Saturday, May 23, 2026
33.9 C
Odisha

    ୨୪ ଘଣ୍ଟାରେ ଦୁଇ ଥର ରଙ୍ଗ ବଦଳାନ୍ତି ଏହି ଶିବଲିଙ୍ଗ, ଜାଣନ୍ତୁ ବିଶେଷ ରହସ୍ୟ

    ଆଗକୁ ପଢନ୍ତୁ

    ସାରା ଦୁନିଆରେ ଭଗବାନ ଶିବଙ୍କର ଅନେକ ମନ୍ଦିର ଅଛି । ସମସ୍ତ ସ୍ଥାନର ଭିନ୍ନ ଭିନ୍ନ ରହସ୍ୟ ରହିଛି । ଭଗବାନ ମୂର୍ତ୍ତି ବଦଳରେ ଶିବଲିଙ୍ଗଙ୍କୁ ପୂଜା କରାଯାଏ । ଆମେ ଆଜି ଆପଣଙ୍କୁ ଏଭଳି ଏକ ଶିବଲିଙ୍ଗଙ୍କ ବିଷୟରେ କହିବାକୁ ଯାଉଛୁ ଯାହା ଖୁବ୍ ରହସ୍ୟମୟ । ଯେଉଁ ସ୍ଥାନରେ ଶିବଲିଙ୍ଗ ଦିନକୁ ଦୁଇ ଥର ରଙ୍ଗ ପରିବର୍ତ୍ତନ କରିଥାଆନ୍ତି । ଯାହାର ରହସ୍ୟ ବିଷୟରେ ଆଜି ପର୍ଯ୍ୟନ୍ତ ମଧ୍ୟ ବୈଜ୍ଞାନିକମାନେ ଜାଣିପାରିନାହାଁନ୍ତି ।

    ଏହି ଶିବଲିଙ୍ଗ ଅଚଳେଶ୍ବର ମନ୍ଦିରରେ ପୂଜା ପାଉଛନ୍ତି । ଯେଉଁ ମନ୍ଦିର ରାଜସ୍ଥାନ ଧୌଳପୁର ଜିଲ୍ଲାରେ ଅବସ୍ଥିତ । ପ୍ରତି ୨୪ ଘଣ୍ଟାକୁ ଦୁଇ ଥର ଶିବଲିଙ୍ଗ ତାଙ୍କର ରଙ୍ଗ ପରିବର୍ତ୍ତନ କରିଥାଆନ୍ତି । କିଛି ଅନୁସନ୍ଧାନକାରୀ ବିଶ୍ବାସ କରନ୍ତି ଯେ, ସୂର୍ଯ୍ୟ କରିଣ ଲିଙ୍ଗ ଉପରେ ପଡିବା ଯୋଗୁଁ ଏପରି ହୋଇଥାଏ । ଏହି ଆକର୍ଷଣୀୟ ଦୃଶ୍ୟ ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ଏହି ମନ୍ଦିରରେ ଦେଖିବାକୁ ମିଳିଥାଏ । ବିଶ୍ବାସ୍ ଅନୁଯାୟୀ, ଏହି ମନ୍ଦିରରେ ଭକ୍ତମାନଙ୍କର ସମସ୍ତ ଇଚ୍ଛା ପୂରଣ ହୋଇଥାଏ । କୁହାଯାଏ ଯେ, କୈଣସି ଭକ୍ତ ଏଠାକୁ ଆସି ଖାଲି ହାତରେ ଫେରି ଯାଆନ୍ତି ନାହିଁ ।  ଦୂର ଦୂରାନ୍ତରୁ ଭକ୍ତମାନେ ସେମାନଙ୍କର ଇଚ୍ଛା ପୂରଣ କରିବା ପାଇଁ ମହାକାଳଙ୍କୁ ଦର୍ଶନ କରିବାକୁ ଏଠାକୁ ଆସିଥାଆନ୍ତି । ଜଳହରିର ମଧ୍ୟ ବିଶେଷ ରହସ୍ୟ ରହିଛି । ଯଦି ଖରାଦିନେ ବର୍ଷା ନହୁଏ ତେବେ ଜଳହରିରେ ପାଣି ପୂର୍ଣ୍ଣ କରିବା ଦ୍ବାରା ଶୀଘ୍ର ବର୍ଷା ହୋଇଥାଏ ।

    ଏହା ସହିତ ଏଠାରେ ଥିବା ପର୍ବତ ଭଗବାନ ଶିବଙ୍କ ବୃଦ୍ଧାଙ୍ଗୁଠି ଦ୍ୱାରା ସ୍ଥିର ରହିଛି ବୋଲି କୁହାଯାଏ । ଯେଉଁଦିନ ଭଗବାନ ଶିବଙ୍କ ବୃଦ୍ଧାଙ୍ଗୁଠି ଅଦୃଶ୍ୟ ହୋଇଯିବ, ସେହି ଦିନ ପର୍ବତଟି ମଧ୍ୟ ଧ୍ୱଂସ ପାଇଯିବ ବୋଲି ଧାର୍ମିକ ବିଶ୍ବାସ ରହିଛି । ସେହି ବୃଦ୍ଧାଙ୍ଗୁଠି ତଳେ ଏକ ପୁଷ୍କରିଣୀ ପ୍ରବାହିତ ହେଉଛି । ଯେଉଁଥିରେ ଯେତେ ପାଣି ଧାଳିଲେ ସୁଦ୍ଧା ତାହା କେବେ ପୂର୍ଣ୍ଣ ହୋଇନଥାଏ । ଏଥିରେ ଅର୍ପଣ କରାଯାଇଥିବା ଜଳ କେଉଁଠାରେ ଅଛି ତାହା ଆଜି ମଧ୍ୟ ଏକ ରହସ୍ୟ ହୋଇ ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.9 ° C
    33.9 °
    33.9 °
    39 %
    0.8kmh
    100 %
    Sat
    43 °
    Sun
    45 °
    Mon
    45 °
    Tue
    46 °
    Wed
    46 °

    ସମ୍ବନ୍ଧିତ