Thursday, April 9, 2026
32.4 C
Odisha

    ୬୬୦ କେଜି ଗଞ୍ଜେଇ ସହ ବନ୍ଧୁକ ଜବତ, ୬ ମାଫିଆ ଗିରଫ

    ଆଗକୁ ପଢନ୍ତୁ

    ରାୟଗଡା : ରାୟଗଡ଼ା ପୁଲିସକୁ ମିଳିଛି ବଡ ସଫଳତା। ଗଞ୍ଜେଇ ଚୋରା ଚାଲାଣକାରୀ ୬ ମାଫିଆ ଗିରଫ। ସେମାନଙ୍କ ନିକଟରୁ ୬୬୦ କେଜି ଗଞ୍ଜେଇ ସହ ବୋଲେରୋ ପିକ୍ଅପ୍, ଗୋଟିଏ କାର, ଗୋଟିଏ ପିସ୍ତଲ, ଗୋଟିଏ ମାଗାଜିନ୍, ଦୁଇଟି ଗୁଳି ଓ ୫ଟି ମୋବାଇଲ ଫୋନ ଜବତ ହୋଇଛି।ପୁଲିସ ସୂତ୍ରରୁ ପ୍ରକାଶ ଯେ, ରାୟଗଡ଼ା ଜିଲା ଆରକ୍ଷୀ ଅଧିକ୍ଷକ ସ୍ୱାତି ଏସ.କୁମାରଙ୍କ ନିର୍ଦ୍ଦେଶରେ ରାୟଗଡା ଟାଉନ ଥାନା ପୁଲିସ ୩୨୬ ନମ୍ବର ଜାତୀୟ ରାଜପଥରର ରାୟଗଡ଼ା-ହାଲୁଆ ମଧ୍ୟରେ ପାଟ୍ରୋଲିଂ କରିବା ସମୟରେ ଆଶୀର୍ବାଦ ଢାବା ନିକଟରେ ଏକ ବୋଲେରୋ ପିକଅପ ଗାଡ଼ିକୁ ସନ୍ଦେହରେ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ସେଥିରେ ୨୨ କେଜି ଓଜନର ୩୦ଟି ଗଞ୍ଜେଇ ପ୍ୟାକେଟ ଥିବା ଦେଖିବାକୁ ପାଇଥିଲେ। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସେହି ସବୁ ଗଞ୍ଜେଇକୁ ଓଜନ କରାଯାଇ ଥିଲା। ସମୁଦାୟ ୬୬୦ କେଜି ଗଞ୍ଜେଇ ଜବତ ହେବା ସହ ଗୋଟିଏ କାର, ବୋଲେରୋ ପିକଅପ୍ ଗାଡ଼ି, ଗୋଟିଏ ପିସ୍ତଲ, ଗୋଟିଏ ମାଗାଜିନ୍, ଦୁଇଟି ଗୁଳି ଓ ୫ଟି ମୋବାଇଲ ଫୋନ ଜବତ କରିଛି ପୁଲିସ। ଏଥିସହ ୬ ଜଣଙ୍କୁ ଗିରଫ କରିଛି ଟାଉନ ଥାନା ପୁଲିସ। ଗିରଫ ବ୍ୟକ୍ତିମାନେ ହେଲେ ରାୟଗଡ଼ା ସହର ନୂଆସାହିର ଆର. ଅମଲରାଜ, ଆର. ଅବିନାଶ, ଆର. ଆନନ୍ଦ, ବିଷମକଟକ ଥାନା ନିର୍ଗୁଣ୍ଡି ଗ୍ରାମର ରଞ୍ଜିତ କରକରିଆ, କୋରାପୁଟର ମଜିବୁଲ ହକ୍ ଅଲି ଓ ଏ.ବିନୋଦ କୁମାର। ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ। ପଚରାଉଚୁରା ବେଳେ ଏହି ଗଞ୍ଜେଇ ସବୁ ଚନ୍ଦ୍ରପୁର ବ୍ଲକର ଏକ ରିମୋଟ ଅଞ୍ଚଳରୁ ସଂଗ୍ରହ କରି ଛତିଶଗଡ ରାଜ୍ୟର ରାୟପୁରକୁ ପଠାଉ ଥିବା ସ୍ବୀକାର କରିଛନ୍ତି ଗଞ୍ଜେଇ ମାଫିଆମାନେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    32.4 ° C
    32.4 °
    32.4 °
    28 %
    4kmh
    100 %
    Thu
    31 °
    Fri
    37 °
    Sat
    39 °
    Sun
    41 °
    Mon
    43 °

    ସମ୍ବନ୍ଧିତ