Saturday, April 26, 2025
41.2 C
Odisha

    ୩ ବର୍ଷର ପୁଅ ପାଇଲା ଇଣ୍ଡିଆ ବୁକ ଅଫ ରେକର୍ଡ ପକ୍ଷରୁ ସ୍ବର୍ଣ୍ଣ ପଦକ, ଗର୍ବିତ ହେଉଛନ୍ତି ବାପା ମା’

    ଆଗକୁ ପଢନ୍ତୁ

    ନବରଙ୍ଗପୁର : କଥା କହିଲେ ପାଟି ଲାଖି ଯାଉଛି । କିନ୍ତୁ ୮ ମିନିଟରେ ୫୦୦ ଇଂରାଜୀ ଶବ୍ଦ କହି ପାରୁଛି ଏହି କୁନି ପୁଅ । ବୟସ ମାତ୍ର ୩ବର୍ଷ, ହେଲେ ବିଚକ୍ଷଣ ପ୍ରତିଭା । କୁନି ବୟସରେ ଅନନ୍ୟ ପ୍ରତିଭାର ଅଧିକାରୀ ସେ । ନିଜର ବିଚକ୍ଷଣ ବୁଦ୍ଧି ପାଇଁ ଆଜି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ପାଇଛନ୍ତି ସ୍ଥାନ । ମାତ୍ର ୩ ବର୍ଷ ବୟସରେ ନିଜର ମେଧାଶକ୍ତି ଓ ବୁଦ୍ଧିମତା ବଳରେ ସାଉଁଟୁଛନ୍ତି ସଫଳତା । ନିଜ ଜ୍ଞାନ ପାଇଁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ୍ସରେ ସ୍ଥାନ ହାସଲ କରିଛନ୍ତି । କୁନି ବୟସରେ ଏଭଳି ପ୍ରତିଭା ପାଇଁ ଦେଶର ଅଗ୍ରଣୀ ସଂସ୍ଥା ଇଣ୍ଡିଆ ବୁକ ଅଫ ରେକର୍ଡ ତାଙ୍କୁ ସ୍ବର୍ଣ ପଦକରେ ସମ୍ମାନିତ କରିଛି । ପିତା ବିଶ୍ବପ୍ରିୟ ଦାଶ ଏବଂ ମା’ ଭାଗ୍ୟଶ୍ରୀ ବେହେରାଙ୍କର ଏକ ମାତ୍ର ପୁଅ ହେଉଛନ୍ତି ଶ୍ରେୟାସ ଦାଶ ।

    ବାପା ନବରଙ୍ଗପୁର ପୌରପାଳିକାରେ ସହକାରୀ ଯନ୍ତ୍ରୀ ଭାବେ କାର୍ଯ୍ୟରତ । ଶ୍ରେୟାସର ବୟସ ୩ ବର୍ଷ । ମାତ୍ର ୩ ବର୍ଷ ପୁଅର ଏଭଳି ସଫଳତା ପାଇଁ ଆଜି ସମଗ୍ର ଜିଲ୍ଲା ଗର୍ବିତ । ଛୋଟ ବେଳୁ ମାତ୍ର ଅଢେଇ ବର୍ଷ ବୟସରେ ଶ୍ରେୟାସର ଥିଲା ନିଆରା ପ୍ରତିଭା । ଯେଉଁଠି ଯାହା ଲେଖା ଥିବା ଦେଖୁଥିଲା ତୁରନ୍ତ ପଢି ଦେଉଥିଲା । ଅଭିଭାବକଙ୍କ ସାଙ୍ଗସାଥି ପିଲାର ଏଇ ପ୍ରତିଭା ଦେଖି ଇଣ୍ଡିଆ ବୁକ ଅଫ ରେକର୍ଡରେ ଆବେଦନ କରିବା ପାଇଁ ତାଙ୍କୁ ପରାମର୍ଶ ଦେଇଥିଲେ । ପ୍ରଥମେ ଲୋକଙ୍କ କଥାକୁ ଶ୍ରେୟାସଙ୍କ ବାପା ମା’ ହାଲକାରେ ନେଇଥିଲେ । କିନ୍ତୁ ପ୍ରତିଭାକୁ କିଏ କେତେ ଦିନ ବା ଲୁଚାଇ ରଖିପାରିବ । କିଛି ମାସ ପରେ ସେ ଇଂରାଜୀ ଭାଷାରେ ଲେଖା ହେଇଥିବା ଶବ୍ଦ ଗୁଡିକୁ ଅତି ଦ୍ରୁତ ଗତିରେ ପଢିପାରୁଥିବା ଦେଖି ଅଭିଭାବକ ଶେଷରେ ନିଷ୍ପତି ନେଇଥିଲେ ଯେ ପୁଅ ପାଇଁ ଇଣ୍ଡିଆ ବୁକ ଅଫ ରେକର୍ଡରେ ଆବେଦନ କରିବେ । ଆବେଦନ କରିବା ପରେ ସେଠାରୁ ସତ୍ୟତା ପ୍ରମାଣିତ କରିବା ପାଇଁ କିଛି ନିର୍ଦେଶ ଆସିଥିଲା । କିଛି ଭିଡିଓ ପଠାଇଥିଲେ ବାପା ମା’ । ସମସ୍ତ ତଥ୍ୟକୁ ତର୍ଜମା କରି ଶେଷରେ ନବରଙ୍ଗପୁରର ଏହି ୩ ବର୍ଷର ପୁଅ ଶ୍ରେୟାସକୁ ଇଣ୍ଡିଆ ବୁକ ଅଫ ରେକର୍ଡ ତରଫରୁ ସ୍ବର୍ଣ୍ଣ ପଦକ ପ୍ରଦାନ କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    41.2 ° C
    41.2 °
    41.2 °
    16 %
    3.2kmh
    75 %
    Sat
    41 °
    Sun
    36 °
    Mon
    40 °
    Tue
    41 °
    Wed
    41 °

    ସମ୍ବନ୍ଧିତ