Friday, April 3, 2026
36.1 C
Odisha

    ୩୫ ଡିଗ୍ରିକୁ ଖସିବ ଦିନର ତାତି

    ଆଗକୁ ପଢନ୍ତୁ

    ଭୁବନେଶ୍ବର: କାଳ‌ବୈଶାଖୀ ପ୍ରଭାବରେ ଆସନ୍ତା ଚାରି ଦିନ ରାଜ୍ୟର ସର୍ବୋଚ୍ଚ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ। ତତଲା ତାଉଆରେ ଭାଜି ହେଉଥିବା ପଶ୍ଚିମ ଓଡ଼ିଶାବାସୀଙ୍କୁ ଆଶ୍ବସ୍ତି ମିଳିବ। ଅଧିକାଂଶ ସହରର ସର୍ବାଧିକ ତାପମାତ୍ରା ୩୫ ଡିଗ୍ରି ତଳକୁ ଖସି ଆସିବ। ଉପକୂଳ ଓଡ଼ିଶାରେ ମଧ୍ୟ ୩୨ରୁ ୩୫ ଡିଗ୍ରି ମଧ୍ୟରେ ରହିବ। ମେ’ ୩ ତାରିଖ ପରେ ଦିନର ତାପମାତ୍ରା ୨ରୁ ୪ ଡିଗ୍ରି ବୃଦ୍ଧି ପାଇବା ସହ ପୁଣିଥରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

    ଆଜି ସମସ୍ତ ସହରର ତାପମାତ୍ରା ୪୦ ଡିଗ୍ରି ତଳକୁ ଖସିବା ସହ ଝାରସୁଗୁଡ଼ାର ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୯.୮ ଡିଗ୍ରି ରହିଥିଲା। କେନ୍ଦୁଝରରେ ସର୍ବାଧିକ ୩୧.୨ ମିମି ବର୍ଷା ହୋଇଛି। ‌ତେବେ ଗତକାଲି ସକାଳ ସାଢ଼େ ୮ଟାରୁ ଆଜି ସକାଳ ମଧ୍ୟରେ ଯାଜପୁର ଜିଲ୍ଲା ବିଞ୍ଝାରପୁରରେ ୮୨ ‌ମିମି ବର୍ଷା ହୋଇଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାରେ ୫୭, ନୂଆପଡ଼ା ସହରରେ ୫୩, ଭଦ୍ରକର ତିହିଡ଼ିରେ ୪୩, କଟକର ବାଙ୍କିରେ ୪୨, ନୂଆପଡ଼ା ଜିଲ୍ଲାର କୋମନାରେ ୪୦ ‌ମିମି ବର୍ଷା ରେକର୍ଡ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.1 ° C
    36.1 °
    36.1 °
    21 %
    2.5kmh
    0 %
    Fri
    40 °
    Sat
    39 °
    Sun
    38 °
    Mon
    38 °
    Tue
    39 °

    ସମ୍ବନ୍ଧିତ