Sunday, January 18, 2026
30.1 C
Odisha

    ୫୦ ବର୍ଷ ପରେ ପୁଣି ଚନ୍ଦ୍ରକୁ ଯିବ ମଣିଷ, ଫେବ୍ରୁଆରୀ ୬ରେ ଲଞ୍ଚ୍ ହେବ ନାସାର ‘ଆର୍ଟେମିସ୍-୨’ ମିଶନ

    ଆଗକୁ ପଢନ୍ତୁ

    ଚନ୍ଦ୍ର ଅଭିମୁଖେ ନାସାର ଚାରି ମହାକାଶଚାରୀ! । ୫୦ ବର୍ଷ ପରେ ପୁଣି ଚନ୍ଦ୍ରକୁ ଯିବ ମଣିଷ । ଫେବ୍ରୁଆରୀ ୬ରେ ଲଞ୍ଚ୍ ହେବ ନାସାର ‘ଆର୍ଟେମିସ୍-୨’ ମିଶନ । ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ ପୁଣିଥରେ ମଣିଷକୁ ଚନ୍ଦ୍ରକୁ ପଠାଇବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ୧୯୭୨ ମସିହାର ‘ଆପୋଲୋ-୧୭’ ପରେ ଏହା ହେବ ମଣିଷକୁ ନେଇ ଚନ୍ଦ୍ରକୁ ଯାଉଥିବା ପ୍ରଥମ ମିଶନ। ଏହି ମିଶନରେ ୪ ଜଣ ମହାକାଶଚାରୀ ଯାଉଛନ୍ତି । ସେମାନେ ହେଲେ ରୀଡ୍ ୱାଇଜମ୍ୟାନ୍, ଭିକ୍ଟର ଗ୍ଲୋଭର, କ୍ରିଷ୍ଟିନା କୋଚ୍ ଏବଂ ଜେରେମି ହାନସେନ୍ । କ୍ରିଷ୍ଟିନା କୋଚ୍ ଚନ୍ଦ୍ରକୁ ଯାଉଥିବା ବିଶ୍ୱର ପ୍ରଥମ ମହିଳା ହେବେ ।

    ସେହିପରି ଜେରେମି ହାନସେନ୍ ହେବେ ପ୍ରଥମ କାନାଡିୟ ମହାକାଶଚାରୀ । ଏହି ଯାତ୍ରା ୧୦ ଦିନିଆ ହେବ । ମହାକାଶଚାରୀମାନେ ଚନ୍ଦ୍ର ପୃଷ୍ଠରେ ଓହ୍ଲାଇବେ ନାହିଁ, ବରଂ ଚନ୍ଦ୍ରର ଚାରିପଟେ ବୁଲି ନାସାର ନୂଆ ‘ଓରିଅନ୍’ (Orion) ମହାକାଶଯାନର ପରୀକ୍ଷା କରିବେ । ଏହି ଯାତ୍ରାରେ ମହାକାଶଚାରୀମାନେ ପୃଥିବୀଠାରୁ ପ୍ରାୟ ୨ ଲକ୍ଷ ୩୦ ହଜାର ମାଇଲ୍ ଦୂରକୁ ଯିବେ । ଯାହା ଗତ ୫୦ ବର୍ଷ ମଧ୍ୟରେ ସବୁଠାରୁ ଅଧିକ । ଆର୍ଟେମିସ୍-୨ ସଫଳ ହେବା ପରେ, ନାସା ୨୦୨୭ ମସିହାରେ ‘ଆର୍ଟେମିସ୍-୩’ ମିଶନ ପଠାଇବ । ସେହି ମିଶନରେ ମହାକାଶଚାରୀ ମାନେ ପ୍ରକୃତରେ ଚନ୍ଦ୍ର ପୃଷ୍ଠରେ ପାଦ ଥାପିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.1 ° C
    30.1 °
    30.1 °
    12 %
    2.7kmh
    0 %
    Sun
    27 °
    Mon
    31 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ