ଆଜିର ସମୟରେ ଯଦି ଆମେ କିଛି ବୁଝିପାରି ନଥାଉ ତେବେ ଆମେ ତୁରନ୍ତ ଏହାକୁ ଗୁଗୁଲ୍ କରିଥାଉ । ତେବେ ଗୁଗୁଲ ବ୍ୟତୀତ ଆହୁରି ଏଭଳି ଅନେକ ସାଇଟ୍ ଅଛି ଯାହାକୁ ଆମେ ପ୍ରତିଦିନ ବ୍ୟବହାର କରୁ । କିନ୍ତୁ ଏହା ସତ୍ତ୍ୱେ ମଧ୍ୟ ଆମେ ଏହାର ଅର୍ଥ ଜାଣିନଥାଉ । ଏହିପରି ଶବ୍ଦଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ୱିକିପିଡିଆ, ଇଣ୍ଟରନେଟ ଜଗତର ଏକ ବିଶ୍ୱସ୍ତ ନାମ । କିନ୍ତୁ ଆପଣ ଜାଣନ୍ତି କି ଇଣ୍ଟରନେଟର ଏହି ଦୁନିଆରେ ‘ୱିକି’ ର ଅର୍ଥ କ’ଣ? ଅଧିକାଂଶ ଲୋକ ଏହି ପ୍ରଶ୍ନର ଉତ୍ତର ଜାଣନ୍ତି ନାହିଁ ।
ତେବେ ଆଜି ଆମେ ଆପଣଙ୍କୁ ଏହା ବିଷୟରେ ଜଣାଇବୁ । ଜାନୁଆରୀ ୧୫, ୨୦୦୧ ରେ ୱିକିପିଡିଆ ଆମ ଜୀବନରେ ଆସିଥିଲା । ଏହା ପରେ, ଯଦି ଆମେ ଇଣ୍ଟରନେଟରେ କିଛି ଜାଣିବାକୁ ଚାହୁଁ ତେବେ ଆମର ବିଶ୍ୱାସ ୱିକିପିଡିଆ ପରି ଅନଲାଇନ୍ ଏନସାଇକ୍ଲୋପିଡିଆରେ ରହିଥାଏ । ସମସ୍ତେ ଜାଣନ୍ତି ଯେ ୱିକିପିଡିଆ ହେଉଛି ଏକ ଫ୍ରି ଅନଲାଇନ୍ ଏନସାଇକ୍ଲୋପିଡ଼ିଆ, ଯେଉଁଥିରେ ବିଭିନ୍ନ ପ୍ରକାରର ସୂଚନା ରହିଛି । ତଥାପି, ଯେଉଁମାନେ ଅନ୍ଧ ଭାବରେ ଏହାକୁ ବିଶ୍ୱାସ କରନ୍ତି ସେମାନେ ହୁଏତ ଜାଣି ନଥିବେ ଯେ କେହି ଏହାକୁ ଏଡିଟ ମଧ୍ୟ କରିପାରିବେ ।
ୱିକିପିଡିଆ ନିଜେ କହିଛି ଯେ ଏହାର ନାମ ୱିକି ଏବଂ ଏନସାଇକ୍ଲୋପିଡ଼ିଆର ମିଶ୍ରିତ ରୂପ । ଏଥିରେ, ୱିକି ଅର୍ଥ ଦ୍ରୁତ କିମ୍ବା ଅତି ଶୀଘ୍ର । ହାୱାଇ ଭାଷାରେ, ୱିକି ଅର୍ଥ quick କିମ୍ବା ଅତି ଶୀଘ୍ର । ଆପଣଙ୍କୁ କହି ରଖୁଛୁ ଯେ ୱିକିପିଡିଆ ହେଉଛି ଏକ ପ୍ଲାଟଫର୍ମ, ଯେଉଁଠାରେ ଆପଣ ତୁରନ୍ତ କୌଣସି ବିଷୟ ସମ୍ବନ୍ଧୀୟ ସୂଚନା ପାଇପାରିବେ । ଏହାର ନାମକୁ ପ୍ରମାଣିତ କରି ୱିକିପିଡିଆ ଏପର୍ଯ୍ୟନ୍ତ ୬୨ ମିଲିୟନ କିମ୍ବା ୬.୨ କୋଟିରୁ ଅଧିକ ଆର୍ଟିକିଲ ପବ୍ଲିସ କରିଛି, ଯାହା ୩୦୦ ରୁ ଅଧିକ ଭାଷାରେ ରହିଛି ।