Thursday, October 8, 2026
23.5 C
Odisha

    ୧୮ରେ KIIT ଫେମିନା ମିସ୍ ଇଣ୍ଡିଆ ୨୦୨୬ ଗ୍ରାଣ୍ଡ ଫିନାଲେ, କ୍ୟାମ୍ପସରେ ୩୦ ଡିଭାଙ୍କ ପ୍ରସ୍ତୁତି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଓଡ଼ିଶା ଶିକ୍ଷା ଓ ପର୍ଯ୍ୟଟନ ଇତିହାସରେ ନୂଆ ଅଧ୍ଯାୟ । ଆସନ୍ତାକାଲି କିଟ ବିଶ୍ବବିଦ୍ୟାଳୟରେ ଫେମିନା ମିସ୍ ଇଣ୍ଡିଆ ୨୦୨୬ ଗ୍ରାଣ୍ଡ ଫିନାଲେ । ଏହା ପୂର୍ବରୁ କିଟ କ୍ୟାମ୍ପସରେ ୩୦ ଡିଭାଙ୍କ ପ୍ରସ୍ତୁତି ଚୂଡ଼ାନ୍ତ । ସପ୍ତାହ ବ୍ୟାପୀ ସ୍ବତନ୍ତ୍ର କାର୍ଯ୍ୟକ୍ରମ ମଧ୍ୟରେ ପୁରୀ, କୋଣାର୍କ ବୁଲି ଦେଖିଛନ୍ତି । କିସରେ ଜନଜାତି ଛାତ୍ରଛାତ୍ରୀଙ୍କ ସହ ସମୟ ବିତାଇଛନ୍ତି । କିଏ ପିନ୍ଧିବେ ୬୧ତମ ସଂସ୍କରଣ କ୍ରାଉନ ସେଥିପାଇଁ ଓଡ଼ିଶାବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପ୍ରକାଶ ପାଇଛି । କିଟ୍ ବିଶ୍ୱବିଦ୍ୟାଳୟ ପାଇଁ ଏହା ଏକ ଗୌରବମୟ ମାଇଲଖୁଣ୍ଟ।

    ପ୍ରତିଷ୍ଠିତ ଜାତୀୟ ପ୍ରତିଯୋଗିତାର ୬୦ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ଏହାର ଗ୍ରାଣ୍ଡ ଫିନାଲେ ପୂର୍ବ ଭାରତରେ ଓଡ଼ିଶା ମାଟିରେ ଅନୁଷ୍ଠିତ ହେଉଛି। ଫେମିନା ମିସ ଇଣ୍ଡିଆର ଗ୍ରାଣ୍ଡ ଫିନାଲେ ପାଇଁ ମନୋନୀତ ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୩୦ ଜଣ ସୁନ୍ଦରୀ ଏପ୍ରିଲ ୧୨ ତାରିଖରେ ଭୁବନେଶ୍ୱରରେ ପହଞ୍ଚିଥିଲେ । କିଟ୍ ଓ କିସ୍ ପ୍ରତିଷ୍ଠାତା ତଥା ବିଶିଷ୍ଟ ଶିକ୍ଷାବିତ୍ ଡ. ଅଚ୍ୟୁତ ସାମନ୍ତଙ୍କ ନେତୃତ୍ୱରେ ସେମାନଙ୍କୁ ପାରମ୍ପରିକ ଓଡ଼ିଆ ରୀତିନୀତିରେ ଭବ୍ୟ ସ୍ୱାଗତ କରାଯାଇଥିଲା । ବିମାନବନ୍ଦରରୁ କିଟ କ୍ୟାମ୍ପସ ପର୍ଯ୍ୟନ୍ତ ଏକ ଉତ୍ସବର ମାହୋଲ ଦେଖିବାକୁ ମିଳିଥିଲା । ପ୍ରତିଯୋଗୀମାନଙ୍କ ସହ ଫେମିନା ମିସ୍ ଇଣ୍ଡିଆ ୱାର୍ଲ୍ଡ ୨୦୨୪ର ବିଜେତା ନିକିତା ପୋଡୱାଲ ମଧ୍ୟ ଉପସ୍ଥିତ ରହିଥିଲେ ।

    କିଟ୍ କ୍ୟାମ୍ପସରେ ଫେମିନା ମିସ ଇଣ୍ଡିଆ ପ୍ରତିଯୋଗୀମାନଙ୍କ ପାଇଁ ସପ୍ତାହବ୍ୟାପୀ ସ୍ବତନ୍ତ୍ର କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଥିଲା। କିଟର ବିଶ୍ୱସ୍ତରୀୟ ଭିତ୍ତିଭୂମି ବୁଲି ଦେଖିବା ସହ ଗ୍ଲାମନ ଡିଭାମାନେ କିସ୍ ପରିଦର୍ଶନ କରି ସେଠାକାର ହଜାର ହଜାର ଜନଜାତି ପିଲାଙ୍କ ସହ ସମୟ ଅତିବାହିତ କରିଥିଲେ। ପିଲାଙ୍କ ସହ ନିଜର ଜୀବନ ସଂଘର୍ଷ ଓ ସ୍ୱପ୍ନ ବିଷୟରେ ଆଲୋଚନା କରି ସେମାନେ ନାରୀ ସଶକ୍ତୀକରଣ ଓ ସାମାଜିକ ଦାୟିତ୍ୱବୋଧର ଏକ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି। ପ୍ରଥମ ଥର ଫେମିନା ମିସ ଇଣ୍ଡିଆରେ ଆୟୋଜନ ଓଡ଼ିଶାର ପର୍ଯ୍ୟଟନ ଶିଳ୍ପକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ଏକ ବଡ଼ ସୁଯୋଗ।

    କିଟ ପରିସରରେ ପ୍ରତିଯୋଗୀମାନେ ଓଡ଼ିଆ ନବବର୍ଷ ଓ ମହାବିଷୁବ ସଂକ୍ରାନ୍ତି ପାଳନ କରିଛନ୍ତି। ଏହା ସହ ପାରମ୍ପରିକ ଓଡ଼ିଆ ଖାଦ୍ୟ ଓ ପଣାର ମଜା ଉଠାଇଥିଲେ। ଓଡ଼ିଶା ପର୍ଯ୍ୟଟନ ବିଭାଗ ସହଯୋଗରେ କୋଣାର୍କର ସୂର୍ଯ୍ୟ ମନ୍ଦିର, ପୁରୀ ବେଳାଭୂମି, ଚନ୍ଦ୍ରଭାଗା ଏବଂ ମୁକ୍ତେଶ୍ୱର ମନ୍ଦିର ପରିଦର୍ଶନ କରି ଓଡ଼ିଶାର ଭାସ୍କର୍ଯ୍ୟ ଓ ସ୍ଥାପତ୍ୟ କଳାକୁ ଅତି ନିକଟରୁ ବୁଲି ଦେଖିଥିଲେ। ସେମାନଙ୍କର ଏହି ଅନୁଭୂତି ଓଡ଼ିଶାକୁ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭାବେ ସାରା ଦେଶରେ ପରିଚିତ କରାଇଛି ।

    କିଟ ସବୁବେଳେ ପ୍ରତିଭାକୁ ସମ୍ମାନ ଦେଇ ଆସିଥିବା କହିଛନ୍ତି କିଟ ଓ କିସ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ । ଏହି ସୌନ୍ଦର୍ଯ୍ୟ ପ୍ରତିଯୋଗିତା ଜରିଆରେ ଭାରତର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପ୍ରତିଯୋଗୀମାନେ ଓଡ଼ିଶାର ଆତିଥ୍ୟ ଓ ଶିକ୍ଷା ବ୍ୟବସ୍ଥା ସହ ଯୋଡ଼ି ହୋଇଛନ୍ତି । ଏହା ଓଡ଼ିଶାର ଯୁବପିଢ଼ିଙ୍କ ପାଇଁ ଏକ ପ୍ରେରଣା ହେବ ବୋଲି କହିଛନ୍ତି ଡ. ସାମନ୍ତ । ଏପ୍ରିଲ ୧୮ରେ ଫେମିନା ମିସ ଇଣ୍ଡିଆ ଗ୍ରାଣ୍ଡ ଫିନାଲେ ଉପରେ ଏବେ ସାରା ଦେଶର ନଜର। ବହୁ ବିଶିଷ୍ଟ ବଲିଉଡ୍ କଳାକାର, ଫେଶନ୍ ଡିଜାଇନର ଏବଂ ବିଚାରକମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। କିଟ୍ ବିଶ୍ୱବିଦ୍ୟାଳୟର ସୁସଜ୍ଜିତ ପରିସରରେ ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଶେଷରେ ଘୋଷଣା ହେବେ ‘ଫେମିନା ମିସ୍ ଇଣ୍ଡିଆ ୨୦୨୬’ର ବିଜୟିନୀ । ଏହି ଆୟୋଜନ କେବଳ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ହୋଇ ରହିନାହିଁ, ବରଂ ଏହା ଓଡ଼ିଶାର ସଂସ୍କୃତି ଓ କିଟ୍ ର ଶିକ୍ଷାଗତ ଶ୍ରେଷ୍ଠତାକୁ ବିଶ୍ୱସ୍ତରରେ ଚମକାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.5 ° C
    23.5 °
    23.5 °
    88 %
    1.6kmh
    4 %
    Thu
    23 °
    Fri
    30 °
    Sat
    30 °
    Sun
    30 °
    Mon
    30 °

    ସମ୍ବନ୍ଧିତ