Thursday, October 8, 2026
26.9 C
Odisha

    ୩୫ ପୌରାଧ୍ୟକ୍ଷ ପଦ ପାଇଁ ସଂରକ୍ଷଣ ତାଲିକା ଚିଠା ବିଜ୍ଞପ୍ତି, ସଂରକ୍ଷଣ ଚିଠା ପ୍ରସ୍ତାବ ଆସିବା ପରେ ତେଜିଲା ରାଜନୀତି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ୩୫ ପୌରାଧ୍ୟକ୍ଷ ପଦ ପାଇଁ ସଂରକ୍ଷଣ ତାଲିକା ଚିଠା ବିଜ୍ଞପ୍ତି  ।  ସରକାର ନୂଆ କରି ଘୋଷଣା ହୋଇଥିବା ପୌରାଞ୍ଚଳ ଓ ଦୀର୍ଘଦିନ ଧରି ନିର୍ବାଚନ ବନ୍ଦ ରହିଥିବା ମହାନଗର ନିଗମ ପାଇଁ ଚିଠା ସଂରକ୍ଷଣ ବିଜ୍ଞପ୍ତି ଜାରି କରିଛନ୍ତି। ନୂଆ ଘୋଷଣା ହୋଇଥିବା ୩୫ ଏନଏସି ଏବଂ ପୌରପାଳିକାରେ ଅଧ୍ୟକ୍ଷ ପଦବୀରେ ସଂରକ୍ଷଣ ଚିଠା ପ୍ରସ୍ତାବ ଆସିବା ପରେ ତେଜିଲା ରାଜନୀତି।

    ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଘୋଷଣା କରିଥିଲେ ନୂଆ ଏନଏସି ଏବଂ ପୌରପାଳିକା। କିନ୍ତୁ ବିଜେପି ସରକାରକୁ ଆସିବା ପରେ ମାତ୍ର ୩୫ ଟା କଲେ ଅନ୍ୟ ଅଂଚଳରେ ସରକାରଙ୍କୁ ବିରୋଧରେ ଅସନ୍ତୋଷ ଅଛି। ସେଥିପାଇଁ ଜାଣିକି ପଞ୍ଚାୟତ ନିର୍ବାଚନକୁ ଘୁଞ୍ଚାଇଲେ। ପୌର ନିର୍ବାଚନ ହେଲେ ବିଜେଡି ବିଜୟ ହେବ ବୋଲି ଦଳ କହିଛି ।

    ସେହିଭଳି କଂଗ୍ରେସ କହିଛି, ଦୁଇ ବର୍ଷ ଭିତରେ ସରକାରଙ୍କ ବିରୋଧରେ ପ୍ରବଳ ଅସନ୍ତୋଷ ଅଛି। ଯେଉଁ ପ୍ରତିଶ୍ରୁତି ଦେଇଥିଲେ ପୂରଣ କଲେ ନାହିଁ। ପୌର ନିର୍ବାଚନରେ ଭଲ କରିବ ବୋଲି କହିଛି କଂଗ୍ରେସ । ବିରୋଧୀଙ୍କୁ ଜବାବ ଦେଇଛି ସରକାରୀ ଦଳ। ବିଜେଡି ସରକାର ଖାଲି ଘୋଷଣା କରିଥିଲେ କିନ୍ତୁ କାଗଜ ପତ୍ର କାମ ହୋଇ ନଥିଲା। ବିଜେପି ସରକାର ଘୋଷଣା କଲେ, ନିର୍ବାଚନ ବି କରିବାକୁ ଯାଉଛନ୍ତି । ଯେଉଁଠି ନିର୍ବାଚନ ହେବ ବିଜେପି ବିଜୟ ହେବ ବୋଲି କହିଛି ସରକାରୀ ଦଳ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.9 ° C
    26.9 °
    26.9 °
    81 %
    1.8kmh
    3 %
    Thu
    24 °
    Fri
    30 °
    Sat
    30 °
    Sun
    30 °
    Mon
    30 °

    ସମ୍ବନ୍ଧିତ