Monday, September 14, 2026
23.9 C
Odisha

    ୬ ସ୍ଥାନରେ ୪୦ ଡିଗ୍ରୀ ଟପିଲା ପାରଦ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ଆଭ୍ୟନ୍ତରୀଣ ଓଡ଼ିଶାକୁ ଫେରିଛି ତାତି। ୬ଟି ସ୍ଥାନରେ ସର୍ବାଧିକ ତାପମାତ୍ରା ୪୦ଡିଗ୍ରୀ ଉପରେ ରହିଛି। ସମ୍ବଲପୁରରେ ପାରଦ ୪୦.୬ ଡିଗ୍ରୀ ଥିବାବେଳେ ଅନୁଗୋଳ ଓ ହୀରାକୁଦରେ ୪୦.୧ ଡିଗ୍ରୀ ଲେଖାଏଁ ରହିଛି। ଝାରସୁଗୁଡ଼ା, ଟିଟିଲାଗଡ଼ ଓ ବୌଦ୍ଧରେ ୪୦ଡିଗ୍ରୀ ରେକର୍ଡ ହୋଇଛି। ଭୁବନେଶ୍ବରରେ ୩୯.୨ ଓ କଟକରେ ୩୮.୮ଡିଗ୍ରୀ ରହିଛି। ଆସନ୍ତା ସପ୍ତାହକ ମଧ୍ୟରେ ସର୍ବାଧିକ ତାପମାତ୍ରା ୩ରୁ ୫ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଉତ୍ତର ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ସର୍ବାଧିକ ତାପମାତ୍ରା ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିଛି। ରାଜ୍ୟର ଅନ୍ୟ ଜିଲ୍ଲାରେ ତାପମାତ୍ରା ବିଶେଷ ପରିବର୍ତ୍ତନ ହୋଇନାହିଁ। ଆସନ୍ତା ୨୪ଘଣ୍ଟା ମଧ୍ୟରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଏବଂ ଗଜପତିର ବାୟୁମଣ୍ଡଳରେ ଆର୍ଦ୍ରତା ଅଧିକ ରହିବ। ତେଣୁ ଉପରୋକ୍ତ ଜିଲ୍ଲାଗୁଡ଼ିକୁ ଗରମ ଓ ଗୁଳୁଗୁଳି ନେଇ ପାଣିପାଗ ବିଭାଗ ପକ୍ଷରୁ ସର୍ତକ ସୂଚନା ଜାରି କରାଯାଇଛି। ୧୦ ତାରିଖରୁ ୪ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ଲହରୀ ନେଇ ସତର୍କ ସୂଚନା ଦିଆଯାଇଛି। ପୂର୍ବାହ୍ଣ ସାଢ଼େ ୧୧ ଟାରୁ ଅପରାହ୍ଣ ସାଢ଼େ ୩ଟା ମଧ୍ୟରେ ପଦାକୁ ନବାହାରିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ସତର୍କ ରହିବାକୁ ଏସ୍‌ଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.9 ° C
    23.9 °
    23.9 °
    93 %
    0.4kmh
    100 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ