Saturday, April 4, 2026
29 C
Odisha

    ୱାର୍ଡ ବୈଠକ କରି ମଦ ବନ୍ଦ ପାଇଁ ଶପଥ

    ଆଗକୁ ପଢନ୍ତୁ

    ଘୁ.ଉଦୟଗିରି: ସ୍ଥାନୀୟ ବ୍ଲକ ଅନ୍ତର୍ଗତ ରଟିଙ୍ଗିଆ ପଞ୍ଚାୟତରେ ସାଧାରଣ ନାଗରିକ କମିଟି ଦ୍ବାରା ଅଞ୍ଚଳରେ ବ୍ୟବସାୟୀକ ଭିତ୍ତିରେ ମହୁଲି ମଦ ରନ୍ଧାକୁ ନିଷେଧ କରିବା ପାଇଁ ଇନ୍ଦ୍ରଗଡ଼ ଗ୍ରାମରେ ୱାର୍ଡ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅଞ୍ଚଳରେ ହେଉଥିବା ଚୋରା ମଦ କାରବାରକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ସମାଜସେବୀ ହୃଷୀକେଶ ପ୍ରଧାନଙ୍କ ତତ୍ତ୍ଵାବଧାନରେ ଜିପିଏଲଏଫ୍ ଓ ରଟିଙ୍ଗିଆ ଗ୍ରାମ ପଞ୍ଚାୟତ ସାଧାରଣ ନାଗରିକ କମିଟି ପକ୍ଷରୁ ଏହି ନିଷ୍ପତି ନିଆଯାଇଛି। କାରଣ ଅଞ୍ଚଳରେ ମଦ ବ୍ୟବସାୟ କରିବା ଦ୍ୱାରା ଯୁବ ପିଢ଼ି ନିଶାସକ୍ତ ହେଉଥିବା ବେଳେ ଶିକ୍ଷା, ସ୍ଵାସ୍ଥ୍ୟ, ଅର୍ଥନୈତିକରେ ବାଧା ସୃଷ୍ଟି ହେଉଛି ଏବଂ ଅଧିକାଂଶ ସମୟରେ ପାରିବାରିକ ହିଂସା ଉପୁଜୁଥିବା ପରିଲକ୍ଷିତ ହେଉଅଛି।

    ମଦ ରାନ୍ଧି ବିକ୍ରି କରୁଥିବା ପରିବାର ସଦସ୍ୟ ଆଗାମୀ ଦିନରେ କୌଣସି ମଦ ରନ୍ଧିବୁ ନାହିଁ ବୋଲି ଶପଥ ନେବା ସହିତ ପରିବାରରେ କୌଣସି ବ୍ୟକ୍ତି ମଦ ପିଇ ଆସିଲେ ତାହା ଉପରେ ଆମେ ଉଚିତ୍ ଜବାବ ଦେବୁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହାପରେ କୌଣସି ଘରେ ବ୍ୟବସାୟୀକ ଭିତ୍ତିରେ ମଦ ରାନ୍ଧି ବିକ୍ରି କରନ୍ତି ତେବେ ଏହି ବିଷୟକୁ ନେଇ ପ୍ରଶାସନକୁ ସରକାରୀ ଯୋଜନାରୁ ବଞ୍ଚିତ କରିବା ପାଇଁ ଦାବି କରାଯିବ ବୋଲି କମିଟି ପକ୍ଷରୁ କୁହାଯାଇଛି। ଏହି ପରି ଅନ୍ୟ ସମସ୍ତ ୱାର୍ଡ ଗୁଡିକରେ ମଦ ବନ୍ଦ ପାଇଁ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବା

    ସହିତ ୱାର୍ଡ ବୈଠକ ଅନୁଷ୍ଠିତ କରିବା ପାଇଁ ସାଧାରଣ ନାଗରିକ କମିଟି ଦ୍ବାରା ପଦକ୍ଷେପ ଗ୍ରହଣ କରାଯାଇଅଛି।ବୈଠକକୁ ନାଏବ ସରପଞ୍ଚ  ସରଳା ପ୍ରଧାନ ସଭାପତିତ୍ଵ କରିଥିବାବେଳେ ସ୍ଥାନୀୟ ୱାର୍ଡ ସଭ୍ୟା ଟିକୁନି ପ୍ରଧାନ, ସାଧାରଣ ନାଗରିକ କମିଟିର ସଭାନେତ୍ରୀ ତଥା ଜିପିଏଲଏଫର ସମ୍ପାଦିକା ଦମ୍ବିକା ନାୟକ, ସଭାନେତ୍ରୀ ରାଜଶ୍ରୀ ମଲ୍ଲିକ ଏମବିକେ ଡି. ସବନମ, ୱାର୍ଡ ସଭ୍ୟ ଜୟ ଚନ୍ଦ୍ର ପ୍ରଧାନ, ସାବିତ୍ରୀ ମଲ୍ଲିକ, ଆମସ ନାୟକ, ସିଦ୍ଧାନ୍ତ ରଞ୍ଜନ ପ୍ରଧାନ, ସଦାନନ୍ଦ ନାୟକଙ୍କ ସମେତ ସିଆରପିଇସି ମେମ୍ବର ଓ ଶତାଧିକ ସ୍ୱୟଂ ସହାୟିକା ଗୋଷ୍ଠୀର ସଭ୍ୟାମାନେ ଯୋଗଦେଇଥିଲେ। ସମସ୍ତଙ୍କ ସହଯୋଗରେ ଆଜି ଠାରୁ ଅଞ୍ଚଳରେ ମଦ ବନ୍ଦ ହେବା ସହିତ ଅଞ୍ଚଳରେ ସୁଖ ସମୃଦ୍ଧି ଓ ଶିକ୍ଷା, ସ୍ଵାସ୍ଥ୍ୟ ଓ ଅର୍ଥନୈତିକ କ୍ଷେତ୍ରରେ ଅଭିବୃଦ୍ଧି ଘଟିବ ବୋଲି ବୁଦ୍ଧିଜୀବୀ ଆଲୋଚନା କରୁଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    29 ° C
    29 °
    29 °
    35 %
    0.8kmh
    84 %
    Sat
    38 °
    Sun
    36 °
    Mon
    38 °
    Tue
    38 °
    Wed
    38 °

    ସମ୍ବନ୍ଧିତ