Friday, September 11, 2026
27.3 C
Odisha

    ମହିଳା ଓ ପୁରୁଷ କ୍ରିକେଟ ଦଳ ପାଇଁ ନୂଆ ଜର୍ସି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର:୨୦୨୫ ଚାମ୍ପିଅନ୍ସ ଟ୍ରଫିରେ ଭାରତର ଅଂଶଗ୍ରହଣକୁ ନେଇ ଅନିଶ୍ଚିତତା ଲାଗି ରହିଥିବାବେଳେ ଟିମ ଇଣ୍ଡିଆର ଖେଳାଳିଙ୍କ ଲାଗି ନୂଆ ଜର୍ସି ତିଆରି ହୋଇଛି। ଉଭୟ ପୁରୁଷ ଏବଂ ମହିଳା କ୍ରିକେଟ ଦଳ ପାଇଁ ଏହି ଜର୍ସି ପ୍ରସ୍ତୁତ ହୋଇଛି।ଜର୍ସିରେ ତିରଙ୍ଗାକୁ ଏକ ସ୍ଵତନ୍ତ୍ର ସ୍ଥାନ ଦିଆଯାଇଛି। ଜର୍ସିର କାନ୍ଧ ପାଖରେ ତିରଙ୍ଗାଚିହ୍ନ ରହିଛି। ଜର୍ସିର ଅନ୍ୟ ଅଂଶ ପାରମ୍ପରିକ ହାଲକା ନୀଳ ରଙ୍ଗର ରହିଛି।ବିସିସିଆଇ ପକ୍ଷରୁ ବିସିସିଆଇ ସମ୍ପାଦକ ଜୟ ଶାହ ଏବଂ ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟିକା ହରମନପ୍ରୀତ କୌର ଏହି ଜର୍ସିକୁ ଉନ୍ମୋଚନ କରିଥିଲେ। ତେବେ ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଭାରତୀୟ ଦଳର ଖେଳାଳିମାନେ ଏହାକୁ ଘରୋଇ ମାଟିରେ ଇଂଲଣ୍ଡ ବିପକ୍ଷରେ ହେବାକୁ ଦିନିକିଆ ସିରିଜରେ ପରିଧାନ କରିବେ। ଏହି ସିରିଜ ଆସନ୍ତା ଫେବୃୟାରୀ ୬ରୁ ଆରମ୍ଭ ହେବ। ତେବେ ଏହା ପୂର୍ବରୁ ମହିଳା ଦଳ ଏହି ଜର୍ସି ପରିଧାନ କରିବ। ଡିସେମ୍ବର ୫ରେ ବ୍ରିସବେନରେ ହେବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ମହିଳା କ୍ରିକେଟ ଦଳର ସଦସ୍ୟାମାନେ ନୂଆ ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.3 ° C
    27.3 °
    27.3 °
    81 %
    1.6kmh
    97 %
    Fri
    27 °
    Sat
    28 °
    Sun
    29 °
    Mon
    31 °
    Tue
    31 °

    ସମ୍ବନ୍ଧିତ