Thursday, April 9, 2026
27.4 C
Odisha

    ୩ବର୍ଷର ପୁଅକୁ ଧରି ନଦୀକୁ ଡେଇଁଲା ମାଆ

    ଆଗକୁ ପଢନ୍ତୁ

    ପୁରୀ: ପୁରୀ ଜିଲା ପିପିଲି ନିକଟବର୍ତ୍ତୀ ଜଗନ୍ନାଥପୁରସ୍ଥିତ ଭାର୍ଗବୀ ନଦୀକୁ ଡେଇଁ ପୁଅଙ୍କ ସହ ଆତ୍ମହତ୍ୟା କରିଛନ୍ତି ଜଣେ ମା’। ମୃତକ ମହିଳା ଜଣକ ପିପିଲି ନିମାପଡ଼ା ଛକର ସ୍ବର୍ଗତ ମହେଶ୍ୱର ବେହେରାଙ୍କ ଝିଅ ଇପ୍‌ସିତା ବେହେରା(୨୬)। ସେ ନିମାପଡ଼ା ଥାନା ଅନ୍ତର୍ଗତ ଯୁଆଲୋ ଗ୍ରାମର ରଶ୍ମିରଞ୍ଜନ ବେହେରାଙ୍କୁ ବିବାହ କରିଥିଲେ। ବୁଧବାର ଅପରାହ୍ନରେ ଇପ୍‌ସିତା ଏକ ଅଟୋରେ ଆସି ଜଗନ୍ନାଥପୁରଠାରେ ଓହ୍ଲାଇଥିଲେ। ୩ ବର୍ଷର ପୁଅକୁ ସାଙ୍ଗରେ ଆଣି ଏକ ଜଳଖିଆ ଦୋକାନରେ ଖାଇବାକୁ ଦେଲେ। ପରେ ଚାଲିଚାଲି ଭାର୍ଗବୀ ନଦୀର ବ୍ରିଜ୍‌ ଉପରକୁ ଯାଇ ପୁଅକୁ ଧରି ନଦୀକୁ ଡେଇଁ ପଡ଼ିଲେ। ନଦୀକୁ ଡେଇଁବା ସମୟରେ ଜଣେ ସ୍ଥାନୀୟ ଯୁବକ ଦେଖି ଡାକ ପକାଇଥିଲେ।

    ମହିଳା ଏବଂ ପୁଅ ତିନି /ଚାରି ଥର ବୁଡ଼ିଛନ୍ତି ଉଠିଛନ୍ତି। ତା’ ପରେ ଆଉ ସେମାନଙ୍କର ପତ୍ତା ମିଳି ନ ଥିଲା। ଖବରପାଇ ପିପିଲି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନଦୀରେ ଖୋଜାଖୋଜି ଆରମ୍ଭ କରିଥିଲେ। ତେବେ ମା, ପୁଅଙ୍କ ମୃତଦେହ ସୁନାପଦାଠାରେ ନଦୀକୂଳରେ ଭାସି ଯାଉଥିଲେ। ସ୍ଥାନୀୟ ଲୋକେ ତଥା ଶଙ୍କର୍ଷଣ ବେହେରା ଏବଂ ତାଙ୍କ ସହଯୋଗୀ ଉଦ୍ଧାର କରି ନଦୀବନ୍ଧ ଉପରକୁ ଆଣିଥିଲେ। ଖବର ପାଇପିପିଲି ଥାନା ଏସ୍‌ଆଇ ମମତା ବିଶ୍ୱାଳ ଏବଂ ଏଏସ୍‌ଆଇ ସୁମନ୍ତ ସାହୁ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଜାରି ରଖିଛନ୍ତି।
    ଇପ୍‌ସିତା ତାଙ୍କ ଭିଣୋଇ ରଶ୍ମିରଞ୍ଜନ ବେହେରାଙ୍କୁ ବିବାହ କରିଥିଲେ। ତେବେ କେଉଁ ପରିସ୍ଥିତିରେ, କାହିଁକି ସ୍ବାମୀଙ୍କ ଘରୁ ଆସି ନଦୀକୁ ଡେଇଁ ଆତ୍ମହତ୍ୟା କଲେ ଏନେଇ ପୋଲିସ ତଦନ୍ତ ଜାରି ରଖିଛି। ମୃତଦେହ ଦୁଇଟିର ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.4 ° C
    27.4 °
    27.4 °
    52 %
    2kmh
    6 %
    Wed
    28 °
    Thu
    38 °
    Fri
    38 °
    Sat
    39 °
    Sun
    42 °

    ସମ୍ବନ୍ଧିତ