Tuesday, April 7, 2026
26.1 C
Odisha

    ୨୪ ବର୍ଷର ବିଜେଡି ସରକାର ଓ ୨୪ ଦିନର ବିଜେପି ସରକାରକୁ ଓଡ଼ିଶାବାସୀ ଭଲଭାବେ ପରଖୁଛନ୍ତି: ତେଜେଶ୍ୱର ପରିଡା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ତା ୦୬/୦୭: ନିର୍ବାଚନରେ ଓଡିଶାବାସୀଙ୍କ ଦ୍ୱାରା ପ୍ରତ୍ୟାକ୍ଷିତ ହେବା ପରେ ବିଜେଡିର ନେତା ଓ ନେତ୍ରୀମାନେ ଆରମ୍ଭ କରିଦେଇଥିବା ପ୍ରଳାପ ଅତ୍ୟନ୍ତ ହାସ୍ୟାସ୍ପଦ ଓ ଦୁର୍ଭାଗ୍ୟଜନକ । ରାଜ୍ୟ ସଡକ ପରିବହନ ନିଗମର କ୍ଷତି ପାଇଁ ଦାୟୀ କିଏ? କେଉଁ ସରକାର ସମୟରେ ଓଏସ୍‌ଆରଟିସି (ଓଡିଶା ରାଜ୍ୟ ପରିବହନ ନିଗମ) ବ୍ୟାପକ କ୍ଷତିକୁ ପଳାଇଗଲା ? ଓଏସ୍‌ଆରଟିସିର ମୂଲ୍ୟବାନ ଜମିକୁ ବିଭିନ୍ନ ଘରୋଇ କମ୍ପାନୀଙ୍କୁ ଶାଗ, ମାଛ ଦରରେ କିଏ ବିକ୍ରି କରିଥିଲା ? ଓଡିଶାବାସୀଙ୍କ ଟଙ୍କାକୁ ନିଜ ସ୍ୱାର୍ଥ ପାଇଁ କେଉଁମାନେ କାହା ସ୍ୱାର୍ଥରେ ଘରୋଇ କମ୍ପାନୀ ହାତରେ ଟେକି ଦେଲେ? ଏହାର ଉତର ବିଜେଡି ଦେବା ଉଚିତ୍ ବୋଲି ରାଜ୍ୟ ମୁଖପାତ୍ର ତେଜେଶ୍ୱର ପରିଡା କହିଛନ୍ତି ।
    ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ଶ୍ରୀ ପରିଡା କହିଛନ୍ତି ଯେ, ନିର୍ବାଚନକୁ ଆଖିଆଗରେ ରଖି ରାଜନୈତିକ ଉଦ୍ଦେଶ୍ୟରେ ବିଜେଡି “ଲକ୍ଷ୍ମୀ” ବସ୍ ଯୋଜନା ଆରମ୍ଭ କରିଥିଲା । ଯାତ୍ରୀଙ୍କ ସ୍ୱାର୍ଥ ଅପେକ୍ଷା ବିଜେଡିର ଦଳୀୟ ସ୍ୱାର୍ଥ ହାସଲ ଲକ୍ଷ୍ୟରେ ଲକ୍ଷ୍ମୀ ବସ୍ ଯୋଜନା ଆରମ୍ଭ କରାଯାଇଥିଲା । ଲକ୍ଷ୍ମୀ ବସ୍ ଯୋଜନାରେ ଯାତ୍ରୀ ସଂଖ୍ୟା କମ୍ ଥିଲେ, କିନ୍ତୁ ବିଜେଡି ଓ ପାଣ୍ଡିଆନଙ୍କ ସଭା ପାଇଁ ଏହି ବସ୍‌ରେ ଲୋକଙ୍କୁ ବୁହା ଯାଉଥିଲା । ଏହି ଯୋଜନା ପାଇଁ ବିଜେଡି ସରକାର କେତେ ବଜେଟ୍ କରିଥିଲା, ତାହାର ହିସାବ ନାହିଁ । ଏହି ବସ୍‌ରେ ବିଜେଡିର ଦଳୀୟ ଚିହ୍ନ ଓ ଦଳୀୟ ରଙ୍ଗର ଷ୍ଟିକର ଲଗାଯାଇଥିଲା । ଏହି ଷ୍ଟିକରକୁ ପରବର୍ତୀ ସମୟରେ ଛଡାଇବା ବେଳେ ଜଣାପଡୁଛି ଯେ, ଯଦି ୨୦୨୪ରେ ବିଜେଡି ସରକାର ଗଠନ କରିଥାନ୍ତା, ତାହାଲେ ନିର୍ବାଚନକୁ ଦୃଷ୍ଟିରେ ରଖି ଆରମ୍ଭ କରାଯାଇଥିବା ବିଶ୍ୱସ୍ତରୀୟ କାଳିଆ ଯୋଜନା, ବିଜୁ ଯୁବ ବାହିନୀ, ପିଠା ଭଳି ‘ଲକ୍ଷ୍ମୀ ବସ୍ ଯୋଜନା’କୁ ମଧ୍ୟ ବନ୍ଦ କରିଦେଇଥାନ୍ତେ ବୋଲି ଶ୍ରୀ ପରିଡା କହିଛନ୍ତି ।
    “ବିଜୁ ଗାଁ ଗାଡି” କେତେ ସଫଳ ହେଲା? ଏହି ଯୋଜନା ବନ୍ଦ ହେବା ବେଳେ ବିଜେଡି ନେତାନେତ୍ରୀମାନେ କାହିଁକି ପ୍ରଶ୍ନ କରିନଥିଲେ? “ଲକ୍ଷ୍ମୀ ବସ୍‌” ଯୋଜନାରେ ରାଜ୍ୟ ରାଜକୋଷରୁ ଶହ ଶହ କୋଟି ଟଙ୍କା ବାଟମାରଣା ହୋଇଛି । ସମସ୍ତ ଦିଗକୁ ସମୀକ୍ଷା କରି ନବଗଠିତ ବିଜେପି ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ଯାତ୍ରୀମାନଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେଇ ନୂଆ ରୂପରେଖ ପ୍ରସ୍ତୁତ କରାଯାଉଛି ଏବଂ ଖୁବଶୀଘ୍ର ଏହାର ସଫଳ ରୂପାୟନ ହେବ ବୋଲି ଶ୍ରୀ ପରିଡା କହିଛନ୍ତି ।
    ବିଜେଡି ବିଭିନ୍ନ କେନ୍ଦ୍ରୀୟ ଯୋଜନାକୁ ନିଜ ନାଁରେ କରିବାର ଅପଚେଷ୍ଟା କରିଛି । ଚାଉଳ, ଘର, ପିଇବା ପାଣି କିମ୍ବା ବିଜୁଳି ଭଳି ମୋଦି ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାକୁ ନିଜର କହି ମାର୍କେଟିଂ ଓ ବ୍ରାଣ୍ଡିଙ୍ଗ କରିବା ବିଷୟରେ ଓଡ଼ିଶାବାସୀ ଅବଗତ ଅଛନ୍ତି । ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା ଓଡିଶାର ଗ୍ରାମାଂଚଳ ଓ ସହରାଂଚଳରେ ବ୍ୟାପକ ହେବ, ଯାହାର ସୁଫଳ ଓଡ଼ିଶାବାସୀ ନେବେ ଏବଂ ବିଜେଡିର ଫମ୍ଫା ଆବାଜ ପଦାରେ ପଡିବ । ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିଜେଡି ପ୍ରେସ୍ ମିଟ୍ କରିବା ପୂର୍ବରୁ ଆତ୍ମସମୀକ୍ଷା କରୁ । ରାଜ୍ୟର ବିକାଶ ଓ ଓଡିଶାବାସୀଙ୍କ କଲ୍ୟାଣକୁ ନେଇ ବିଜେଡିର ନେତାନେତ୍ରୀମାନେ ଧର୍ଯ୍ୟ ରଖନ୍ତୁ । ଜଗନ୍ନାଥ ମହାପ୍ରଭୁଙ୍କ ଚରଣରେ ସମର୍ପିତ ହୋଇ ବିଜେପି ସରକାର ପ୍ରଥମ କ୍ୟାବିନେଟ୍ ବୈଠକରୁ ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲିବାଠୁ ଆରମ୍ଭ କରି ରତ୍ନଭଣ୍ଡାର ଖୋଲିବା ନେଇ ଉଦ୍ୟମ ଜାରିରଖିଛି । ୨୪ ବର୍ଷର ବିଜେଡି ସରକାର ଓ ୨୪ ଦିନର ବିଜେପି ସରକାରକୁ ଓଡ଼ିଶାବାସୀ ଭଲଭାବେ ପରଖୁଛନ୍ତି । ରତ୍ନଭଣ୍ଡାର ଖୋଲିବା ସମ୍ପର୍କରେ ବିଜେଡି ଯେଉଁଭଳି ଲଜ୍ଜ୍ୟାଜନକ ମନ୍ତବ୍ୟ ଦେଉଛି, ଏହାଠୁ ବଡ ଦୁର୍ଭାଗ୍ୟଜନକ କଥା କିଛି ନଥାଇପାରେ ବୋଲି ଶ୍ରୀ ପରିଡା କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    26.1 ° C
    26.1 °
    26.1 °
    59 %
    3.2kmh
    82 %
    Tue
    31 °
    Wed
    39 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ