳ ଓ ଅଷ୍ଟ୍ରେଲିଆରେ ଦୃଶ୍ୟମାନ ହେବ । ବର୍ଷର ୨ୟ ସୂର୍ଯ୍ୟପରାଗ ସେପ୍ଟେମ୍ବର ୨୧-୨୨ରେ ହେବ । କିନ୍ତୁ ତାହା ଭାରତରେ ଦୃଶ୍ୟମାନ ହେବନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.3 ° C
    27.3 °
    27.3 °
    74 %
    1.2kmh
    100 %
    Sun
    37 °
    Mon
    40 °
    Tue
    38 °
    Wed
    40 °
    Thu
    40 °

    ସମ୍ବନ୍ଧିତ