Friday, October 2, 2026
25.2 C
Odisha

    ୨୪ ଫେବ୍ରୁଆରିରେ ଆସିବ ପ୍ରଧାନମନ୍ତ୍ରୀ କିଷାନ ଟଙ୍କା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୧୯ତମ କିସ୍ତି ତାରିଖ ୨୪.୨.୨୦୨୫ ସୋମବାର ଦିନ ପ୍ରକାଶିତ ହେବ। କେନ୍ଦ୍ର ସରକାର ୨୨ ହଜାର କୋଟି ଟଙ୍କାର ପାଣ୍ଠି ଜାରି କରିବେ। କିଷାନ ସମ୍ମାନ ନିଧିର ରାଶି ସିଧାସଳଖ ଚାଷୀଙ୍କ ଆକାଉଣ୍ଟକୁ ପଠାଯିବ। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୧୮ତମ କିସ୍ତି ଅକ୍ଟୋବର ୨୦୨୪ରେ ଜାରି ହୋଇଥିଲା। ଏବେ ଏହି ଯୋଜନାର ୧୯ତମ କିସ୍ତି ୨୪ ଫେବ୍ରୁଆରିରେ ଜାରି ହେବ। ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅଧୀନରେ, ଚାଷୀମାନଙ୍କୁ ବାର୍ଷିକ ୬,୦୦୦ ଟଙ୍କା ଦିଆଯାଉଛି। ଯାହା ସିଧାସଳଖ ସେମାନଙ୍କ ଆକାଉଣ୍ଟକୁ ୨,୦୦୦ ଟଙ୍କା କିସ୍ତିରେ ସ୍ଥାନାନ୍ତରିତ କରାଯାଏ। ଏହି ଯୋଜନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ୨୦୧୯ ମସିହାରେ ଆରମ୍ଭ କରିଥିଲେ। ସେବେଠାରୁ, ଯୋଗ୍ୟ ଚାଷୀମାନେ ଏହି ଯୋଜନା ଅଧୀନରେ ଲାଭ ପାଉଛନ୍ତି।

    କିପରି କରିବେ ସ୍ଥିତି ଯାଞ୍ଚ : ଯଦି ଚାଷୀ ସମସ୍ତ ଡକ୍ୟୁମେଣ୍ଟ ସଠିକ୍ ଭାବରେ ଦାଖଲ କରିଛନ୍ତି। ଇ-କେୱାଇସି କରିଛନ୍ତି ଏବଂ ପିଏମ୍ କିଷାନର ୧୯ତମ କିସ୍ତି ପାଇଁ ଅପେକ୍ଷା କରିଛନ୍ତି, ତେବେ ସେମାନଙ୍କୁ ନିଜର ସ୍ଥିତି ଯାଞ୍ଚ କରିବା ପାଇଁ ସରକାରୀ ୱେବସାଇଟ୍ pmkisan.gov.in ପରିଦର୍ଶନ କରିବାକୁ ପଡ଼ିବ। ଏହାପରେ, ପେଜ୍‌ର ଡାହାଣ ପାର୍ଶ୍ୱରେ ଥିବା ‘Know Your Status’ ଟ୍ୟାବ୍ ଉପରେ କ୍ଲିକ୍ କରିବାକୁ ହେବ।
    ପଞ୍ଜିକରଣ ନମ୍ବର ଏଣ୍ଟ୍ରି କରିବା ପରେ ‘ଡାଟା ପାଆନ୍ତୁ’ ବିକଳ୍ପକୁ ଚୟନ କରିବାକୁ ହେବ।
    ଏହା ପରେ ଟ୍ୟାବ୍ ସ୍କ୍ରିନରେ ସମ୍ପୂର୍ଣ୍ଣ ସ୍ଥିତି ଦେଖିହେବ।

    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହାରର ଭାଗଲପୁରରୁ ପିଏମ କିଷାନର ୧୯ତମ କିସ୍ତି ଜାରି କରିବେ। କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଗାର
    ଗତ ଶୁକ୍ରବାର ଏହି ଘୋଷଣା କରିଛନ୍ତି। ସେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଫେବ୍ରୁଆରି ୨୪ ତାରିଖରେ ବିହାରର ଭାଗଲପୁରରେ ପିଏମ-କିଷାନର ୧୯ତମ କିସ୍ତି ଜାରି କରିବେ। ୯.୮ କୋଟି ଯୋଗ୍ୟ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ୨୨,୦୦୦ କୋଟି ଟଙ୍କା ପଠାଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    25.2 ° C
    25.2 °
    25.2 °
    76 %
    0.6kmh
    49 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    31 °

    ସମ୍ବନ୍ଧିତ