Friday, October 16, 2026
28.4 C
Odisha

    ମହାରାଷ୍ଟ୍ରର ଜନତା ମହାୟୁତି ସରକାର ଉପରେ ପୁଣି ଥରେ ବିଶ୍ବାସ କରିଛନ୍ତି‘

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ-୨୦୨୪ରେ ଭାରତୀୟ ଜନତା ପାର୍ଟି (ବିଜେପି)-ମହାୟୁତିକୁ ଐତିହାସିକ ବିଜୟ ହାସଲ ହୋଇଛି। ମହାରାଷ୍ଟ୍ରର ଜନତା ମହାୟୁତି ସରକାର ଉପରେ ପୁଣି ଥରେ ବିଶ୍ବାସ କରିଛନ୍ତି। ଜନତା-ଜନାର୍ଦ୍ଦନଙ୍କ ରାୟକୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଶ୍ରୀ ମାଝୀ କହିଛନ୍ତି, ଏହି ଐତିହାସିକ ବିଜୟ ପାଇଁ ବିଜେପି-ମହାୟୁତିର ସମସ୍ତ କର୍ମକର୍ତ୍ତା ଓ ପଦାଧିକାରୀଙ୍କୁ ଶୁଭକାମନା ଜଣାଉଛି। ଏହି ସଫଳତା ବିକାଶ ଓ ପ୍ରଗତି ପ୍ରତି ଆପଣମାନଙ୍କର ନିଷ୍ଠାପର କର୍ତ୍ତବ୍ୟକୁ ଦର୍ଶାଉଛି।

    ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ମହାରାଷ୍ଟ୍ରରେ ବିଜେପି-ମହାୟୁତି ମେଣ୍ଟ ୨୦୦ରୁ ଅଧିକ ଆସନରେ ବିଜୟୀ ହେବାକୁ ଯାଉଛି। ୧୯୭୨ ମସିହା ପରେ ମହାରାଷ୍ଟ୍ରରେ ଏହା ହେଉଛି ବଡ଼ଧରଣର ବିଜୟ। ଗୋଆ, ଗୁଜରାଟ, ଛତିଶଗଡ଼, ହରିୟାଣା ଓ ମଧ୍ୟପ୍ରଦେଶ ପରେ ୬ଷ୍ଠ ରାଜ୍ୟ ଭାବେ ମହାରାଷ୍ଟ୍ରରେ କ୍ରମାଗତ ତୃତୀୟ ଥର ପାଇଁ ବିଜେପି ନେତୃତ୍ବରେ ସରକାର ଗଠନ ହେଉଛି। ଏହି ବିଜୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହୁଛି।
    ସୂଚନାଯୋଗ୍ୟ, ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଶନିବାର ଭୋଟ୍ ଗଣତି ହୋଇଛି। ନିର୍ବାଚନ ଫଳାଫଳ ଘୋଷଣା ବାକି ଥିବା ବେଳେ ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ଆସନ ମଧ୍ୟରୁ ବିଜେପି-ମହାୟୁତି ମେଣ୍ଟ ୨୩୦ ଆସନରେ ଆଗୁଆ ରହିଛି। ବିଜେପି ନେତୃତ୍ବାଧୀନ ମହାୟୁତି ପୁଣି ଥରେ ସରକାର ଗଢ଼ିବା ନେଇ ଏକ ପ୍ରକାରର ସ୍ପଷ୍ଟ ହୋଇଯାଇଛି। ମହାରାଷ୍ଟ୍ରରେ ବିଜେପି-ମହାୟୁତି ଜନାଦେଶ ଆସିବା ପରେ ବିଜେପି, ଶିବସେନା (ସିନ୍ଦେ ଗୋଷ୍ଠୀ) ଓ ଏନ୍‌ସିପି (ଅଜିତ ଗୋଷ୍ଠୀ) ମଧ୍ୟରେ ଉତ୍ସବର ମାହୋଲ ଦେଖାଯାଇଛି। ବରିଷ୍ଠ ନେତା ଓ କର୍ମୀମାନେ ବାଣ ଫୁଟାଇଛନ୍ତି। ସେହିପରି ମିଠା ବାଣ୍ଟିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28.4 ° C
    28.4 °
    28.4 °
    73 %
    1.8kmh
    62 %
    Fri
    29 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ