Thursday, October 8, 2026
22.7 C
Odisha

    ୨ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ଜଣେ ଗିରଫ

    ଆଗକୁ ପଢନ୍ତୁ

    ପାରାଦୀପ : ପାରାଦୀପରେ ନିଶା କାରବାର ଉପରେ ରୋକ ଲାଗି ଅପରେସନ କ୍ଲିନ୍ ସ୍ବିପ୍ । ଗତ ଦୁଇ ଦିନ ମଧ୍ୟରେ ପାରାଦୀପ ଆଦର୍ଶ ଥାନା ଏବଂ ଲକ୍ ଥାନା ଅଞ୍ଚଳରୁ ଦୁଇ ନିଶା ବ୍ୟବସାୟୀଙ୍କୁ ଗିରଫ କରାଗଲାଣି । ଏଥିସହ ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଓ ଗଞ୍ଜେଇ ଜବତ ହୋଇଛି । ଲକ୍ ଥାନା ଅଞ୍ଚଳରୁ ପ୍ରାୟ ୨୦ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି । ଯାହାର ଆନୁମାନିକ ବଜାର ମୂଲ୍ୟ ୨ ଲକ୍ଷ ଟଙ୍କା ହେବ ।

    ଏହି ଘଟଣାରେ ନିମିଢି ଗାଁର ବଲ୍ଲଭ ସ୍ବାଇଁଙ୍କୁ ଗିରଫ କରାଯାଇଛି । ତା ନିକଟରୁ ଗୋଟିଏ ମୋବାଇଲ ଓ ନଗଦ ୫୦୦ ଟଙ୍କା ଜବତ କରାଯାଇଛି । ସେହିପରି ପାରାଦ୍ଵୀପ ଆଦର୍ଶ ଥାନା ଅଧୀନ କେବିନ୍ ମାର୍କେଟ ନିକଟ ନୂଆ ରାସ୍ତାରୁ ୧୭.୦୩ ଗ୍ରାମର ବ୍ରାଉନ ସୁଗାର ଜବତ ହୋଇଛି । ଏହି ଘଟଣାରେ ଅଠରବାଙ୍କି ଅଞ୍ଚଳର ପ୍ରଦୀପ ମନ୍ତ୍ରୀକୁ ଗିରଫ କରାଯାଇଛି । ତା ନିକଟରୁ ନଗଦ ୨୫ ହଜାର ୮୦୦ ଟଙ୍କା ଏବଂ ଗୋଟିଏ ମୋବାଇଲ ଜବତ କରାଯାଇଛି । ଉଭୟ ଘଟଣାରେ ତଦନ୍ତ ଜାରି ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.7 ° C
    22.7 °
    22.7 °
    89 %
    1.7kmh
    5 %
    Thu
    22 °
    Fri
    30 °
    Sat
    30 °
    Sun
    30 °
    Mon
    30 °

    ସମ୍ବନ୍ଧିତ