Friday, April 3, 2026
29.7 C
Odisha

    ୫ ମାସର ଗର୍ଭବତୀ ନାବାଳିକା ପ୍ରେମିକାକୁ ଛାଡି ପ୍ରେମିକ ଫେରାର

    ଆଗକୁ ପଢନ୍ତୁ

    କାକଟପୁର : ପ୍ରଥମେ ଭଲ ପାଇଲେ ପରେ ଶାରୀରିକ ସମ୍ପର୍କ ରଖିଲେ । କିନ୍ତୁ ଏବେ ୫ ମାସର ଗର୍ଭବତୀ ନାବାଳିକା ପ୍ରେମିକାକୁ ଛାଡି ପ୍ରେମିକ ଫେରାର । କଥାରେ ଅଛି, ପ୍ରେମ ମାନେନା ବନ୍ଧବାଡ଼ । ପ୍ରେମରେ ଲୋକେ ସବୁ ସୀମା ପାର୍‌ କରି ଦିଅନ୍ତି । କିନ୍ତୁ କିଛି କାହାଣୀ ଏପରି ହୋଇଥାଏ ଯାହାକୁ ଶୁଣି ପ୍ରେମ ଉପରେ ଘୃଣା ଆସିଯିବ ।

    ଘଟଣା ଅସ୍ତରଙ୍ଗ ଥାନା ଅନ୍ତର୍ଗତ ନଗର ପଞ୍ଚାୟତ ବାଲିଡିଆ ଗ୍ରାମର । ଜଣେ ନାବାଳିକା ସହିତ ସେହି ଗ୍ରାମର ଜୟନ୍ତ ବେହେରା ନାମକ ଜଣେ ୨୫ ବର୍ଷୀୟ ଯୁବକର ପ୍ରେମ ସମ୍ପର୍କ ଗଢିଉଠିଥିଲା । ଦୀର୍ଘ ଏକ ବର୍ଷ ହେବ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ପରବର୍ତ୍ତୀ ସମୟରେ ଶାରୀରିକ ସମ୍ପର୍କରେ ପରିବର୍ତ୍ତନ ହୋଇଥିଲା । ଯାହାଫଳରେ ନାବାଳିକା ଜଣକ ବର୍ତ୍ତମାନ ୫ ମାସର ଗର୍ଭବତୀ ଥିବା ସୂଚନା ମିଳିଛି ।ତେବେ ଗତ ୪ ଦିନ ତଳେ ନାବାଳିକା ଝିଅଟିର ଗର୍ଭଧାରଣ ସମ୍ପର୍କିତ କେତେକ ଲକ୍ଷଣ ଦେଖାଯିବା ପରେ ଝିଅଟିର ମାଆ ସନ୍ଦେହ କରି ପଚାରିଥିଲେ । ଆଉ ନାବାଳିକା ଝିଅଟି ମାଆ ଆଗରେ ସବୁ ସତ ମାନି ଯାଇଥିଲା । ଏହି ଘଟଣା ବିଷୟରେ ସମ୍ପୃକ୍ତ ଯୁବକ ଜୟନ୍ତ ବେହେରାର ପରିବାରକୁ ଝିଅ ଘର ପରିବାର ତରଫରୁ ସବୁ କଥା ଜଣାଯାଇଥିଲା । ଉଭୟ ପରିବାର ସହିତ ଗ୍ରାମବାସୀଙ୍କ ଅପୋଷ ବୁଝାମଣା ମାଧ୍ୟମରେ ନାବାଳିକା ଝିଅ ସହିତ ସମ୍ପୃକ୍ତ ଯୁବକର ବିବାହ ହେବା ପାଇଁ ସ୍ଥିର ହେବା ସହିତ ଗର୍ଭବତୀ ହୋଇଥିବା ନାବାଳିକାକୁ ବୋହୂ ଭାବରେ ଯୁବକର ପରିବାର ଗ୍ରହଣ କରିବା ପାଇଁ ସ୍ଥିର ହୋଇଥିଲା । କିନ୍ତୁ ଗତକାଲି ପ୍ରତାରଣା କରି ନାବାଳିକାକୁ ଗର୍ଭବତୀ କରାଇଥିବା ଯୁବକ ଏବଂ ତାର ବାପା କେଉଁ ଆଡେ ଫେରାର ହୋଇଯାଇଥିବା ବେଳେ ନାବାଳିକାକୁ ଗ୍ରହଣ କରିବା ପାଇଁ ଜୟନ୍ତ ବେହେରାର ପରିବାର ଏବେ ଅମଙ୍ଗ। ଯାହାକୁ ନେଇ ଗର୍ଭବତୀ ହୋଇଥିବା ୧୭ ବର୍ଷୀୟ ନାବାଳିକା ଜଣକ ଗତକାଲି ଅସ୍ତରଙ୍ଗ ଥାନାର ଦ୍ଵାରସ୍ଥ ହୋଇ ଉକ୍ତ ଯୁବକ ଏବଂ ତା ପରିବାର ନାମରେ ଏତଲା ଦେଇଛି । ଏ ଘଟଣାକୁ ଗୁରୁତ୍ୱର ସହ ଗ୍ରହଣ କରି ପୋଲିସ୍ ପକ୍ଷରୁ ପୀଡ଼ିତାକୁ ନ୍ୟାୟ ପ୍ରଦାନ କରାଯିବା ପାଇଁ ପରିବାର ପକ୍ଷରୁ ଦାବି କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    29.7 ° C
    29.7 °
    29.7 °
    34 %
    2.3kmh
    77 %
    Fri
    30 °
    Sat
    39 °
    Sun
    36 °
    Mon
    38 °
    Tue
    37 °

    ସମ୍ବନ୍ଧିତ