Tuesday, March 31, 2026
35.7 C
Odisha

    ୫ମ ଦିନରେ ଫିଲ୍ମ ପରମ ସୁନ୍ଦରୀ,ଏହି ୭ ଫିଲ୍ମର ଭାଙ୍ଗିଲା ରେକର୍ଡ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ   :  ଜାନଭୀ କପୁର ଏବଂ ସିଦ୍ଧାର୍ଥ ମଲହୋତ୍ରାଙ୍କ ‘ପରମ ସୁନ୍ଦରୀ’ ସିନେମା ହଲରେ ଧମାଲ କରୁଛି । ୫ମ ଦିନରେ ଫିଲ୍ମଟି ଦମଦାର ରୋଜଗାର କରିବା ସହ ଅନେକ ଫିଲ୍ମକୁ ପଛରେ ପକାଇ ରେକର୍ଡ କରିଛି । ଏହି ତାଲିକାରେ ୭ଟି ଫିଲ୍ମ ଅଛନ୍ତି। ‘ପରମ ସୁନ୍ଦରୀ’ ୱିକେଣ୍ଡରେ ଭଲ ରୋଜଗାର କରିଥିବା ବେଳେ ବର୍ତ୍ତମାନ ରୋଜଗାର କମିବା ମଧ୍ୟ ଦେଖିବାକୁ ମିଳିଛି। ବର୍ତ୍ତମାନ ଫିଲ୍ମଟି ନିଜ ବଜେଟଠାରୁ ବହୁତ ଦୂରରେ ଅଛି । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଫିଲ୍ମକୁ ପଛରେ ପକାଇଛି ‘ପରମ ସୁନ୍ଦରୀ’।

    କେଉଁ ଫିଲ୍ମକୁ ପଛରେ ପକାଇଲା ‘ପରମ ସୁନ୍ଦରୀ’:-

    ‘ପରମ ସୁନ୍ଦରୀ’ ୫ମ ଦିନରେ ୪.୨୫ କୋଟି ଟଙ୍କା ରୋଜଗାର କରିଛି । ୫୦ କୋଟିରେ ନିର୍ମିତ ଏହି ଫିଲ୍ମ ଏପର୍ଯ୍ୟନ୍ତ ୩୪.୫ କୋଟି ଟଙ୍କା ରୋଜଗାର କରିଛି । ବର୍ତ୍ତମାନ ‘ପରମ ସୁନ୍ଦରୀ’ ୭ଟି ଫିଲ୍ମର ରେକର୍ଡ ଭାଙ୍ଗିଛି । ଏହି ତାଲିକାରେ ଶାହିଦ କପୁରଙ୍କ ‘ଦେବା’, ଅହୟ ଦେବଗନଙ୍କ ‘ଆଜାଦ’, ଇମରାନ ହାସମୀଙ୍କ ‘ଗ୍ରାଉଣ୍ଡ ଜିରୋ’, ଖୁସି କପୁରଙ୍କ ‘ଲଭୟାପା’, ଆଦିତ୍ୟ ରାୟ କପୁରଙ୍କ ‘ମେଟ୍ରୋ ଇନ ଦିନୋ’, ଅର୍ଜୁନ କପୁରଙ୍କ ‘ମେରୀ ହଜବ୍ୟାଣ୍ଡ କୀ ବିବି’ ଏବଂ ଜନ୍ ଅବ୍ରାହମଙ୍କ ‘ଦ ଡିପ୍ଲୋମାଟ’ ସାମିଲ ରହିଛି ।

    କିଏ କେତେ ରୋଜଗାର କରିଛି?
    ‘ଦେବା’ ପାଞ୍ଚ ଦିନରେ ୨୪.୩ କୋଟି, ‘ଆଜାଦ’ ୫.୮, ‘ଗ୍ରାଉଣ୍ଡ ଜିରୋ’ ୬.୭, ‘ଲଭୟାପା’ ୫.୬୫, ‘ମେଟ୍ରୋ ଇନ୍ ଦିନୋ’ ୨୨.୨୫, ‘ମେରେ ହସବ୍ୟାଣ୍ଡ କି ବିବି’ ୫.୬୫ ଏବଂ ‘ଦି ଡିପ୍ଲୋମ୍ୟାଟ୍’ ୧୬.୨୫ କୋଟି ରୋଜଗାର କରିଛି। ଏହି ସିନେମାଗୁଡ଼ିକ ‘ପରମ ସୁନ୍ଦରୀ’ଠାରୁ ବହୁତ ପଛରେ। ଜାହ୍ନବୀ କପୁରଙ୍କ ସିନେମା ଏପର୍ଯ୍ୟନ୍ତ ଆହାନ ପାଣ୍ଡେ ଏବଂ ଅନୀତ ପାଡ୍ଡାଙ୍କ ‘ସାୟାରା’ର ରେକର୍ଡ ଭାଙ୍ଗିପାରିନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    35.7 ° C
    35.7 °
    35.7 °
    22 %
    4.6kmh
    69 %
    Tue
    38 °
    Wed
    39 °
    Thu
    40 °
    Fri
    39 °
    Sat
    41 °

    ସମ୍ବନ୍ଧିତ