ଖ୍ରୀଷ୍ଟଚର୍ଚ୍ଚ : ଖ୍ରୀଷ୍ଟଚର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ଦ୍ବିତୀୟ ଦିନରେ ଶନିବାର ବ୍ୟାଟିଂ ଜାରି ରଖିଛି। ଆଗଧାଡ଼ିର ୩ଜଣ ଖେଳାଳି ଆଉଟ୍ ହେଲା ପରେ ଭାରତୀୟ ୱିକେଟକିପର ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତ ତାଙ୍କ ହାତ ଖୋଲିବା ଆରମ୍ଭ କରିଥିଲେ। ସେ ଜାକବ୍ ଡଫିଙ୍କ ପ୍ରଥମ ଓଭରରେ ଏକ ଛକା ମାରିଥିଲେ। ଦ୍ୱିତୀୟ ଓଭରରେ ପନ୍ତ ସମାନ ପ୍ରୟାସ କରିବା ସମୟରେ ଆଉଟ ହୋଇଛନ୍ତି। ସେ ବଲ୍କୁ ଉପଯୁକ୍ତ ଭାବେ ନିୟନ୍ତ୍ରଣ କରିପାରି ନଥିଲେ ଏବଂ ଏହା ପଏଣ୍ଟ୍ ପାଖରେ ଉପରକୁ ଚାଲି ଯାଇଥିଲା। କାଇଲ୍ ଜାମିସନ୍ ବଲ୍କୁ କ୍ୟାଚ୍ ଧରିଥିଲେ। ପନ୍ତ ୩୯ ବଲ୍ରେ ୨୩ ରନ୍ କରିଥିଲେ। ୩୮ ଓଭର ପରେ ଭାରତର ସ୍କୋର ୫ ୱିକେଟ୍ରେ ୧୧୨ ରନ୍ରେ ପହଞ୍ଚିଛି। ୱାସିଂଟନ୍ ସୁନ୍ଦରଙ୍କୁ ସମର୍ଥନ କରିବାକୁ ଧ୍ରୁପ ଜୁରେଲ ଆସିଛନ୍ତି।
ପ୍ରଥମ ପାଳିରେ ନ୍ୟୁଜିଲାଣ୍ଡକୁ ଭାରତ ୩୫୬ ରନ୍ ଅଲ୍ଆଉଟ୍ କରିଥିଲା। ନ୍ୟୁଜିଲାଣ୍ଡ ପକ୍ଷରୁ ଟମ୍ ବ୍ଲଣ୍ଡେଲ୍ ୮୯ ରନ କରିଥିଲେ। ଅଧିନାୟକ ଟମ୍ ଲାଥାମ୍ ୫୯ ରନ୍ କରିଥିଲେ। ଭାରତ ପକ୍ଷରୁ ଆକାଶଦୀପ ସିଂହ ଚମତ୍କାର ବୋଲିଂ କରିଥିଲେ ଏବଂ ପାଞ୍ଚଟି ୱିକେଟ ନେଇଥିଲେ। ଗୁରନୁର ବ୍ରାର ଏବଂ ଅଂଶୁଲ କାମ୍ବୋଜ ପ୍ରତ୍ୟେକେ ଦୁଇଟି ୱିକେଟ ନେଇଥିଲେ। ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନ ୮୫ ଓଭର ଖେଳ ସରିଥିଲା। ଦିନର ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ପାଞ୍ଚ ୱିକେଟ୍ ହରାଇ ୨୪୬ ରନ କରିଥିଲା।
