Friday, February 6, 2026
16.4 C
Odisha

    ୩୪୦ ଚୋରି ମୋବାଇଲ ଜବତ, ୪ ଲୁଟେରା ଗିରଫ

    ଆଗକୁ ପଢନ୍ତୁ

    ବ୍ରହ୍ମପୁର :  ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରୁ ଚୋରୀ ହୋଇଥିବା ବିପୁଳ ପରିମାଣ ର ଚୋରୀ ମୋବାଇଲ ବ୍ରହ୍ମପୁର ବଡ ବଜାର ଥାନା ପୋଲିସ ଜବତ କରିବା ସହ ରାଜ୍ୟ ଓ ରାଜ୍ୟ ବାହାର ର 4 ଲୁଟେରା ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l କୌଣସି ସୂତ୍ରରୁ ଖବର ପାଇ ବଡ଼ ବଜ଼ାର ଥାନା ଶୁକ୍ରବାର ରାତିରେ ପୋଲିସ ଶ୍ରୀ କ୍ଷେତ୍ର ବିହାର ଠାରେ ଥିବା ଏକ ଘରୁ ପୋଲିସ ସୁଟକେଶ ଥିବା 340 ଟି ଚୋରୀ ମୋବାଇଲ ଜବତ କରିଥିଲା  l

    ଏହି ରାକେଟ ର ଚେର କେଉଁ ଆଡକୁ ଲମ୍ବିଛି ତାହାର ତଦନ୍ତ ଜାରି ରହିଥିବା କହିଛନ୍ତି ବ୍ରହ୍ମପୁର ଏସପି ଡ଼ଃ ସର୍ବଣା ବିବେକ ଏମ l ବ୍ରହ୍ମପୁର ଶ୍ରୀକ୍ଷେତ୍ର ବିହାର ଠାରେ ଥିବା ଏକ ଘରୁ ବଡବଜାର ଥାନା ପୋଲିସ ୩୪୦ ଟି ଚୋରି ମୋବାଇଲ ଜବତ କରି ଏହାର ତଦନ୍ତ ଚଳାଇଛି ।ଏହି ମୋବାଇଲ ଚୋରି ରାକେଟରେ ସଂପୃକ୍ତ ଥିବା ଆନ୍ଧ୍ର ର ଦୁଇ ଯୁବକ ଓ ଗଞ୍ଜାମ ଜିଲ୍ଲାର ଦୁଇ ଯୁବକ ମୋଟ ୪ ଜଣଙ୍କୁ ପୋଲିସ କାବୁ କରି ଗିରଫ କରିଛି ।

    ତେବେ ଏହି ଅଭିଯୁକ୍ତମାନେ ଏତେ ସଂଖ୍ୟକ ମୋବାଇଲ କେଉଁଠୁ ଆଣିଲେ ତାକୁ ନେଇ ପୋଲିସ ତନାଘନା ଚଳାଇଥିବା ବେଳେ ଏମାନେ ଆନ୍ଧ୍ର ଓ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଚୋରି ଓ ଲୁଟ୍ ହୋଇଥିବା ମାମଲାରେ ସମ୍ପୃକ୍ତ ଥିବା ପୋଲିସ ଜାଣିବାକୁ ପାଇଛି । ଏହି ଘଟଣା ରେ ଆହୁରି ଲୁଟେରା ସମ୍ପୃକ୍ତ ଥିବାର ଅନୁମାନ କରି ତଦନ୍ତ ଚାଲିଥିବା କହିଛନ୍ତି ବ୍ରହ୍ମପୁର ଏସପି l

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    16.4 ° C
    16.4 °
    16.4 °
    53 %
    1.2kmh
    0 %
    Fri
    30 °
    Sat
    31 °
    Sun
    32 °
    Mon
    32 °
    Tue
    31 °

    ସମ୍ବନ୍ଧିତ