Friday, October 2, 2026
22.9 C
Odisha

    ୫ ଡିସେମ୍ବରରେ ମହାରାଷ୍ଟ୍ରରେ ନୂଆ ସରକାର

    ଆଗକୁ ପଢନ୍ତୁ

    ମୁମ୍ବାଇ:ମହାରାଷ୍ଟ୍ରରେ ନିର୍ବାଚନ ଫଳାଫଳ ପ୍ରକାଶର ଏକ ସପ୍ତାହ ବିତିଯାଇଥିଲେ ବି ସରକାର ଗଠନ ହୋଇପାରି ନାହିଁ।ଏସବୁ ମଧ୍ୟରେ ଭାରତୀୟ ଜନତା ପାର୍ଟି (ବିଜେପି)ର ଜଣେ ବରିଷ୍ଠ ନେତା ଆଜି କହିଛନ୍ତି ଯେ ମହାରାଷ୍ଟ୍ରରେ ମହାୟୁତି ମେଣ୍ଟର ନୂଆ ସରକାର ଡିସେମ୍ବର ୫ରେ ଶପଥ ନେବ।ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦେବେନ୍ଦ୍ର ଫଡନାଭିସ୍ ସବୁଠାରୁ ଆଗରେ ଅଛନ୍ତି।ନୂଆ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ମହାଯୁତିର ତିନି ପ୍ରମୁଖ ନେତା ଦେବେନ୍ଦ୍ର ଫଡନବୀସ, ଏକନାଥ ସିନ୍ଦେ ଓ ଅଜିତ ପାଓ୍ବାର ଗତ ଗୁରୁବାର ରାତିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତଶାହାଙ୍କୁ ଭେଟିଥିଲେ ବି କୌଣସି ସହମତି ହୋଇପାରିନାହିଁ।ସେହିପରି ଶୁ୍କ୍ରବାର ଆଉ ଏକ ବୈଠକ ମୁମ୍ବାଇରେ ବସିବାକୁ ଥିଲେ ବି ଏକନାଥ ହଠାତ୍ ନିଜ ପୈତୃକ ଗାଁକୁ ପଳାଇଯାଇଥିଲେ।ସେ ଅସନ୍ତୁଷ୍ଟ ଥିବା ମନେକରାଯାଉଛି। ତେବେ ଏ ନେଇ ଆଉ ଏକ ବୈଠକ ରରିବାର ବସିବ।ନଭେମ୍ବର ୨୦ରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି, ଏକନାଥ ସିନ୍ଦେଙ୍କ ଶିବସେନା ଏବଂ ଅଜିତ ପାୱାରଙ୍କ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ର ମେଣ୍ଟ ମହାୟୁତି ୨୮୮ ଆସନରୁ ୨୩୦ଟି ରେ ବିଜୟୀ ହୋଇ କ୍ଷମତା ବଜାୟ ରଖିଥିଲା। ବିଜେପି ୧୩୨ଟି ଆସନ ସହ ଏକକ ବୃହତ୍ତମ ଦଳ ଭାବେ ଉଭା ହୋଇଛି। ସିନ୍ଦେଙ୍କ ଶିବସେନାକୁ ୫୭ ଓ ଏନସିପିକୁ ୪୧ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.9 ° C
    22.9 °
    22.9 °
    79 %
    1.3kmh
    38 %
    Thu
    23 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ