Tuesday, March 24, 2026
35.6 C
Odisha

    ୮ତାରିଖରୁ କେନ୍ଦୁଝର ହ୍ୟାଣ୍ଡବଲ ପଡ଼ିଆରେ ୩୯ତମ ଜାତୀୟ କନିଷ୍ଠ ବାଳକ ହ୍ୟାଣ୍ଡବଲ ଚମ୍ପିଆନସିପ୍‌‌

    ଆଗକୁ ପଢନ୍ତୁ

    କେନ୍ଦୁଝର : ପ୍ରଥମଥର ପାଇଁ ଚଳିତମାସ ୮ତାରିଖରୁ କେନ୍ଦୁଝର ହ୍ୟାଣ୍ଡବଲ ପଡ଼ିଆରେ ୩୯ତମ ଜାତୀୟ କନିଷ୍ଠ ବାଳକ ହ୍ୟାଣ୍ଡବଲ ଚମ୍ପିଆନସିପ୍‌‌ ଉଦ୍‌‌ଘାଟିତ ହେବାକୁ ଯାଉଛି। ଏହି ଅବସରରେ ଆଜି ପୂର୍ବାହ୍ନରେ ହ୍ୟାଣ୍ଡବଲ ପଡ଼ିଆରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବିଶାଲ ସିଂହ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାରେ ଅଂଶଗ୍ରହଣକାରୀ ପ୍ରତିଯୋଗୀଙ୍କ ପୋଷାକ, ଟ୍ରଫି ଓ ପଦକ ଉନ୍ମୋଚନ କରିବା ସହ ପ୍ରତିଯୋଗିତାର ସଫଳତା କାମନା କରିଛନ୍ତି। ଏହି ଅବସରରେ ରାଜ୍ୟ ହାଣ୍ଡବଲ ସଂଘ ସମ୍ପାଦକ ମାନସ ସିଂ ଓ ଜିଲ୍ଲା ସଂଘ ସଭାପତି ଇଂ ବସନ୍ତ କୁମାର ଦାନୀ, ସମ୍ପାଦକ ରିତିକ ଅଧିକାରୀ ଓ କୋଷାଧ୍ୟକ୍ଷ ଦୟାସାଗର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଏହି ପ୍ରତିଯୋଗିତାରେ ଦେଶର ବିଭିନ୍ନ ରାଜ୍ୟରୁ ୫୪୦ଜଣ ଖେଳାଳୀ ଏବଂ ଅଫିସିଆଲ ଓ ସ୍ୱେଛାସେବୀଙ୍କୁ ମିଶାଇ ୨୦୦ରୁ ଊର୍ଦ୍ଧ୍ବ କର୍ମକର୍ତ୍ତା ସାମିଲ ହେବେ ବୋଲି ସମ୍ପାଦକ ଶ୍ରୀ ଅଧିକାରୀ ରବିବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି। ଜିଲ୍ଲା ସଂଘ ଏହି ଖେଳକୁ ଆଯୋଜନ କରୁଥିବାରୁ ଜିଲ୍ଲାର ସମସ୍ତ ଖେଳାଳି ଖୁସି ବ୍ୟକ୍ତ କରିଛନ୍ତି। ଦୀର୍ଘ ୪୫ବର୍ଷ ପରେ କେନ୍ଦୁଝରରେ ଜାତୀୟସ୍ତରର ଏଭଳି ଏକ ପ୍ରତିଯୋଗିତା ହେଉଥିବାରୁ କେନ୍ଦୁଝରବାସୀ ଏହାକୁ ନେଇ ବେଶ୍‌‌ ଖୁସିଥିବା ସମ୍ପାଦକ ଶ୍ରୀ ଅଧିକାରୀ ଏହା କହିଛନ୍ତି। ଆସନ୍ତା ୧୨ ତାରିଖ ପ୍ରତିଯୋଗିତାର ଫାଇନାଲ ମ୍ୟାଚ୍‌‌ ଅନୁଷ୍ଠିତ ହେବ ବୋଲି ଅନ୍ତର୍ଜାତୀୟ ହ୍ୟାଣ୍ଡବଲ ରେଫରୀ ପ୍ରଣୟ କୁମାର ପାଣି ସୂଚନା ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35.6 ° C
    35.6 °
    35.6 °
    19 %
    1.9kmh
    0 %
    Tue
    36 °
    Wed
    38 °
    Thu
    38 °
    Fri
    40 °
    Sat
    39 °

    ସମ୍ବନ୍ଧିତ