Sunday, July 19, 2026
25.8 C
Odisha

    ୭୨ ତମ ଜାତୀୟ ଫିଲ୍ମ ପୁରସ୍କାର, ଆର୍ଟିକଲ-୩୭୦ ପାଇଲା ଶ୍ରେଷ୍ଠ ଫିଲ୍ମ ପୁରସ୍କାର, ଶ୍ରୀକାନ୍ତ ଶ୍ରେଷ୍ଠ ହିନ୍ଦୀ ଫିଲ୍ମ

    ଆଗକୁ ପଢନ୍ତୁ

    ୭୨ ତମ ଜାତୀୟ ଫିଲ୍ମ ପୁରସ୍କାର ଘୋଷଣା କରାଯାଇଛି । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ୭୨ତମ ଜାତୀୟ ଚଳଚ୍ଚିତ୍ର ସମ୍ମାନର ବିଜେତାଙ୍କ ନାଁ ଘୋଷଣା ହୋଇଛି । ଆଦିତ୍ୟ ସୁହାସ ଜାମ୍ବଲେଙ୍କ ନିର୍ଦ୍ଦେଶିତ ଫିଲ୍ମ ଆର୍ଟିକଲ-୩୭୦ କୁ ମିଳିଛି ଶ୍ରେଷ୍ଠ ଫିଲ୍ମ ପୁରସ୍କାର । ଏହି ଫିଲ୍ମରେ ନିଖୁଣ ଅଭିନୟ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ପାଇଛନ୍ତି ୟାମି ଗୌତମ । ଶ୍ରୀକାନ୍ତକୁ ମିଳିଛି ଶ୍ରେଷ୍ଠ ହିନ୍ଦୀ ଫିଲ୍ମ ପୁରସ୍କାର । ମାଲାୟାଲମ୍ ଫିଲ୍ମ ବ୍ରମୟୁଗମ୍ ପାଇଁ ମାମୁଟି ଓ ହିନ୍ଦୀ ଫିଲ୍ମ ‘ଚନ୍ଦୁ ଚାମ୍ପିଅନ ପାଇଁ କାର୍ତ୍ତିକ ଆର୍ୟନ ଶ୍ରେଷ୍ଠ ଅଭିନେତା ସମ୍ମାନ ପାଇଛନ୍ତି ।

    ବିଜେତାଙ୍କ ମଧ୍ୟରେ ତାମିଲ ଫିଲ୍ମ ରାୟନକୁ ଶ୍ରେଷ୍ଠ ତାମିଲ ଫିଲ୍ମ, କମେଟି କୁର୍ରୋଲ୍ଲୁକୁ ଶ୍ରେଷ୍ଠ ତେଲୁଗୁ ଫିଲ୍ମ, ମୁକ୍କାମ ପୋଷ୍ଟ ବମ୍ବିଲୱାଡ଼ିକୁ ଶ୍ରେଷ୍ଠ ମରାଠୀ ଫିଲ୍ମ ଓ ସୁନୀତାକୁ ଶ୍ରେଷ୍ଠ ମଣିପୁରୀ ଫିଲ୍ମ ପୁରସ୍କାର ମିଳିଛି । କ୍ୟାପ୍ଟେନ୍ ମିଲର ଓ ମେୟାଝଗନଙ୍କୁ ସ୍ପେଶାଲ ମେନ୍ସନ ଦ୍ୱାରା ସମ୍ମାନିତ କରାଯାଇଛି । ହିନ୍ଦୀ ଫିଲ୍ମ ମୈ ନିଦାକୁ ଶ୍ରେଷ୍ଠ କଳା ଏବଂ ସଂସ୍କୃତି ଫିଲ୍ମ ପୁରସ୍କାର ମିଳିଛି । ଶ୍ରେଷ୍ଠ କ୍ଷୁଦ୍ର ଚଳଚ୍ଚିତ୍ର ସମ୍ମାନ ପାଇଛି ହମ୍ସଫର ।

    ଅଲ୍ ୱି ଇମାଜିନ୍ ଆଜ୍ ଲାଇଟ୍ ଓ ଲାପତା ଲେଡିଜ୍ ଭଳି ଫିଲ୍ମକୁ ଅନ୍ତର୍ଜାତୀୟ ସମ୍ମାନ ମିଳିଛି । ରାହୁଲ ସଦାଶିବନଙ୍କ ବ୍ରମୟୁଗମରେ ମାମୁଟିଙ୍କ ପ୍ରଦର୍ଶନ ଦର୍ଶକଙ୍କୁ ମୁଗ୍ଧ କରିଥିଲା । ଶ୍ରେଷ୍ଠ କୋରିଓଗ୍ରାଫ ଭାବେ ବିଜୟ ଗାଙ୍ଗୁଲିଙ୍କୁ ପୁରସ୍କାର ମିଳିଛି । ବଲିଉଡ୍ ଅଭିନେତା ରଣଦୀପ ହୁଡା ସ୍ୱାତନ୍ତ୍ର୍ୟ ବୀର ସାଭରକର ପାଇଁ ଶ୍ରେଷ୍ଠ ଡେବ୍ୟୁ ନିର୍ଦ୍ଦେଶକ ପାଇଛନ୍ତି । ରଣଦୀପଙ୍କ କ୍ୟାରିୟରର ପ୍ରଥମ ନିର୍ଦ୍ଦେଶିତ ଫିଲ୍ମ ସ୍ୱାତନ୍ତ୍ର୍ୟ ବୀର ସାଭରକର ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.8 ° C
    25.8 °
    25.8 °
    90 %
    1.6kmh
    100 %
    Sun
    26 °
    Mon
    29 °
    Tue
    28 °
    Wed
    28 °
    Thu
    28 °

    ସମ୍ବନ୍ଧିତ