Tuesday, January 13, 2026
16.3 C
Odisha

    ୨୭ରେ ବସିବ ରତ୍ନଭଣ୍ଡାର ସଂପର୍କିତ ବୈଠକ

    ଆଗକୁ ପଢନ୍ତୁ

    ପୁରୀ : ଜାନୁଆରୀ ମାସ ଭିତରେ ପୁରୀ ମହାପ୍ରଭୁଙ୍କ ଭିତର ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ ହୋଇପାରେ । ଏଥିପାଇଁ ମୁକ୍ତି ମଣ୍ଡପ ପରାମର୍ଶ ନିଆଯିବ । ଗଣତି ମଣତି ପାଇଁ ଦର୍ଶନରେ ସମସ୍ୟା ହୋଇପାରେ । ତେଣୁ ଶ୍ରଦ୍ଧାଳୁଙ୍କ ସହଯୋଗ ଲୋଡ଼ା । ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗରେ ଆସନ୍ତା ୨୭ରେ ହେବ ଉଚ୍ଚସ୍ତରୀୟ ବୈଠକ । ଏସଓପି ସମ୍ପର୍କରେ ଆଲୋଚନା କରାଯିବ ବୋଲି ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ସୂଚନା ଦେଇଛନ୍ତି । ରତ୍ନ ଭଣ୍ଡାର ମରାମତି କାମ ସରିଛି । ଭିତର ଭଣ୍ଡାରରେ ସମସ୍ତ ରତ୍ନ ରଖି ଦିଆଯାଇଛି ।

    ତେବେ ଗଣତିମଣତି ପ୍ରକ୍ରିୟାରେ କେଉଁମାନେ ସାମିଲ ହେବେ, ସ୍ଥିର ହୋଇନି । ୨୭ ତାରିଖ ବୈଠକରେ ଏନେଇ ନିଷ୍ପତ୍ତି ହେବ। ରତ୍ନର ମୂଲ୍ୟ ଆକଳନ କରିବା ମୁସ୍କିଲ।  ରତ୍ନ ଗୁଡ଼ିକର ଗୁଣ ମାନ ନିର୍ଣ୍ଣୟ କରାଯିବ । ୨ ଜଣ ଏକ୍ସପର୍ଟ ଏ କାର୍ଯ୍ୟରେ ସହାୟତା କରିବେ । ଏଥିପାଇଁ ରିଜର୍ଭ ବ୍ୟାଙ୍କର ସହଯୋଗ ଲୋଡ଼ାଯାଇଛି ।  ଶେଷ ଥର ଗଣତି ମଣତି ପାଇଁ ୭୨ ଦିନ ଲାଗିଥିଲା । ୧୯୭୮ ମସିହା ଗଣତି ବେଳର ତାଲିକା ସହ ମେଳକ କରାଯିବ ।  ୫୪ ମସିହାର ରେକର୍ଡ ଏବଂ ୭୮ ମସିହାରେ ହୋଇଥିଵା ଗଣତିକୁ ନେଇ ଆଗାମୀ ପଦକ୍ଷେପ ନିଆଯିବ ବୋଲି ଜଷ୍ଟିସ ବିଶ୍ବନାଥ ରଥ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    16.3 ° C
    16.3 °
    16.3 °
    44 %
    1.9kmh
    0 %
    Tue
    16 °
    Wed
    28 °
    Thu
    29 °
    Fri
    29 °
    Sat
    30 °

    ସମ୍ବନ୍ଧିତ