Monday, September 28, 2026
29.4 C
Odisha

    ୪୫୦ କୋଟିର ଦୁର୍ନୀତିରେ ଫସିଲେ ଶୁଭମନ ଗିଲ୍

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ସଦସ୍ୟ ଶୁଭମନ ଗିଲ ଏବେ ଚର୍ଚ୍ଚାରେ ଅଛନ୍ତି । ଅନ୍ୟପକ୍ଷରେ ଅଷ୍ଟ୍ରେଲିଆରେ ସେ ସିଡନୀ ଟେଷ୍ଟ ଖେଳିବା ନେଇ ପ୍ରସ୍ତୁତ ହେଉଛନ୍ତି। ସେପଟେ ଏକ ରିପୋର୍ଟ ଅନୁଯାୟୀ ସେ ୪୫୦ କୋଟି ଟଙ୍କାର ଚିଟଫଣ୍ଡ ଦୁର୍ନୀତିରେ ଫସିଥିବା ଜଣାପଡିଛି ।

    ସୂଚନା ଅନୁଯାୟୀ, ଗିଲଙ୍କ ସମେତ ଗୁଜରାଟ ଟାଇଟନର ଆଉ ତିନି ଖେଳାଳି ସାଇ ସୁଦର୍ଶନ, ରାହୁଲ ତେୱଟିଆ ଓ ମୋହିତ ଶର୍ମା ଏହି ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି । ୪୫୦ କୋଟି ଟଙ୍କାର ଏହି ଦୁର୍ନୀତି ଗୁଜରାଟର କମ୍ପାନୀ ବିଜେଡ୍ ଗ୍ରୁପ୍ ସହ ଜଡ଼ିତ। ଏହି ମାମଲାରେ ଗୁଜୁରାଟ କ୍ରାଇମ୍ ଇନଭେଷ୍ଟିଗେସନ୍ ଡିପାର୍ଟମେଣ୍ଟ ଅର୍ଥାତ୍ ସିଆଇଡି ପକ୍ଷରୁ ସମସ୍ତ କ୍ରିକେଟରଙ୍କୁ ସମନ୍ ପଠାଯାଇଛି। ବିଜେଡ୍ ଗ୍ରୁପ୍ ନିବେଶକଙ୍କୁ ବ୍ୟାଙ୍କ ଅପେକ୍ଷା ଅଧିକ ସୁଧ ହାର ଦେବାକୁ ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ଏହା ନ ହେବାରୁ ନିବେଶକମାନେ ପୁଲିସରେ ଅଭିଯୋଗ କରିଥିଲେ। ଅହମ୍ମଦାବାଦ ମିରରର ଏକ ରିପୋର୍ଟ ଅନୁଯାୟୀ, ଗୁଜରାଟ ଟାଇଟନ୍ସ କମ୍ପାନୀମାନେ ମଧ୍ୟ ପଞ୍ଜି ସ୍କିମରେ ନିବେଶ କରିଛନ୍ତି। ଏବେ ସିଆଇଡି ତାଙ୍କୁ ଏ ନେଇ ପଚରାଉଚରା କରିବ। ରିପୋର୍ଟ ଅନୁଯାୟୀ ଗିଲ୍ ୧.୯୫ କୋଟି ଟଙ୍କା ନିବେଶ କରିଥିବା ବେଳେ ବାକି ଖେଳାଳିମାନେ ଅଳ୍ପ ପରିମାଣର ନିବେଶ କରିଛନ୍ତି। ଗିଲ୍ ବର୍ତ୍ତମାନ ଅଷ୍ଟ୍ରେଲିଆରେ ଥିବାରୁ ଫେରିବା ପରେ ସିଆଇଡି ତାଙ୍କୁ ପଚରାଉଚରା କରିପାରେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    29.4 ° C
    29.4 °
    29.4 °
    68 %
    2.9kmh
    13 %
    Mon
    28 °
    Tue
    30 °
    Wed
    30 °
    Thu
    30 °
    Fri
    30 °

    ସମ୍ବନ୍ଧିତ