Sunday, February 23, 2025
32.3 C
Odisha

    ୨୯ତମ ରାଜ୍ୟସ୍ତରୀୟ ନିମାପଡା କପ: ରେଲୱକୁ ହରାଇ ରାମେଶ୍ଵର ସ୍ପୋର୍ଟିଂ ଚାମ୍ପିଅନ

    ଆଗକୁ ପଢନ୍ତୁ

    ବାମନାଳ:  ନିମାପଡ଼ା  ବାରବାଟୀ ପଡ଼ିଆରେ ପ୍ରଥମ ତାପସ ଦାସ ଓ ୨୯ ତମ ରାଜ୍ୟସ୍ତରୀୟ ନିମାପଡା କପ କ୍ରିକେଟ ଟ୍ରୁନାମେଣ୍ଟ ଅନୁଷ୍ଠିତ ଫାଇନାଲ ମ୍ୟାଚ୍ ଇଷ୍ଟ କୋଷ୍ଟ ରେଲୱେ ଖୋର୍ଦ୍ଧା ଓ ରାମେଶ୍ବର ସ୍ପୋର୍ଟିଂ ଭୁବନେଶ୍ବର ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ଏହି ମ୍ୟାଚ୍‌ରେ ପ୍ରଥମେ ଇଷ୍ଟ କୋଷ୍ଟ ରେଲୱେ (ଖୋର୍ଦ୍ଧା) ଟସ ଜିତି ବ୍ୟାଟିଂ କରି ସମସ୍ତ ୱିକେଟ ହରାଇ ୧୫୯ ରନ୍ ସଂଗ୍ରହ କରିଥିଲେ। ଦଳପକ୍ଷରୁ  ପ୍ରଶାନ୍ତ ସାହୁ ୩୪ ଓ ରାକେଶ ମହାନ୍ତି ୩୭ ରନ୍ ସଂଗ୍ରହ କରିଥିଲେ। ବୋଲିଂ କରି ଆଶୁତୋଷ ନାୟକ ୫ଟି ୱିକେଟ ଅକ୍ତିଆର କରିଥିଲେ।

    ମ୍ୟାଚ୍‌ରେ ମୁଖ୍ୟ ଅତିଥି ରୂପେ ପୁର୍ବତନ ମନ୍ତ୍ରୀ ଓ ଆଥଲେଟିକ ଆସୋସିଏସନ୍‌ର ସଭାପତି ସମିର ରଞ୍ଜନ ଦାଶ, ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ , ଆଥଲେଟିକ ଆସୋସିଏସନ୍‌ର ସମ୍ପାଦକ ଜୀବନାନନ୍ଦ ମହାପାତ୍ର, ଜିଲ୍ଲା ପରିଷଦ ପ୍ରଦୀପ୍ତ ଖୋଟଇ,ଶ୍ରଦ୍ଧାଶୁମନ ଦାଶ ଓ ସିନେମା ଜଗତର ସୁନାମଧନ୍ୟ ଅଭିନେତ୍ରୀ ଶିବାନୀ ଖେଳର ମୁଖ୍ୟ ଆକର୍ଷଣ ଥିଲେ।

    ଅତିଥିମାନଙ୍କ ଦ୍ଵାରା  ଚ‌ାମ୍ପିଅନ ଦଳକୁ ୬୦ ହଜାର ଓ ରନର୍ସ ଅପ ଦଳକୁ ୩୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ଏହି ମ୍ୟାଚକୁ  ତ୍ରିଭୁବନ ନାଥ ଦାଶ ଓ ନିର୍ମଳ କୁମାର ମିଶ୍ର ପରିଚାଳନା କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32.3 ° C
    32.3 °
    32.3 °
    13 %
    2.4kmh
    0 %
    Sun
    31 °
    Mon
    34 °
    Tue
    35 °
    Wed
    35 °
    Thu
    36 °

    ସମ୍ବନ୍ଧିତ