Friday, August 14, 2026
25.2 C
Odisha

    ୬ ଫୁଟ ଲମ୍ୱର ବାଘଛାଲ ଜବତ, ୨ ଗିରଫ

    ଆଗକୁ ପଢନ୍ତୁ

    ଉମରକୋଟ : ୬ ଫୁଟ ଲମ୍ୱର ବାଘଛାଲ ଜବତ, ୨ ଗିରଫ । ନବରଙ୍ଗପୁର ବନ ବିଭାଗକୁ ମିଳିଛି ବଡ଼ ସଫଳତା । କଲରାପତରିଆ ବାଘ ଛାଲ ବିକ୍ରି ପାଇଁ ଗ୍ରାହକଙ୍କୁ ଅପେକ୍ଷା କରିଥିବା ବେଳେ ଦୁଇ ଜଣ ଆନ୍ତଃଜିଲ୍ଲା ଚୋରା ବ୍ୟବସାୟୀ ଗିରଫ । ବିଶେଷ ସୂତ୍ରରୁ ଖବର ପାଇ ନବରଙ୍ଗପୁର ACFଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଉମରକୋଟ ଓ କୋଡ଼ିଙ୍ଗା ବନ ବିଭାଗ ପକ୍ଷରୁ ମିଳିତ ଅପରେସନ କରାଯାଇଥିଲା ।

    କୋରାପୁଟ ଜିଲ୍ଲାର ଦୁଇ ବନ୍ୟଜନ୍ତୁ ଚୋରା ଚାଲାଣକାରୀ ଏକ କଲରାପତରିଆ ବାଘ ଛାଲ ଧରି ତାକୁ ବିକ୍ରି ପାଇଁ ଗ୍ରାହକଙ୍କୁ ଅପେକ୍ଷା କରିଥିଲେ । ଏହି ସମୟରେ ବନ ବିଭାଗର ଟିମ ଏମାନଙ୍କୁ କାବୁ କରିଥିଲା । ଗିରଫ ଦୁଇଜଣ କୁନୁ କୁମ୍ଭାର ଏବଂ ଦୁର୍ୟ୍ଯ ଗୋଲାରୀଙ୍କୁ କୋର୍ଟରେ ହାଜର କରାଯାଇଛି । ସେମାନଙ୍କ ଠାରୁ ବାଘଛାଲ ସହ ବାଇକ୍ ଜବତ କରିଛି ବନ ବିଭାଗ । ଏଥିସହ ରାକେଟ୍ ପଛରେ କାହାର ହାତ ଅଛି ସେନେଇ ତଦନ୍ତ ଚଳାଇଛି ଟିମ୍ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.2 ° C
    25.2 °
    25.2 °
    87 %
    2.1kmh
    100 %
    Fri
    25 °
    Sat
    27 °
    Sun
    24 °
    Mon
    24 °
    Tue
    25 °

    ସମ୍ବନ୍ଧିତ