Sunday, October 4, 2026
30.6 C
Odisha

    ୪ରେ କେରଳ ଛୁଇଁପାରେ ମୌସୁମି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଜୁନ୍ ୪ସୁଦ୍ଧା ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ କେରଳ ଏବଂ ତାମିଲନାଡୁ ରାଜ୍ୟର କିଛି ଅଞ୍ଚଳକୁ ଛୁଇଁବା ସମ୍ଭାବନା ରହିଛି। ଏଥିପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

    ଗତକାଲି ପାଣିପାଗ ବିଭାଗ ସ୍ପଷ୍ଟ କରିଛି ଯେ, ଆସନ୍ତା ୪ ତାରିଖ ବେଳକୁ ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ଦକ୍ଷିଣ-ପଶ୍ଚିମ ଓ ଦକ୍ଷିଣ-ପୂର୍ବ ଆରବ ସାଗରର କିଛି ଅଞ୍ଚଳ, ଲାକ୍ଷ‌ାଦ୍ବୀପ ଦ୍ବୀପପୁଞ୍ଜ, କେରଳ ଓ ତାମିଲନାଡୁ ରାଜ୍ୟର କିଛି ଅଂଶ, ଦକ୍ଷିଣ-ପଶ୍ଚିମ, ପଶ୍ଚିମ-କେନ୍ଦ୍ରୀୟ, ପୂର୍ବ-କେନ୍ଦ୍ରୀୟ, ଉତ୍ତର-ପୂର୍ବ ବଙ୍ଗୋପସାଗର ସହିତ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରର ଆଉ କିଛି ଅଞ୍ଚଳକୁ ସ୍ପର୍ଶ କରିବ। ଆସନ୍ତା ସପ୍ତାହକରେ କେରଳ ରାଜ୍ୟର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ପାଣିପାଗ ବିଶେଷଜ୍ଞ ବିଶ୍ବଜିତ୍ ସାହୁ କହିଛନ୍ତି, ଯଦି କେରଳରେ ମୌସୁମି ବାୟୁ ୪ରେ ଛୁଇଁବ, ତେବେ ଓଡ଼ିଶା ଆସିଲା ବେଳକୁ ଜୁନ୍ ୧୪ରୁ ୧୭ ତାରିଖ ହୋଇଯିବ। କାରଣ ଜୁନ୍ ଦ୍ବିତୀୟ ସପ୍ତାହ ସୁଦ୍ଧା ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସଙ୍କେତ ଦେଖାଯାଉନାହିଁ। ସାଧାରଣ ଭାବେ ଲଘୁଚାପ ଓଡ଼ିଶାକୁ ମୌସୁମି ବାୟୁକୁ ଟାଣି ଆଣିଥାଏ। କିନ୍ତୁ ଜୁନ୍‌ ତୃତୀୟ ସପ୍ତାହରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ। ଅର୍ଥାତ ରଜ ବେଳକୁ ରାଜ୍ୟରେ ପ୍ରାକ୍-ମୌସୁମି ବର୍ଷାର ସମ୍ଭାବନା ରହିଛି।

    ପଶ୍ଚିମାଝଡ଼ ଯୋଗୁଁ କାଳବୈଶାଖୀଜନିତ ବର୍ଷା ପବନ ପାଇଁ ପଶ୍ଚିମ ଓଡ଼ିଶାରେ ସର୍ବାଧିକ ତାପମାତ୍ରା କମିଥିଲା। କିନ୍ତୁ ପଶ୍ଚିମାଝଡ଼ ଅପସରି ଯାଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୪ ଦିନ ମଧ୍ୟରେ ସର୍ବାଧିକ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବା ସମ୍ଭାବନା ରହିଛି। ଜୁନ୍ ୬ ବେଳକୁ ପୁଣି ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ସର୍ବାଧିକ ତାପମାତ୍ରା ୪୧ରୁ ୪୨ଡିଗ୍ରୀ ଅତିକ୍ରମ କରିବ। ମଙ୍ଗଳବାର ବୌଦ୍ଧ ଓ ଖୋରଧାରେ ଦିନ ତାପମାତ୍ରା ୪୧ ଡିଗ୍ରୀ ଲେଖାଏଁ ରେକର୍ଡ ହୋଇଥିବା ବେଳେ ତାଳଚେର ଓ ଢେଙ୍କାନାଳରେ ୪୦ ଡିଗ୍ରୀ ଲେଖାଏଁ ରହିଥିଲା। ସମ୍ବଲପୁରରେ ପାରଦ ୪୦.୮ ଡିଗ୍ରୀ ଛୁଇଁଥିଲା। ଭୁବନେଶ୍ବରରେ ୩୮.୯ ଏବଂ କଟକରେ ୩୭.୮ ଡିଗ୍ରୀ ରେକର୍ଡ ହୋଇଛି। ଅପରାହ୍ଣରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଛି। କାଳବୈଶାଖୀ ଜନିତ ଝଡ଼ବର୍ଷା ପାଇଁ ମୟୂରଭଞ୍ଜ, ନବରଙ୍ଗପୁର ଏବଂ କେନ୍ଦୁଝର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଥିବାବେଳେ ଉପକୂଳ ଓ ଦକ୍ଷିଣ ଓଡ଼ିଶାର ୧୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.6 ° C
    30.6 °
    30.6 °
    51 %
    2.9kmh
    3 %
    Sun
    30 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ