ମାଲକାନଗିରି : ଭୁଶୁଡୁଛି ମାଓ ଗଡ଼ । ୨୬ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ । ପୋଲିସ ନିକଟରେ ଅସ୍ତ୍ର ଛାଡ଼ି ଗୋଲାପ ଧରିଲେ ମାଓବାଦୀ । ଛତିଶଗଡ଼ର ସୁକମା SPଙ୍କ ନିକଟରେ ୨୬ ହାର୍ଡକୋର ମାଓବାଦୀମାନେ ଆତ୍ମସମର୍ପଣ କରିଛନ୍ତି । ଏହି ୨୬ଜଣ ହାର୍ଡକୋର ମାଓବାଦୀଙ୍କ ଉପରେ ଥିଲା ୬୪ ଲକ୍ଷ ଟଙ୍କା ପୁରସ୍କାର । ଆତ୍ମସମର୍ପଣ କରିଥିବା ସମସ୍ତ ମାଓବାଦୀ ଓଡିଶା ଏବଂ ସୁକମା ଅଞ୍ଚଳରେ ସକ୍ରିୟ ରହି ହିଂସାକାଣ୍ଡ ଘଟାଉଥିଲେ । ସରକାରଙ୍କ ଆତ୍ମସମର୍ପଣ ନିତିରେ ଆକର୍ଷିତ ହୋଇ ସମସ୍ତେ ପୋଲିସ ଆଗରେ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ସବୁ ପ୍ରକାର ସାହାଯ୍ୟ କରାଯିବା ନେଇ ସୁକମା SP କିରଣ ଚୌହ୍ବାନ ସୂଚନା ଦେଇଛନ୍ତି ।

