Tuesday, September 16, 2025
23.7 C
Odisha

    ୨ ପୋଲିସ୍‌ କର୍ମଚାରୀଙ୍କ ମୃତ୍ୟୁ ଘଟଣା, ଶୋକ ପ୍ରକାଶ ସହିତ ୧୦ ଲକ୍ଷ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : କଟକ ଗତିରାଉତପାଟଣା ନିକଟରେ ଭୟଙ୍କର ଦୁର୍ଘଟଣାରେ 2 ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା । ପିସିଆର୍‌ ଭ୍ୟାନ୍‌କୁ ଏକ ହାଇଓ୍ବା ଧକ୍କା ଦେବାରୁ ପୋଲିସ କର୍ମଚାରୀଙ୍କ ଜୀବନ ଚାଲିଯାଇଥିଲା । ତେବେ ଏହି ଘଟଣାରେ ଶୋକ ପ୍ରକାଶ କରିବା ସହିତ ବର୍ତ୍ତମାନ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୃତକଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି ।

    ଖବର ଅନୁସାରେ, କଟକ ସିଆରଆର୍‌ଆଇ ଥାନା ପଛ ମହାନଦୀ ବନ୍ଧ ରାସ୍ତାରେ ପିସିଆର୍‌ ଭ୍ୟାନ୍‌ ପାଟ୍ରୋଲିଂ କରୁଥିଲେ । କଟକ ଗତିରାଉତପାଟଣା ନିକଟରେ ହାଇଓ୍ବା ପିସିଆରକୁ ଧକ୍କା ଦେବା ସମୟରେ ଏଥିରେ ଅନେକ ପୋଲିସ ରହିଥିଲେ । ଗାଡିଟି ରାସ୍ତାକଡ଼କୁ ଓଲଟି ପଡିବା ଫଳରେ ସେମାନଙ୍କ ମଧ୍ୟରୁ 2ଜଣଙ୍କ ଜୀବନ ଯାଇଥିବା ବେଳେ ଅନେକ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ହାଇଓ୍ବା ଡ୍ରାଇଭର ଫେରାର ହୋଇଯାଇଥିଲା । ପୋଲିସ ତଦନ୍ତ କରି ଡ୍ରାଇଭରକୁ ଧରିବା ସହିତ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.7 ° C
    23.7 °
    23.7 °
    94 %
    1kmh
    100 %
    Mon
    24 °
    Tue
    30 °
    Wed
    26 °
    Thu
    30 °
    Fri
    30 °

    ସମ୍ବନ୍ଧିତ