Wednesday, April 1, 2026
35.5 C
Odisha

    ସୀମାନ୍ତରେ ୧୦ ନକ୍ସଲ ମୃତ୍ୟୁ ଘଟଣା: ଚିହ୍ନଟ ହେଲେ ସବୁ ମାଓବାଦୀ

    ଆଗକୁ ପଢନ୍ତୁ

    ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ଗତକାଲି ଯବାନଙ୍କୁ ମିଳିଥିଲା ବଡ଼ ସଫଳତା। ଏନକାଉଣ୍ଟରରେ ୧୦ ଜଣ ନକ୍ସଲଙ୍କୁ ନିପାତ କରିବାରେ ସଫଳ ହୋଇଥିଲେ। ସମସ୍ତ ନକ୍ସଲଙ୍କର ଚିହ୍ନଟ ପ୍ରକ୍ରିୟା ସରିଛି। ଆଜି ପ୍ରେସ୍‌ ବିଜ୍ଞପ୍ତିରେ ପୁଲିସ ସମସ୍ତଙ୍କ ନକ୍ସଲଙ୍କର ସଂପୂର୍ଣ୍ଣ ବିବରଣୀ ପ୍ରଦାନ କରିଛି। ମୃତ ନକ୍ସଲମାନେ ହେଲେ ଏମଆଇ ଇନଚାର୍ଜ ମାଡକାମ ମାସା(୪୨)। ମାଡକମ ମାସା ନାମରେ ୮ ଲକ୍ଷ ଟଂକାର ପୁରସ୍କାର ରହିଥିଲେ। ସେହିପରି ସ୍ମଲ ଆକ୍ସନ ଟିମ କମାଣ୍ଡର ଲଖମା ମାଣ୍ଡବୀ(୨୫)। ଲଖମା ନାମରେ ୮ ଲକ୍ଷ ଟଂକାର ପୁରସ୍କାର ରହିଥିଲା। ପିପିସିଏମ କମାଣ୍ଡର କରତମ କୋରସା(୩୮)ନାମରେ ଥିବା ୮ ଲକ୍ଷ, କୋଣ୍ଟା ଏଲଓସି କମାଣ୍ଡର ଦୁର୍ରୋ କୋସି(୩୨) ନାମରେ ଥିବା ୫ ଲକ୍ଷ ଟଂକା, ମିଲିସିଆ କମାଣ୍ଡର ମୁଚାକି ଦେବା(୩୦) ନାମରେ ଥିଲା ୫ ଲକ୍ଷ ଟଂକାର ପୁରସ୍କାର, ପାର୍ଟି ସଦସ୍ୟ ଦୁଧୀ ହୁଙ୍ଗି(୩୫) ନାମରେ ଥିବା ୨ ଲକ୍ଷ ଟଂକା, ମାଡକମ ଜିତୁ(୨୭) ନାମରେ ଥିବା ୨ ଲକ୍ଷ ଟଂକା, କୁମାରୀ ମଡକମ(୩୮) ନାମରେ ଥିବା ୨ ଲକ୍ଷ ଟଂକା, ପାର୍ଟି ସଦସ୍ୟ କାବାସୀ କୋସା(୨୮) ନାମରେ ଥିଲା ୨ ଲକ୍ଷ ଟଂକା, ମିଲିସିଆ କମାଣ୍ଡ ଇନ ଚିଫ କୁଞ୍ଜାମ ବାମନ(୩୫) ନାମରେ ଥିଲା ୧ ଲକ୍ଷ ଟଂକାର ପୁରସ୍କାର।ସମସ୍ତ ନକ୍ସଲ କୋଣ୍ଟା ଏବଂ କିଷ୍ଟରାମ ଏରିଆ କମିଟିର ସଦସ୍ୟ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35.5 ° C
    35.5 °
    35.5 °
    20 %
    1.2kmh
    4 %
    Wed
    39 °
    Thu
    41 °
    Fri
    41 °
    Sat
    39 °
    Sun
    38 °

    ସମ୍ବନ୍ଧିତ