Sunday, January 18, 2026
30.1 C
Odisha

    ୪୦ ଗାଡ଼ି ଧକ୍କା; ୫ ମୃତ, ୪୦ ଆହତ ୧୦୦ରୁ ଅଧିକ ଟ୍ରେନ୍ ବିଳମ୍ବିତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଦେଶର ସମଗ୍ର ଉତ୍ତରଭାଗରେ ଥଣ୍ଡା ଓ ଶୀତ ଲହର ଜାରି ରହିଛି । କଶ୍ମୀର ଓ ହିମାଚଳ ପ୍ରଦେଶର ଉଚ୍ଚ ସ୍ଥାନଗୁଡିକରେ ଶୁକ୍ରବାର ପୁଣି ତୁଷାରପାତ ହୋଇଛି । ଫଳରେ ଦିଲ୍ଳୀ, ଉତ୍ତରପ୍ରଦେଶ, ପଞ୍ଜାବ, ହରିୟାଣା, ମଧ୍ୟପ୍ରଦେଶ, ବିହାର ଓ ଝାଡ଼ଖଣ୍ଡ ସମେତ ୧୨ଟି ରାଜ୍ୟରେ ଜବରଦସ୍ତ ଥଣ୍ଡା ଅନୁଭୂତ ହୋଇଛି । ୟୁପିର ୫୩ଟି ସହରରେ ଘନ କୁହୁଡି ଛାଇ ହୋଇ ରହିଛି । ଫଳରେ ୧୦ଟି ଜିଲ୍ଲାରେ ୩୫ଟି ଗାଡ଼ ଧକ୍କା ହୋଇଛି । ଦୁର୍ଘଟଣାରେ ୫ ଜଣ ମୃତ୍ୟୁ ବରଣ କରିଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ବନ୍ଦେ ଭାରତ ସମେତ ୧୦୦ରୁ ଅଧିକ ଟ୍ରେନ୍ ବିଳମ୍ବିତ ହୋଇଛି । ସେହିପରି ଥଣ୍ଡା କାରଣରୁ ନୋଏଡ଼ା, ଗ୍ରେଟର ନୋଏଡ଼ା, ସାହାରନପୁର, ବଦାୟୂଁ ଓ ସମ୍ଭଲରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିଛି । ଅମୃତସରରେ ଘନ କୁହୁଡି କାରଣରୁ ସକାଳ ୭ଟା ପର୍ଯ୍ୟନ୍ତ ଦୃଶ୍ୟମାନ ଦୂରତା ଶୁନ ଥିଲା । ଦିଲ୍ଳୀରେ ଘନ କୁହୁଡି କାରଣରୁ ଦୃଶମାନ ଦୂରତା ୨୦ ମିଟରରୁ କମ୍ ଥିଲା । ସେହିପରି ମଧ୍ୟପ୍ରଦେଶରେ ମନ୍ଦସୋରରେ ପାରା ୨.୫ ଡିଗ୍ରୀ ଥିଲା । ହରିୟାଣାର ଭିବାନୀରେ ତାପମାତ୍ରା ୧.୫ ଓ ପଞ୍ଜାବର ନବାଂସହରର ତାପମାତ୍ରା ୦.୯ ଡ୍ରିଗୀ ରେକର୍ଡ କରାଯାଇଛି । ସେହିପରି ଉତ୍ତରାଖଣ୍ଡର ଉଚ୍ଚ ସ୍ଥାନଗୁଡିକରେ ନଦୀ-ନାଳ ପୂର୍ବପରି ଜମି ରହିଛି । କେତେକ ସ୍ଥାନରେ ପାଇପ୍ ଲାଇନରେ ବି ପାଣି ବରଫ ହୋଇ ଜମି ରହିଥିଲା । ଉତ୍ତରାଖଣ୍ଡର ୪ଟି ଜିଲ୍ଲାରେ ନଦୀ-ନାଳ ଓ ଝରଣା ଜମି ରହିଛି । ଏଥିରେ ପିଥୋରାଗଡ଼, ଚାମୋଲୀ, ଉତ୍ତରକାଶୀ ଓ ରୁଦ୍ରପ୍ରୟାଗ ଭଳି ଉଚ୍ଚ-ଉଚ୍ଚ ଅଞ୍ଚଳ ସମେତ ୪ଟି ଜିଲ୍ଲାରେ ନଦୀ, ଝରଣା ଜଳ ପ୍ରପାତ ଜମି ରହିଛି । ପାଣିପାଗ ବିଭାଗ ଅନୁଯାୟୀ ଉତ୍ତରକାଶୀ, ଚାମୋଲୀ ଓ ପିଥୋରାଗଡ଼ ଜିଲ୍ଳାରେ ହାଲୁକା ବର୍ଷା ଓ ତୁଷାରପାତ ହେବାର ସମ୍ଭାବ ରହିଛି ବୋଲି କୁହାଯାଇଛି । ଶ୍ରୀନଗରରେ ସର୍ବନିମ୍ନ ତାପମାତ୍ରା ବିଯୁକ୍ତ ୧.୫ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ପୁଲୱାମାରେ ଏହା ବିଯୁକ୍ତ ୪.୬ ଡିଗ୍ରୀ ରେକର୍ଡ କରାଯାଇଛି । ବିହାରର ୧୦ଟି ଜିଲ୍ଳାରେ ପାରା ୮ ଡିଗ୍ରୀରୁ ତଳେ ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.1 ° C
    30.1 °
    30.1 °
    12 %
    2.7kmh
    0 %
    Sun
    27 °
    Mon
    31 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ