Sunday, October 4, 2026
28.6 C
Odisha

    ପେନ୍‌ସନ ପାଇବାକୁ ଅସ୍ଥାୟୀ କର୍ମଚାରୀ ହକ୍‌ଦାର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ସରକାରୀ ବିଭାଗରେ ଅସ୍ଥାୟୀ (କାଜୁଆଲ୍‌) କର୍ମଚାରୀ ଭାବେ କାମ କରୁଥିବା ବ୍ୟକ୍ତି ପେନ୍‌ସନ ପାଇବାକୁ ହକ୍‌ଦାର ବୋଲି ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି। ପେନ୍‌ସନ ଦାନ ନୁହେଁ; ବରଂ ଦୀର୍ଘଦିନ ସେବା ପାଇଁ କର୍ମଚାରୀଙ୍କ ଅଧିକାର ବୋଲି ଅଦାଲତ କହିଛନ୍ତି। ସୂଚନାନୁଯାୟୀ, ବିହାର ଡାକବିଭାଗରେ ଜଣେ ବ୍ୟକ୍ତି ୩ଦଶନ୍ଧି ଧରି କାଜୁଆଲ୍‌ କର୍ମଚାରୀ ଭାବେ ଦାୟିତ୍ବ ନିର୍ବାହ କରି ଆସୁଥିଲେ। ସଂପୃକ୍ତ କର୍ମଚାରୀଙ୍କ ପରଲୋକ ପରେ ତାଙ୍କ ପତ୍ନୀ ପେନ୍‌ସନ ପ୍ରଦାନ ଦାବି କରି ଦୀର୍ଘ ୧୮ ବର୍ଷ ଧରି ଆଇନଗତ ଲଢ଼େଇ କରି ଆସୁଥିଲେ। ସେ ପ୍ରଥମେ ସେଣ୍ଟ୍ରାଲ୍‌ ଆଡମିନ୍‌ଷ୍ଟ୍ରେଟିଭ୍‌ ଟ୍ରିବ୍ୟୁନାଲ, ପାଟଣା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମାମଲାଟି ସୁପ୍ରିମକୋର୍ଟରେ ପହଞ୍ଚିବା ପରେ ବିଚାରପତି ସଞ୍ଜୟ କରୋଲ ଓ ବିଚାରପତି ଏ ଜି ମସିହଙ୍କୁ ନେଇ ପୀଠ ଏହି ରାୟ ଶୁଣାଇଛନ୍ତି। ପୀଠ ନିଜ ରାୟରେ ଦର୍ଶାଇଛନ୍ତି, ଜଣେ ଅସ୍ଥାୟୀ ସରକାରୀ କର୍ମଚାରୀ ଦୀର୍ଘବର୍ଷ ଧରି ସେବା ଯୋଗାଇ ଆସୁଥିବାରୁ ସେ କିମ୍ବା ତାଙ୍କ ପତ୍ନୀ ପେନ୍‌ସନ ପାଇବାକୁ ହକ୍‌ଦାର। ସରକାର ନିଜକୁ ଜଣେ ଆଦର୍ଶ ନିଯୁକ୍ତିଦାତା ବୋଲି ପ୍ରତିପାଦିତ କରିବା ଉଚିତ୍‌। କର୍ମଚାରୀଙ୍କ ବର୍ଗୀକରଣ (ସ୍ଥାୟୀ/ଅସ୍ଥାୟୀ) ବିଚାରକୁ ନେଇ କାହାକୁ ପେନ୍‌ସନରୁ ବଞ୍ଚିତ କରିବା ଅନୁଚିତ୍‌।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ