Friday, April 10, 2026
31 C
Odisha

    ୨୦୨୭ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ,ଏପ୍ରିଲ୍ ସୁଦ୍ଧା ସିଟ୍ ସଂରକ୍ଷଣ ଶେଷ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ୨୦୨୭ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ । ଏପ୍ରିଲ୍ ସୁଦ୍ଧା ସିଟ୍ ସଂରକ୍ଷଣ ଶେଷ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ । ସରପଞ୍ଚଙ୍କ ଠାରୁ ଜିଲ୍ଲା ପରିଷଦ, କାହା ପାଇଁ କେଉଁ ସିଟ୍ ସଂରକ୍ଷଣ ରହିବ ହେବ ଚିହ୍ନଟ । ୫୦% ମହିଳାଙ୍କ ପାଇଁ ସଂରକ୍ଷଣ ହେବ । ଏପ୍ରିଲ୍ ୧୭ ସୁଦ୍ଧା ଆପତ୍ତି ଅଭିଯୋଗ କରିପାରିବେ ଜନସାଧାରଣ । ଆସନ୍ତାବର୍ଷ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପାଇଁ ଓଡ଼ିଶା ସରକାର ପ୍ରକ୍ରିୟା ତ୍ୱରାନ୍ୱିତ କରିଛନ୍ତି । ଏଥିପାଇଁ ଏପ୍ରିଲ୍ ଶେଷ ସୁଦ୍ଧା ସମସ୍ତ ସିଟ୍ ସଂରକ୍ଷଣ ପ୍ରକ୍ରିୟା ଶେଷ କରିବାକୁ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ।

    ୨୦୨୭ ଜାନୁଆରୀ-ଫେବୃଆରୀ ବେଳକୁ ପଞ୍ଚାୟତ ନିର୍ବାଚନ ହେବାର ସମ୍ଭାବନା ଥିବାରୁ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ଆରମ୍ଭ ହୋଇଛି। ଓ୍ୱାର୍ଡ ସଭ୍ୟ, ସରପଞ୍ଚ, ପଞ୍ଚାୟତ ସମିତି ସଭ୍ୟ/ଅଧ୍ୟକ୍ଷ, ଏବଂ ଜିଲ୍ଲା ପରିଷଦ ସଭ୍ୟ ଓ ସଭାପତି ପଦବୀ ପାଇଁ ସଂରକ୍ଷଣ ତାଲିକା ପ୍ରସ୍ତୁତ କରାଯିବ। ଏଥିରେ ଏସସି , ଏସଟି, ପଛୁଆ ବର୍ଗ ଏବଂ ୫୦% ମହିଳାଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ । ଏପ୍ରିଲ୍ ୭ରେ ପ୍ରାଥମିକ ସଂରକ୍ଷଣ ତାଲିକା ପ୍ରକାଶ ପାଇବ। ଏପ୍ରିଲ୍ ୧୭ରେ ଆପତ୍ତି ଏବଂ ଅଭିଯୋଗ ଦାଖଲ କରିବାର ଶେଷ ତାରିଖ । ଏପ୍ରିଲ୍ ୨୪ରୁ୨୭ ଅଭିଯୋଗଗୁଡ଼ିକର ସମାଧାନ କରାଯିବ । ଏପ୍ରିଲ୍ ୨୯-୩୦ରେ ରାଜ୍ୟ ନିର୍ବାଚନ କମିଶନଙ୍କୁ ଚୂଡ଼ାନ୍ତ ତାଲିକା ପ୍ରଦାନ କରାଯିବ। ସରକାର ସ୍ପଷ୍ଟ କରିଛନ୍ତି ସମସ୍ତ ପ୍ରକ୍ରିୟା ପଞ୍ଚାୟତ ନିର୍ବାଚନ ନିୟମ ଅନୁସାରେ ହେବା ଉଚିତ୍ । ଯେପରି ଶେଷ ମୁହୂର୍ତ୍ତରେ କୌଣସି ଅସୁବିଧା ନହୁଏ, ସେଥିପାଇଁ ଜିଲ୍ଲା ପ୍ରଶାସନକୁ ଏହି କଡ଼ା ସିଡ୍ୟୁଲ୍ ମଧ୍ୟରେ କାମ ସାରିବାକୁ କୁହାଯାଇଛି। ଏହାଦ୍ୱାରା ନିର୍ବାଚନ କମିଶନ ନିର୍ବାଚନ ପରିଚାଳନା ପାଇଁ ଯଥେଷ୍ଟ ସମୟ ପାଇବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31 ° C
    31 °
    31 °
    18 %
    3.3kmh
    0 %
    Fri
    32 °
    Sat
    38 °
    Sun
    41 °
    Mon
    42 °
    Tue
    43 °

    ସମ୍ବନ୍ଧିତ