Friday, April 3, 2026
36.1 C
Odisha

    ୮୮ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କଲେ ଖ୍ରୀଷ୍ଟିଆନମାନଙ୍କ ସର୍ବୋଚ୍ଚ ଧର୍ମଗୁରୁ ପୋପ୍ ଫ୍ରାନ୍ସିସ୍‌

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଖ୍ରୀଷ୍ଟିଆନମାନଙ୍କ ସର୍ବୋଚ୍ଚ ଧର୍ମଗୁରୁ ପୋପ୍ ଫ୍ରାନ୍ସିସ୍‌ଙ୍କ ଦେହାନ୍ତ ହୋଇଛି। ସେ ୮୮ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ବହୁତ ଦିନ ଧରି ସେ ଅସୁସ୍ଥ ଥିଲେ ବୋଲି ଜଣାପଡ଼ିଛି। କୁହାଯାଉଛି ଯେ,ତାଙ୍କର ଉଭୟ ଫୁସଫୁସରେ ନିମୋନିଆ ହୋଇଥିଲା, ଯାହା ଯୋଗୁଁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିଲା। ସେ ବହୁତ ଦିନ ଧରି ଡାକ୍ତରଖାନାରେ ଥିଲେ। ୩୮ଦିନ ଧରି ହସ୍ପିଟାଲରେ ରହିବା ପରେ କିଛି ଦିନ ତଳେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା। ହେଲେ ସୋମବାର ତାଙ୍କର ସ୍ବାସ୍ଥ୍ୟବସ୍ଥା ବିଗିଡ଼ିବା ସହ ନିଜ ବାସଭବନ କାସା ସାଣ୍ଟା ମାର୍ଟାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ।ଇଷ୍ଟର ଅବସରରେ ରବିବାର ଦିନ ପୋପ୍ ଫ୍ରାନ୍ସିସ୍ ସେଣ୍ଟ ପିଟର୍ସ ସ୍କୋୟାରରେ ୩୫ହଜାର ଲୋକଙ୍କ ଅଭିବାଦନକୁ ହାତ ହଲାଇ ଗ୍ରହଣ କରିଥିଲେ ବୋଲି କୁହାଯାଉଛି।

    ଉଲ୍ଲେଖଯୋଗ୍ୟ, ସେ ରୋମାନ କ୍ୟାଥୋଲିକ ଚର୍ଚ୍ଚର ପ୍ରଥମ ଲାଟିନ ଆମେରିକୀୟ ପାଦ୍ରୀ ଥିଲେ। ପୋପ୍ ଆର୍ଜେଣ୍ଟିନାରେ ଜନ୍ମଗ୍ରହଣ କରିଥିଲେ ଏବଂ ତାଙ୍କ ନାମ ଥିଲା ଜର୍ଜ ମାରିଓ ବେର୍ଗୋଲିଓ। ସେ ୨୦୧୩ ମସିହାରୁ ଏହି ପଦବୀ ସମ୍ଭାଳି ଆସୁଥିଲେ। ପୋପ୍ ଷୋଡ଼ଷ ବେନେଡିକ୍ଟଙ୍କ ଇସ୍ତଫା ପରେ ସେ ଏହି ପଦବୀ ଗ୍ରହଣ କରିଥିଲେ। କାର୍ଡିନାଲ ତାଙ୍କୁ ୨୬୬ତମ ପୋପ୍ ଭାବରେ ନିର୍ବାଚିତ କରିଥିଲେ। ଏହା ପ୍ରଥମ ଥର ଥିଲା ଯେତେବେଳେ ଜଣେ ଅଣ-ୟୁରୋପୀୟଙ୍କୁ ପୋପ୍ କରାଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.1 ° C
    36.1 °
    36.1 °
    21 %
    2.5kmh
    0 %
    Fri
    40 °
    Sat
    39 °
    Sun
    38 °
    Mon
    38 °
    Tue
    39 °

    ସମ୍ବନ୍ଧିତ