Tuesday, February 10, 2026
14.7 C
Odisha

    ୫୦ ବର୍ଷ ପରେ ପୁଣି ଚନ୍ଦ୍ରକୁ ଯିବ ମଣିଷ, ଫେବ୍ରୁଆରୀ ୬ରେ ଲଞ୍ଚ୍ ହେବ ନାସାର ‘ଆର୍ଟେମିସ୍-୨’ ମିଶନ

    ଆଗକୁ ପଢନ୍ତୁ

    ଚନ୍ଦ୍ର ଅଭିମୁଖେ ନାସାର ଚାରି ମହାକାଶଚାରୀ! । ୫୦ ବର୍ଷ ପରେ ପୁଣି ଚନ୍ଦ୍ରକୁ ଯିବ ମଣିଷ । ଫେବ୍ରୁଆରୀ ୬ରେ ଲଞ୍ଚ୍ ହେବ ନାସାର ‘ଆର୍ଟେମିସ୍-୨’ ମିଶନ । ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ ପୁଣିଥରେ ମଣିଷକୁ ଚନ୍ଦ୍ରକୁ ପଠାଇବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ୧୯୭୨ ମସିହାର ‘ଆପୋଲୋ-୧୭’ ପରେ ଏହା ହେବ ମଣିଷକୁ ନେଇ ଚନ୍ଦ୍ରକୁ ଯାଉଥିବା ପ୍ରଥମ ମିଶନ। ଏହି ମିଶନରେ ୪ ଜଣ ମହାକାଶଚାରୀ ଯାଉଛନ୍ତି । ସେମାନେ ହେଲେ ରୀଡ୍ ୱାଇଜମ୍ୟାନ୍, ଭିକ୍ଟର ଗ୍ଲୋଭର, କ୍ରିଷ୍ଟିନା କୋଚ୍ ଏବଂ ଜେରେମି ହାନସେନ୍ । କ୍ରିଷ୍ଟିନା କୋଚ୍ ଚନ୍ଦ୍ରକୁ ଯାଉଥିବା ବିଶ୍ୱର ପ୍ରଥମ ମହିଳା ହେବେ ।

    ସେହିପରି ଜେରେମି ହାନସେନ୍ ହେବେ ପ୍ରଥମ କାନାଡିୟ ମହାକାଶଚାରୀ । ଏହି ଯାତ୍ରା ୧୦ ଦିନିଆ ହେବ । ମହାକାଶଚାରୀମାନେ ଚନ୍ଦ୍ର ପୃଷ୍ଠରେ ଓହ୍ଲାଇବେ ନାହିଁ, ବରଂ ଚନ୍ଦ୍ରର ଚାରିପଟେ ବୁଲି ନାସାର ନୂଆ ‘ଓରିଅନ୍’ (Orion) ମହାକାଶଯାନର ପରୀକ୍ଷା କରିବେ । ଏହି ଯାତ୍ରାରେ ମହାକାଶଚାରୀମାନେ ପୃଥିବୀଠାରୁ ପ୍ରାୟ ୨ ଲକ୍ଷ ୩୦ ହଜାର ମାଇଲ୍ ଦୂରକୁ ଯିବେ । ଯାହା ଗତ ୫୦ ବର୍ଷ ମଧ୍ୟରେ ସବୁଠାରୁ ଅଧିକ । ଆର୍ଟେମିସ୍-୨ ସଫଳ ହେବା ପରେ, ନାସା ୨୦୨୭ ମସିହାରେ ‘ଆର୍ଟେମିସ୍-୩’ ମିଶନ ପଠାଇବ । ସେହି ମିଶନରେ ମହାକାଶଚାରୀ ମାନେ ପ୍ରକୃତରେ ଚନ୍ଦ୍ର ପୃଷ୍ଠରେ ପାଦ ଥାପିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    14.7 ° C
    14.7 °
    14.7 °
    68 %
    1.5kmh
    2 %
    Tue
    31 °
    Wed
    32 °
    Thu
    33 °
    Fri
    33 °
    Sat
    33 °

    ସମ୍ବନ୍ଧିତ