Saturday, March 28, 2026
24.4 C
Odisha

    ୭ଟି ନୂଆ ପୌରପାଳିକା ଓ ୨୮ ନୂଆ ଏନଏସି ପାଇଁ ବିଜ୍ଞପ୍ତି ଜାରି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ୭ଟି ନୂଆ ପୌରପାଳିକା ଓ ୨୮ ନୂଆ ଏନଏସି ପାଇଁ ବିଜ୍ଞପ୍ତି ଜାରି । ନୂଆ ଏନଏସି ପାଇଁ ସମସ୍ତ ବିଡ଼ିଓ ମାନଙ୍କୁ ପ୍ରଶାସନିକ ଅଧିକାରୀ ଭାବେ ଦାୟିତ୍ବ ହସ୍ତାନ୍ତର ହୋଇଛି। ସବୁ ଏନଏସିର ନୂତନ କାର୍ଯ୍ୟାଳୟ ପାଇଁ ୬କୋଟି, ରାସ୍ତା ପାଇଁ ୫୦ଲକ୍ଷ ଓ ଲାଇଟ ପାଇଁ ୫୦ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ।

    ଏନଏସି ରୁ ଉନ୍ନୀତ ହୋଇଥିବା ୭ଟି ମ୍ୟୁନିସିପାଲିଟି ପାଇଁ ମଧ୍ୟ ଅର୍ଥ ଦିଆଯାଇଛି। ସାନିଟେସନ, ଅଲୋକୀକରଣ ଭଳି ବିଭିନ୍ନ କାମ ପାଇଁ ଦେଢ଼ କୋଟି ଲେଖାଏଁ ପ୍ରଦାନ କରାଯାଇଛି । ପୁରୀକୁ ମହାନଗର ନିଗମ ମାନ୍ୟତା ମିଳିଛି। ପୁରୀକୁ ଅନ୍ତର୍ଜାତୀୟ ସହର କରିବାକୁ ଲକ୍ଷ୍ୟ ଅଛି । ନିକଟସ୍ଥ ବିଭିନ୍ନ ଅଞ୍ଚଳ ମିଶାଇକି କଳେବର ବଢ଼ିଛି । ପିକେଡିଏ ବଢିବ, ଟିପି ସ୍କିମ ହେବ ।

    ମଲ୍ଟି ପରପଜ ମାର୍କେଟ କମ୍ପ୍ଲେକ୍ସ କରାଯିବ । ପୁରୀ,କଟକ, ପାରାଦୀପ ଇକୋନୋମିକ ରିଜନ ହେବ । ବୃହତ ଭୁବନେଶ୍ୱର ପରିକଳ୍ପନା କରାଯାଇଛି । ୨୬ଟି ରାଜସ୍ୱ ଗ୍ରାମ, ୭ଟି ପଂଚାୟତ ଭୁବନେଶ୍ୱରରେ ମିଶିଵ । ସିଜୁଆ, ସିଜିପୁଟ, ସହଜପୁର, ବିଜିପୁର, ତମାଣ୍ଡୋ, ବେଗୁନିଆ, ଶିଶୁପାଳଗଡ଼, କେସୁରା, ବାଙ୍କୁଆଳ, ରଘୁନାଥପୁର, ଲିଙ୍ଗିପୁର, ଚୁନକୋଳି ଭଳି ୨୬ଟି ଗାଁ ମିଶିବ ଭୁବନେଶ୍ୱର ମହାନଗର ନିଗମରେ ମିଶିବ ବୋଲି ନଗର ଉନ୍ନୟନ ମନ୍ତ୍ରୀ ସୂଚନା ଦେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.4 ° C
    24.4 °
    24.4 °
    56 %
    1.5kmh
    0 %
    Sat
    39 °
    Sun
    39 °
    Mon
    41 °
    Tue
    38 °
    Wed
    38 °

    ସମ୍ବନ୍ଧିତ