Thursday, March 19, 2026
20.8 C
Odisha

    ୨୦୨୬ ମାର୍ଚ୍ଚ ସୁଦ୍ଧା ମାଓବାଦୀ ସମ୍ପୂର୍ଣ୍ଣ ମୂଳପୋଛ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ୨୦୨୬ ମାର୍ଚ୍ଚ ସୁଦ୍ଧା ଭାରତରୁ ମାଓବାଦୀ ସମ୍ପୂର୍ଣ୍ଣ ମୂଳପୋଛ ହେବେ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ସୋମବାର କହିଛନ୍ତି। ମାଓବାଦୀ ପ୍ରଭାବିତ ୮ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ସୁରକ୍ଷା ଏବଂ ବିକାଶ ସମ୍ପର୍କିତ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଶାହା କହିଛନ୍ତି, ବାମପନ୍ଥୀ ଉଗ୍ରବାଦୀ (ଏଲ୍‌ଡବ୍ଲ୍ୟୁଇ)ମାନଙ୍କ ବିରୋଧରେ ଲଢ଼େଇ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛି। ୨୦୨୬ ମାର୍ଚ୍ଚ ସୁଦ୍ଧା ମାଓବାଦୀମାନଙ୍କୁ ସମ୍ପୂର୍ଣ୍ଣ ନିର୍ମୂଳ କରିବା ପାଇଁ ସରକାର ସଂକଳ୍ପବଦ୍ଧ। ବିକାଶର ସୁବିଧା ମାଓବାଦୀ ପ୍ରଭାବିତ ଅଞ୍ଚଳଗୁଡ଼ିକର ଶେଷ ବ୍ୟକ୍ତି ପାଖରେ ପହଞ୍ଚାଇବାକୁ ହେଲେ ଉକ୍ତ ଉଗ୍ରପନ୍ଥୀ ପରିଚାଳିତ ହିଂସାକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ହେବ। ମାଓବାଦୀ ଅଧ୍ୟୁଷିତ ଅଞ୍ଚଳରେ ଆଇନର ଶାସନ ପ୍ରତିଷ୍ଠା କରିବାକୁ ହେଲେ ଏଲ୍‌ଡବ୍ଲ୍ୟୁଇ ବିରୋଧରେ ଲଢ଼େଇ ଜରୁରୀ। ଗତ ୩୦ ବର୍ଷ ମଧ୍ୟରେ ମାଓବାଦୀ ଆକ୍ରମଣରେ ଲୋକଙ୍କ ମୃତ୍ୟୁସଂଖ୍ୟା ପ୍ରଥମ ଥର ପାଇଁ ୧୦୦ରୁ କମ୍‌ ହୋଇଥିବା ଶାହା କହିଛନ୍ତି। ବାମପନ୍ଥୀ ଉଗ୍ରବାଦୀ କ୍ୟାଡର ସାମର୍ଥ୍ୟର ୮୫ ପ୍ରତିଶତ କେବଳ ଛତିଶଗଡ଼ ମଧ୍ୟରେ ସୀମିତ ରହିଛନ୍ତି। ସେଠାରେ ଚଳିତ ବର୍ଷ ଜାନୁଆରୀରୁ ଇତିମଧ୍ୟରେ ୧୯୪ ମାଓବାଦୀ ନିହତ ହେଲେଣି। ୮୦୧ ମାଓବାଦୀ ଅସ୍ତ୍ର ତ୍ୟାଗ କରିଥିବାବେଳେ ୭୪୨ ଜଣ ଆତ୍ମସମର୍ପଣ କରିଛନ୍ତି। ଏଥିପାଇଁ ଶାହା ଛତିଶଗଡ଼ ମୁଖ୍ୟମନ୍ତ୍ରୀ, ଗୃହମନ୍ତ୍ରୀ ଏବଂ ପୋଲିସ ଡିଜିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମାଓବାଦୀମାନେ ଅସ୍ତ୍ର ତ୍ୟାଗକରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ସେ ଆହ୍ବାନ ଦେଇଛନ୍ତି। ସରକାରୀ ସାମର୍ଥ୍ୟ ବୃଦ୍ଧି ନିମନ୍ତେ ଏକ ମିଳିତ ଅଭିଯାନ ଖୁବ୍‌ଶୀଘ୍ର ଆରମ୍ଭ ହେବ। ମାଓବାଦୀ ପ୍ରଭାବିତ ଅଞ୍ଚଳର ବିକାଶମୂଳକ କାର୍ଯ୍ୟକୁ ସୁନିଶ୍ଚିତ କରିବା ପାଇଁ ସୁରକ୍ଷା ସମ୍ପର୍କିତ ବ୍ୟୟକୁ ୩ ଗୁଣା ବୃଦ୍ଧି କରାଯାଇଥିବା ଶାହା କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    20.8 ° C
    20.8 °
    20.8 °
    77 %
    1.9kmh
    99 %
    Wed
    21 °
    Thu
    33 °
    Fri
    33 °
    Sat
    34 °
    Sun
    35 °

    ସମ୍ବନ୍ଧିତ