Wednesday, October 14, 2026
26.2 C
Odisha

    ମହାକୁମ୍ଭ: ପ୍ରଥମ ଦିନରେ ବୁଡ଼ ପକାଇଲେ ୧ କୋଟି ଲୋକ

    ଆଗକୁ ପଢନ୍ତୁ

    ପ୍ରୟାଗରାଜ: ଆରମ୍ଭ ହୋଇଛି ମହାକୁମ୍ଭ ମେଳା । ଆଜି ପୌଷ ପୂର୍ଣ୍ଣିମା ଉପଲକ୍ଷେ ଥିଲା ପ୍ରଥମ ସ୍ନାନ । ପ୍ରଥମ ଦିନରେ ହିଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଛି । ପ୍ରଥମ ଦିନରେ ପ୍ରାୟ ୧ କୋଟି ଲୋକ ସ୍ନାନ କରିଛନ୍ତି । ତେବେ ପ୍ରଥମ ସାହୀ ସ୍ନାନ ଆସନ୍ତା କାଲି ଅର୍ଥାତ ମକର ସଂକ୍ରାନ୍ତି ଉପଲକ୍ଷେ ଅନୁଷ୍ଠିତ ହେବ । ଉତ୍ତରପ୍ରଦେଶ ଡିଜିପି ପ୍ରଶାନ୍ତ କୁମାର କହିଛନ୍ତି, ମହାକୁମ୍ଭ ୨୦୨୫ର ପ୍ରଥମ ସ୍ନାନ ସକାଳେ ବ୍ରହ୍ମମୁହୂର୍ତ୍ତରୁ ଆରମ୍ଭ ହୋଇଥିଲା ଏବଂ ବର୍ତ୍ତମାନ ସୁଦ୍ଧା ପ୍ରାୟ ୧ କୋଟି ଶ୍ରଦ୍ଧାଳୁ ସଙ୍ଗମ ଅଞ୍ଚଳରେ ସ୍ନାନ କରିଛନ୍ତି। ଆମେ ସବୁ କିଛି ବ୍ୟବସ୍ଥା କରିଥିଲୁ। ସମସ୍ତ କୌଶଳ ବ୍ୟବହାର କରାଯାଇଛି, ସେଥିମଧ୍ୟରୁ ଅନେକ ନୂଆ । ଏସବୁ କାରଣରୁ ସାଧାରଣ ଜନତାଙ୍କୁ ବହୁତ ସୁବିଧା ମିଳିଥିଲା। ପ୍ରୟାଗରାଜ ଅଞ୍ଚଳ କିମ୍ବା ସମଗ୍ର ରାଜ୍ୟରେ କୌଣସି ସ୍ଥାନରୁ କୌଣସି ଅପ୍ରୀତିକର ଘଟଣା ଘଟିନାହିଁ। ସମସ୍ତ ବିଭାଗ ସହ ସମନ୍ୱୟ ରକ୍ଷା କରି ପଦକ୍ଷେପ ନିଆଯାଉଛି। ପ୍ରୟାଗରାଜକୁ ଯାଉଥିବା ରାସ୍ତାରେ କୌଣସି ଟ୍ରାଫିକ୍ କିମ୍ବା ବାଧା ନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.2 ° C
    26.2 °
    26.2 °
    85 %
    1.6kmh
    37 %
    Wed
    24 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ