Wednesday, April 1, 2026
38.7 C
Odisha

    ୩ ଡିଗ୍ରୀ ବଢ଼ିବ ପାରଦ, କମିବ ଶୀତ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ରାଜ୍ୟର ଦକ୍ଷିଣ ଏବଂ ଉତ୍ତର ଓଡ଼ିଶାର ଜିଲ୍ଲାଗୁଡିକରେ ସ୍ବାଭାବିକ ଶୀତ ପ୍ରକୋପ ଲାଗି ରହିଛି। ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରୁ ଶୀତ କମିଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୨୪ଘଣ୍ଟା ପରେ ରାଜ୍ୟର ରାତି ତାପମାତ୍ରା ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଫଳସ୍ବରୂପ ଶୀତ ପ୍ରକୋପ ଆହୁରି କମିବ। ଅନ୍ୟପଟେ ମଙ୍ଗଳବାର ସକାଳୁ ରାଜଧାନୀକୁ ମାଡ଼ି ଆସିଥିଲା ଘନ କୁହୁଡ଼ି। ସ୍ବାଭାବିକ ପରିସ୍ଥିତି ଆସିଲା ବେଳକୁ ପୂର୍ବାହ୍ଣ ୧୧ଟା ବାଜିଥିଲା। କେବଳ ଭୁବନେଶ୍ବର ନୁହେଁ, ପାରାଦ୍ବୀପ, ଜଗତସିଂହପୁର, ଅନୁଗୋଳ, ଗୋପାଳପୁର ଏବଂ ଢେଙ୍କାନାଳରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇଛି।

    ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ବୁଧବାର ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଅନୁଗୋଳ ଏବଂ ଢେଙ୍କାନାଳ ଜିଲ୍ଲାର କିଛି ଅଞ୍ଚଳରେ ଘନ କୁହୁଡ଼ି ପଡ଼ିବା ସମ୍ଭାବନା ରହିଛି। ଏଥିସହିତ ବାଲେଶ୍ବର, ଭଦ୍ରକ, ଯାଜପୁର, କଳାହାଣ୍ଡି, କନ୍ଧମାଳ, କୋରାପୁଟ ଏବଂ ରାୟଗଡ଼ା ଜିଲ୍ଲାର କିଛି ଅଞ୍ଚଳରେ କୁହୁଡ଼ି ଦୃଶ୍ୟମାନ ହୋଇପାରେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    38.7 ° C
    38.7 °
    38.7 °
    16 %
    2.7kmh
    0 %
    Wed
    39 °
    Thu
    41 °
    Fri
    41 °
    Sat
    39 °
    Sun
    39 °

    ସମ୍ବନ୍ଧିତ