Saturday, March 21, 2026
32.6 C
Odisha

    +୨ ଛାତ୍ରଛାତ୍ରୀଙ୍କୁ ଶୁଭକାମନା ଜଣାଇ ଉଜ୍ଜ୍ୱଳ ଭବିଷ୍ୟତ କାମନା କଲେ ଶିକ୍ଷାମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର :ଆଜି ଠାରୁ ଆରମ୍ଭ ହୋଇଛି ଯୁକ୍ତ ୨ ପରୀକ୍ଷା । ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଛାତ୍ରଛାତ୍ରୀଙ୍କୁ ଶୁଭକାମନା ଜଣାଇବା ସହ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ଚାପମୁକ୍ତ ହୋଇ ପରୀକ୍ଷା ଦେବାକୁ ମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି । ଏହି ପରୀକ୍ଷା ମାର୍ଚ୍ଚ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ । ଆଜି ପ୍ରଥମ ଦିନରେ ବିଜ୍ଞାନର ମାତୃଭାଷା ଓଡ଼ିଆ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ବୁଧବାରଠାରୁ କଳା ଓ ବାଣିଜ୍ୟ ବିଭାଗ ଛାତ୍ରଛାତ୍ରୀଙ୍କ ପରୀକ୍ଷା ମାତୃଭାଷା(ଓଡ଼ିଆ) ବିଷୟରୁ ଆରମ୍ଭ ହେବ। ପ୍ରଶ୍ନପତ୍ର ଭାଇରାଲ ରୋକିବାକୁ ପରୀକ୍ଷା ହଲ୍‌କୁ ମୋବାଇଲ୍‌ ଓ ବୈଦ୍ୟୁତିକ ସାମଗ୍ରୀ ନେବା ଉପରେ କଟକଣା ଜାରି ହୋଇଛି। ପ୍ରଶ୍ନପତ୍ର ଭାଇରାଲ୍‌ କିମ୍ବା ପରୀକ୍ଷା ଚାଲିଥିବା ସମୟରେ ଯଦି ଲିକ୍‌ ହୁଏ ତେବେ ସଙ୍ଗେ ସଙ୍ଗେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଜେଲ୍‌ ସହ ଜରିମାନା ମଧ୍ୟ ହୋଇପାରେ। ପରୀକ୍ଷା ହଲ ସିସିଟିଭି ଜଗିବ । ଯାହାର ଲାଇଭ ଷ୍ଟ୍ରିମିଂ ବି ହେବ । ପ୍ରଶ୍ନପତ୍ର ଲିକ୍ ରୋକିବା ପାଇଁ ୫ ସ୍ତରୀୟ ବ୍ୟବସ୍ଥା କରାଯାଇଛି ।
    ସୂଚନାଯୋଗ୍ୟ, ଚଳିତବର୍ଷ ଯୁକ୍ତ୨ରେ ୩ ଲକ୍ଷ ୯୩ ହଜାର ୬୧୮ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଏଥିମଧ୍ୟରୁ କଳାରେ ୨ଲକ୍ଷ ୪୭ ହଜାର ୩୯୧ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବାବେଳେ ବିଜ୍ଞାନରେ ୧ଲକ୍ଷ ୧୪ ହଜାର ୯୮୦, ବାଣିଜ୍ୟରେ ୨୫ ହଜାର ୫୨୬, ଧନ୍ଦାମୂଳକରେ ୫ ହଜାର ୭୨୧ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ରାଜ୍ୟରେ ମୋଟ ୧୨୭୬ଟି ପରୀକ୍ଷା କେନ୍ଦ୍ର କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32.6 ° C
    32.6 °
    32.6 °
    30 %
    0.6kmh
    7 %
    Sat
    32 °
    Sun
    33 °
    Mon
    34 °
    Tue
    37 °
    Wed
    38 °

    ସମ୍ବନ୍ଧିତ