Monday, April 6, 2026
24.9 C
Odisha

    ୨ କୋଟି ଠକେଇ: କେନ୍ଦ୍ରମନ୍ତ୍ରୀଙ୍କ ଭାଇ, ପୁତୁରା ଅଟକ

    ଆଗକୁ ପଢନ୍ତୁ

    ୨ କୋଟି ଟଙ୍କା ଠକେଇ ମାମଲାରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଜୋଷୀଙ୍କ ଭାଇ ଗୋପାଳ ଯୋଷୀ ଏବଂ ପୁତୁରା ଅଜୟ ଯୋଷୀଙ୍କୁ ବେଙ୍ଗାଲୁରୁ ପୋଲିସ ଶନିବାର ଅଟକ ରଖିଛି। ସେମାନଙ୍କ ବିରୋଧରେ ନାଗଥାନ୍‌ର ପୂର୍ବତନ ଜେଡିଏସ୍‌ ବିଧାୟକ ଦେବାନନ୍ଦ ଫୁଲସିଂ ଚଭନଙ୍କ ସ୍ତ୍ରୀ ସୁନୀତା ଚଭନ ଅଭିଯୋଗ ଦାଏର କରିଥିଲେ। ଗତ ମେ’ରେ ଅନୁଷ୍ଠିତ ଲୋକ ସଭା ନିର୍ବାଚନ ପାଇଁ ଭାଜପା ଟିକେଟ କରାଇଦେବାକୁ ସେମାନେ ସୁନୀତାଙ୍କଠାରୁ ୨ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗରେ ଦର୍ଶାଯାଇଥିଲା। ଗୋପାଳ ଜୋଷୀଙ୍କୁ ମହାରାଷ୍ଟ୍ରର କୋହ୍ଲାପୁରରେ ଏବଂ ଅଜୟଙ୍କୁ ପୁଣେରେ ଅଟକ ରଖାଯାଇଛି। ମହାରାଷ୍ଟ୍ରରେ ଆଇନଗତ ପ୍ରକ୍ରିୟା ଶେଷ ପରେ ସେମାନଙ୍କୁ ବାସବେଶ୍ୱରନଗର ପୋଲିସ ବେଙ୍ଗାଲୁରୁ ଆଣିବ। ଠକେଇ ମାମଲାରେ ୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଗୋପାଳଙ୍କୁ ଖୋଜା ଚାଲିଛି ବୋଲି ଶୁକ୍ରବାର କର୍ନାଟକ ଗୃହମନ୍ତ୍ରୀ କହିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.9 ° C
    24.9 °
    24.9 °
    60 %
    0.8kmh
    0 %
    Mon
    37 °
    Tue
    38 °
    Wed
    39 °
    Thu
    38 °
    Fri
    39 °

    ସମ୍ବନ୍ଧିତ