Sunday, March 1, 2026
27.4 C
Odisha

    ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚ୍ ପୂର୍ବରୁ କାଳୀମନ୍ଦିରରେ ଭାରତୀୟ ଖେଳାଳିଙ୍କ ପୂଜାର୍ଚ୍ଚନା

    ଆଗକୁ ପଢନ୍ତୁ

    ଟି୨୦ ବିଶ୍ବକପ ୨୦୨୬ ସୁପର-୮ରେ ଆଜି ସନ୍ଧ୍ୟାରେ ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବ । ସେମିଫାଇନାଲରେ ଏଣ୍ଟ୍ରି ପାଇଁ ଭାରତକୁ ମ୍ୟାଚ୍ ଜିତିବାକୁ ପଡିବ । ହାରିଲେ ବିଶ୍ବକପରୁ ଭାରତ ବାଦ୍ ପଡିବ । କୋଲକତାର ଇଡେନ ଗାର୍ଡେନ୍ସରେ ଖେଳାଯିବାକୁ ଥିବା ମ୍ୟାଚ ପୂର୍ବରୁ ଭାରତୀୟ ଖେଳାଳି ଭଗବାନଙ୍କ ଶରଣରେ ପହଞ୍ଚିଛନ୍ତି ।

    ସୋସିଆଲ ମିଡିଆରେ ଭାଇରଲ ଭିଡିଓରେ ଅକ୍ଷର ପଟେଲ, ଅଭିଷେକ ଶର୍ମା ଏବଂ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ମ୍ୟାଚ ପୂର୍ବରୁ କୋଲକତା ସ୍ଥିତ କାଳିଘାଟ କାଳିମନ୍ଦିର ପହଞ୍ଚିଛି । ସେମାନଙ୍କ ସହିତ ସୂର୍ଯ୍ୟକୁମାର ଯାଦବଙ୍କ ପତ୍ନୀ ଦେବିଶା ସେଟ୍ଟୀ ମଧ୍ୟ ନଜର ଆସିଛନ୍ତି ।

    ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ ଭାରତ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ । ଆଜି ମ୍ୟାଚ ଜିତିଲେ ସେମିଫାଇନାଲରେ ପ୍ରବେଶ କରିବ । ଗ୍ରୁପ-୧ରେ ଦକ୍ଷିଣ ଆଫ୍ରିକା ସେମିଫାଇନାଲରେ ସ୍ଥାନ ପକ୍କା କରିଛି । ଜିମ୍ବାୱେ ଏଲିମିନେଟ ହୋଇସାରିଛି । ସେମିଫାଇନାଲ ପାଇଁ ଏବେ କେବଳ ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ମ୍ୟାଚ୍ ବାକି ରହିଛି । ଦୁଇଟି ଯାକ ଟିମ୍ ୨-୨ ମ୍ୟାଚ ଖେଳି ଗୋଟିଏ-ଗୋଟିଏ ମ୍ୟାଚ ଜିତି ୨-୨ ପଏଣ୍ଟ ହାସଲ କରିଛନ୍ତି ।

    ସମ୍ଭାବ୍ୟ ଭାରତୀୟ ଏକାଦଶ :

    ସଂଜୁ ସାମସନ (ୱିକେଟକିପର), ଅଭିଷେକ ଶର୍ମା, ଈଶାନ କିଶନ, ତିଳକ ବର୍ମା, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ, ବରୁଣ ଚକ୍ରବର୍ତ୍ତୀ, ଜସପ୍ରୀତ ବୁମରା, ଅର୍ଶଦୀପ ସିଂ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.4 ° C
    27.4 °
    27.4 °
    29 %
    1.2kmh
    8 %
    Sun
    30 °
    Mon
    36 °
    Tue
    36 °
    Wed
    38 °
    Thu
    38 °

    ସମ୍ବନ୍ଧିତ